୪ ଟନ ଗୋମାଂସ ବୋଝେଇ ଟ୍ରକ ସହ ୧ ଥାର ଜିପ ଜବତ: ୩ ଜଣଙ୍କୁ କୋର୍ଟ ଚାଲାଣ 

ନିରାକାରପୁର, ୦୨/୦୪/୨୦୨୪ (ଓଡ଼ିଶା ସମାଚାର)- ନିୟମିତ ଜଗନ୍ନାଥ ସଡ଼କ ଦେଇ ଗୋମାଂସ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଗାଡ଼ିରେ ଲୋଡ ହୋଇ ଦକ୍ଷିଣ ଭାରତର ଅନେକ ଜାଗାକୁ ରପ୍ତାନୀ ହେଉଥିବାବେଳେ ଏହି ଗାଡ଼ିକୁ ଏସ୍କଟ କରି ସ୍ଥାନୀୟ ଦଲାଲ ମାନେ ଲୋକାଲ ପୋଲିସ ଥାନା ଅଞ୍ଚଳରୁ ପାସ କରିଦେବାକୁ ଠିକା ନେଇଥାନ୍ତି। ଏହିପରି ରେଗୁଲାର ଏହି ସବୁ ଅଞ୍ଚଳରୁ ଗୋମାଂସ ନୂଆ ଜଗନ୍ନାଥ ସଡ଼କ ଓ ୧୬ ନଂ ଜାତୀୟ ରାଜପଥ ଅତିକ୍ରମ କରି ଯାଉଥିବାବେଳେ ପୋଲିସ ଏହାର ଟେର ପାଉ ନ ଥିଲା। ଆଜି କିନ୍ତୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୋଲିସ ବିଶେଷ ସୂତ୍ରରୁ ଓ କିଛି ବଜରଙ୍ଗ ଦଳ କର୍ମୀଙ୍କ ସୂଚନା ମୁତାବକ ଏକ ବଡ଼ ସଫଳତା ହାସଲ କରିଛି। ଆଜି ସକାଳୁ ଏକ ଟ୍ରକ ନଂ ଏପି ୦୨ ଟି ଏଚ ୨୫୫୯ କେକେ ଟ୍ରାନ୍ସପୋର୍ଟରେ ଗୋମାଂସ ଚାଲାଣ ହେଉଥିବା ଖବର ପାଇ ନିରାକାରପୁର ଗେଟ ବଜାରରେ ଏହି ଗାଡ଼ିକୁ ଅଟକାଇ ପଚରାଉଚରା କରିବା ସହିତ ଗାଡି ଓ ଡ଼୍ରାଇଭର କୁ ପୋଲିସ ଥାନାକୁ ନେଇଯାଇଥିଲେ। ପରେ ଗାଡ଼ିଟି ପୁରୀ ଜିଲ୍ଲା ପିପିଲି ଥାନା ଧାନଗହୀର ଅଞ୍ଚଳରୁ ହାଟସାହିର କବାତ ଓରଫ ଧଡ଼ିଆ ଶାହାଙ୍କ ନିର୍ଦ୍ଦେଶରେ ଉକ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଗୋମାଂସ ଲୋଡ କରି ବ୍ରହ୍ମପୁର ଅଞ୍ଚଳକୁ ରପ୍ତାନୀ କରାଯାଉଥିବା କଥା ଜଣାପଡିଥିଲା। ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ତାଡ଼ପତ୍ରୀ ସେକ ମୌଲାଲୀ ( କେକେ ଟ୍ରାନ୍ସପୋର୍ଟ) ଟ୍ରକ ନଂ ଏପି ୦୨ ଟି ଏଚ ୨୫୫୯ ରେ ଏହି ଗୋମାଂସ ଚାଲାଣ ହେଉଥିବାବେଳେ ଏହି ଟ୍ରକ ରୁ ପ୍ରବଳ ପାଣି ବାହାରୁଥିଲା । ସନ୍ଦେହରେ କିଛି ବଜରଙ୍ଗ ଦଳ କର୍ମୀମାନେ ଏହି ଗାଡ଼ିକୁ ନିରାକାରପୁର ବଜାରରେ ଅଟକାଇ ପୋଲିସକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ଆଇଆଇସି ବିଶ୍ୱଜିତ୍ ରାଉତରାୟ ଙ୍କ ନେତୃତ୍ୱରେ ଗାଡି ଟି କୁ ଜବତ କରାଯାଇଥିଲା। ଏହି ଗାଡ଼ିକୁ ଏସ୍କଟ ଦେଇ ବାଟ କଡାଇ ନେଉଥିବା ଏକ ମହିନ୍ଦ୍ରା ଥାର ଗାଡ଼ି ନଂ ଓଡ଼ି ୦୯ ଭି ୦୧୭୭ କୁ ମଧ୍ୟ ଜବତ କରାଯାଇଛି। ଏହି ଗୋମାଂସ କୁ ବ୍ରହ୍ମପୁର ଅଞ୍ଚଳକୁ ନିଆଯାଉଥିବା ଉକ୍ତ ଗାଡ଼ିରେ ଥିବା ଟ୍ରାନ୍ସପୋର୍ଟର ସମୀର ଠାରୁ ଜଣାପଡିଛି। ସେ କହିବା ମୁତାବକ ସେ ଗାଡ଼ିରେ ବାଣପୁର ପର୍ଯ୍ୟନ୍ତ ଯାଇଥାନ୍ତା , ପରେ ସେଠାରୁ ଅଲଗା ଲୋକ ଗାଡ଼ିକୁ ବାଟ ଦେଖାଇ ନେଇଯାଇ ଥାନ୍ତେ। ସ୍ଥାନୀୟ ପଶୁ ଡାକ୍ତର ଜବତ ଗୋମାଂସର ସାମ୍ପୁଲ ସଂଗ୍ରହ କରି ଫ୍ଲୋରେନ୍ସିକ ଲବ୍ରୋଟରିକୁ ପଠାଇ ଥିବାବେଳେ ତହସିଲଦାର ଙ୍କ ଦ୍ଵାରା ଚିହ୍ନଟ ସରକାରୀ ଜାଗାରେ ଗାତ ଖୋଳି ଏହି ଗୋମାଂସ କୁ ପୋତା ଯାଇଥିବା ଜଣାପଡିଛି। ଏହି ମାମଲାରେ ପୋଲିସ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ପେଦାଭଦୁଗୁର ଗ୍ରାମର ଡ଼୍ରାଇଭର ସେକ ହୁସେନ ବାସା, ଟ୍ରାନ୍ସପୋର୍ଟର ପିପିଲି ଧାନଗହୀର ଗ୍ରାମର ସମୀର ଓରଫ ସେକ ଫାୟଜବକ୍ସ ଓ ଗାଡିକୁ ସୁରକ୍ଷା ଦେଇ ଗାଡି ପାସ କରୁଥିବା ନିରାକାରପୁର ଥାନା ଖଜୁରୀଆ ଗ୍ରାମର ରିଜୁ ଓରଫ ରିୟାଯାତ ଅଲ୍ଲୀ ଶାହା କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗୋମାଂସ ଚାଲାଣ ମାମଲାରେ ପିପିଲି ଥାନାରେ ୨୦୨୩ ମସିହାରେ କେସ ନଂ ୪୫୦/୨୩ ଏକ ମାମଲା ହୋଇଥିବା ପୋଲିସ ତରଫରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *