ଦୁଇ ଜଣଙ୍କୁ ପଳାତକ ଘୋଷଣା

ଲକ୍ଷ୍ମୀପୁର ୩୧/୦୩/୨୪(ଓଡ଼ିଶା ସମାଚାର/ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ତରଫରୁ ଦୁଇଜଣଙ୍କୁ ପଳାତକ ଘୋଷଣା କରାଯାଇଛି।ସେମାନେ ହେଲେ ଚମ୍ପି ପଞ୍ଚାୟତ ଅନ୍ତର୍ଗତ ଟିଟି ଝୋଲା ଗ୍ରାମର ବେତ୍ରୁ ହିକକା ଓ କାକିରିଗୁମା ପଞ୍ଚାୟତ ସଦର ଗୌଡ଼ ସାହିର ବିଜୟ ନାୟକ।୨୦୧୫ ମସିହାରେ ଏକ ହତ୍ୟା ଘଟଣାରେ ବେତୃ ଜଡ଼ିତ ରହି ଆଜିଯାଏଁ ଫେରାର ଥିବା ବେଳେ ୨୦୦୪ ମସିହାରେ କାକିରିଗୁମା ସ୍ଥିତ ମିନି ବ୍ୟାଙ୍କରେ ହୋଇଥିବା ଟଙ୍କା ହେର୍ ଫେର୍ ମାମଲାରେ ବିଜୟ ମଧ୍ୟ ଫେରାର ଥିବାରୁ ଦୁହିଁଙ୍କୁ ପଳାତକ ଘୋଷଣା କରାଯାଇଛି।ଏନେଇ ଦୁହିଁଙ୍କ ଘର କାନ୍ଥରେ ନୋଟିସ୍ ମରା ଯାଇଛି।ଦୁହେଁ ଆସନ୍ତା ଏକ ମାସ ମଧ୍ୟରେ ଲକ୍ଷ୍ମୀପୁର ଅଦାଲତରେ ହଜାର ନହେଲେ ସେମାନଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତି ବାଜ୍ୟପ୍ତ କରାଯିବ ବୋଲି ନୋଟିସ୍ ରେ

ଦର୍ଷା ଯାଇଛି।ନୋଟିସ୍ ଲଗାଯିବା ସମୟରେ ଲକ୍ଷ୍ମୀପୁର ଆଇଆଇସୀଙ୍କ ସମେତ ଏସ.ଆଇ ମାନସ ପ୍ରଧାନ, ଏ.ଏସ.ଆଇ ରମେଶ ଚନ୍ଦ୍ର କିନ୍ତାଲି,କାକିରିଗୁମା ଆଇଆଇସି ଡମ୍ବରୁଧର ବତ୍ରିଆ ଓ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *