୮୦ ବୋତଲ ଆସ୍କା ଫଟି ଦେଶୀ ଚୋରା ମଦ ଜବତ : ଦୁଇ ଗିରଫ

ନିରାକାରପୁର, ୨୭/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଂଚଳରେ ଗତ କାଲି ରାତିରେ ନିରାକାରପୁର ପୋଲିସ ଚଢ଼ଉ କରି ସମୁଦାୟ ୮୦ ଲିଟର ଚୋରା ଦେଶୀ ମଦ ଜବତ କରିବା ସହିତ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ନିର୍ଦ୍ଦେଶରେ ବୋଡଙ୍ଗରା ଗ୍ରାମର ଦୁଷ୍ମନ୍ତ କୁମାର ପ୍ରଧାନ ଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୩୦ ବୋତଲ ଆସ୍କା ଫଟି ଦେଶୀ ମଦ ଜବତ କରିଥିବାବେଳେ ଥାନା ଅଞ୍ଚଳ ର ରଶ୍ମି ରଞ୍ଜନ ବଳିଆରସିଂହ ଙ୍କୁ ଜବତ କରି ତାଙ୍କ ଠାରୁ ୫୦ ବୋତଲ ଆସ୍କା ଫଟି ଦେଶୀ ମଦ ସହିତ ଏକ ବାଇକ ଜବତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *