ସମ୍ବଲପୁରରେ ବୋମାମଡ଼

ସମ୍ବଲପୁର,୨୬/୦୩/୨୦୨୪ (ଓଡ଼ିଶା ସମାଚାର)- ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍ ପୀରବାବା ଛକରେ ଏକ ବୁଲେଟ୍ ଉପରେ ବୋମାମାଡ଼ ହୋଇଛି। ଯଦିଓ ଏହି ବୋମାମାଡ଼ରେ କେହିଁ ମୃତ୍ୟୁବରଣ କରିନାହାନ୍ତି କିନ୍ତୁ ଜଣେ ରିକ୍ସା ଚାଳକ ସମେତ ୩ ଜଣ ଆହତ ହୋଇଥିବା ସୂଚନା । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍ ଉପରେ ବୋମାମାଡ଼ ହୋଇଛି। କେହି ଦୁବୃର୍ତ୍ତ ବୁଲେଟ୍ ଉପରେ ବୋମା ଫିଙ୍ଗି ସେଠାରୁ ଚମ୍ପଟ ମାରିଥିଲେ। ଫ୍ଲାଏଓଭର ବ୍ରିଜ ଉପରୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏହି ବୋମାମାଡ଼ ଫଳରେ ୩ ଜଣ ଆହତ ହୋଇଥିବାବେଳେ ବୁଲେଟ୍ କ୍ଷତିଗ୍ରସ୍ତ ହୋଇଛି । କେଉଁ କାରଣରୁ ଏହି ବୋମାମାଡ଼ ହୋଇଛି ତା’ର କାରଣ ଅସ୍ପଷ୍ଟ ରହିଛି। ତେବେ ପୂର୍ବ ଶତ୍ୟତାରୁ ଏହି ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସମ୍ବଲପୁର ଏସପି ଓ ଉତ୍ତରାଞ୍ଚଳ ଆଇଜି ହିମାାଂଶୁ ଲାଲ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Leave a Reply

Your email address will not be published. Required fields are marked *