କମଳା ବୈକୁଣ୍ଠ ଫାଉଣ୍ଡେସନ ଦ୍ବାରା ରୋଡ ଶେଫ୍ଟି ମିରର ପ୍ରତିଷ୍ଠା ।

କଟକ,୩୧/୩/୨୦୨୪ (ଓଡ଼ିଶା ସମାଚାର)  :  ସହରରେ ବଢୁଥିବା ଜନଗହଳି ଓ ସେଥିପାଇଁ ଦୈନଦିନ ଘଟୁଥିବା ସଡ଼କ ଦୁର୍ଘଟଣାକୁ ଆଖି ଆଗରେ ରଖି କଟକର ସୁନାମଧନ୍ୟ ଅନୁଷ୍ଠାନ କମଳା ବୈକୁଣ୍ଠ ଫାଉଣ୍ଡେସନ ତରଫରୁ ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଫାଉଣ୍ଡେସନ ତରଫରୁ କଟକ,ଭୁବନେଶ୍ୱର ବିଭିନ୍ନ ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଉତ୍ତଲ ଜବକାଚ ବା ରୋଡ ସେଫ୍ଟି ମିରର ସ୍ଥାପନ କରିବାକୁ ଚିନ୍ତା କରିବା ସହ , ଆଜି ପ୍ରଥମ କରି କଟକ ଶ୍ରୀରାମ ନଗର ସ୍ଥିତ ରୁଚି ମସଲା ଫ୍ୟାକ୍ଟ୍ରି ଓ ମଙ୍ଗଳ ମନ୍ଦିର ନିକଟରେ ଦୁଇଟି ସମତଳ ମିରର ସ୍ଥାପନ କରିବା ସହ, ଆଗାମୀ ଦିନରେ କଟକ ବିଭିନ୍ନ ସ୍ଥାନରେ ଏହି ଭଳି ମିରର ସ୍ଥାପନ କରିବାର ଯୋଜନା ରହିଛି ବୋଲି ଅନୁଷ୍ଠାନ ର ସଂଯୋଜକ ଆୟେଶକାନ୍ତ ମହାପାତ୍ର କହିଛନ୍ତି ।

ଏହା ସହ ମିଡ଼ିଆ ବନ୍ଧୁ ମାନଙ୍କ ସହାୟତା ରେ ସରକାର ଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି କି ଏଭଳି କାର୍ଯ୍ୟକ୍ରମ ପ୍ରତି ସରକାର ଧ୍ୟାନ ଦେଲେ ଓ ଏଭଳି ମିରର ସ୍ଥାପନ କଲେ ରାସ୍ତା ଘାଟରେ ହେଉଥିବା ଅନେକ ଦୁର୍ଘଟଣାରୁ ଲୋକ ବର୍ତ୍ତି ଜାଇ ପାରିବେ  ।

Leave a Reply

Your email address will not be published. Required fields are marked *