ଅରବିନ୍ଦ ପ୍ରାର୍ଥୀ ଘୋଷଣା ପରେ ଗରଦପୁର ରେ ସ୍ବାଗତ

ପାଟକୁରା,୨୭/୦୩/୨୦୨୪ (ଓଡ଼ିଶା ସମାଚାର)- ଆଜି ପାଟକୁରା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ନେତୃତ୍ବ ଅରବିନ୍ଦ ମହାପାତ୍ର ଙ୍କୁ ବିଧିବଦ୍ଧ ଭାବେ ଘୋଷଣା କରିବା ପରେ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଗରଦପୁର ବ୍ଲକ ପରିସରରେ ଏକ ଅପୂର୍ବ ସମାହାର ରେ ମିଠା ବଣ୍ଟନ ସହ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ଗରଦପୁର ପଞ୍ଚାୟତ ସମିତି ର ବିଭିନ୍ନ ବିଜୁ ଜନତା ଦଳର କର୍ମୀ ପହଞ୍ଚି ଏହାକୁ ସ୍ବାଗତ କରିଥିଲେ। ବାସୁଦେବ ବେହେରା, ଶୈଳେନ୍ଦ୍ର ମହାନ୍ତି,ବ୍ରଜକିଶୋର ସାହୁ, ରାଜେନ୍ଦ୍ର ମଳିକ,ସେକ୍ ମେହେରବାନ, ଅଶୋକ ଜେନା, ଅନୁଜ ମହାନ୍ତି, ଲୁଇ ଭାଇ,ଦୁଖିଶ୍ୟାମ ସେନାପତି, ଗୌରାଙ୍ଗ,ପ୍ରତାପ ସ୍ବାଇଁ, ଦିଲ୍ଲୀପ ସେଠୀ,ଇନ ଭାଇ,ରଂଜି ନନା,ନଗେନ ସ୍ବାଇଁ, କୁନା,କାଳିଆ,ରଥିଆ, କିଶୋର ମହାପାତ୍ର, ଭାବଗ୍ରାହୀ ଠାରୁ ଆରମ୍ଭ କରି ସ୍ଵତଃ ପୁତ ସମର୍ଥନ ର ସୁଅ ଛୁଟିଥିଲା। ଫୋନ୍ ମାଧ୍ୟମରେ ବହୁ ଶୁଭେଚ୍ଛୁ ଗରଦପୁର ବ୍ଲକ ଅଧ୍ୟକ୍ଷ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *