ଭୁବନେଶ୍ୱରରେ ପହଂଚିଲା ୟୁନାଇଟେଡ ୱିପ୍ଲେ; ମାର୍ଚ୍ଚ ୩୦ରୁ ଆୟୋଜିତ ହେବ ଟ୍ରାଏଲ

  • ଏହାର ୪ର୍ଥ ସଂସ୍କରଣରେ ଥିବା ୟୁନାଇଟେଡ ୱିପ୍ଲେ ହେଉଛି ମାଂଚେଷ୍ଟର ୟୁନାଇଟେଡ ଦ୍ୱାରା ସମର୍ଥିତ ଆପୋଲୋ ଟାୟାର୍ସ ର ଏକ ସର୍ବଭାରତ ସ୍ତରୀୟ ପ୍ରଶିକ୍ଷଣ ଓ ପ୍ରତିଭା ବିକାଶ ଫୁଟବଲ ଅଭିଯାନ ।
  • ଏହି ପ୍ରୋଗ୍ରାମ ଲୋକମାନଙ୍କୁ କ୍ରୀଡା ପ୍ରତି ପହଂଚ ପ୍ରଦାନ କରିବାଲାଗି ଆପୋଲୋ ର ପ୍ରତିବଦ୍ଧତାକୁ ପରିଚାଳନା କରିବାକୁ ଲକ୍ଷ୍ୟରଖିଛି ।
  • ଚିହ୍ନଟ ହୋଇଥିବା ଫୁଟବଲର ମାନେ ମାଂଚେଷ୍ଟର ୟୁନାଇଟେଡକୁ ପରିଦର୍ଶନ କରିବା ପାଇଁ ଏକ ସୁଯୋଗ ପାଇବେ ଯେଉଁଠାରେ ସେମାନେ ସେଠାକାର ଯୁବଟିମ୍ ସହ ତାଲିମ ପାଇପାରିବେ, କ୍ଲବ୍ ର କିମ୍ବନ୍ଦନ୍ତୀ ଖେଳାଳିଙ୍କୁ ଭେଟିବା ସହ ଏକ ମ୍ୟାଚ୍ ଡେ’ ଅନୁଭୂତି ପାଇବେ ।

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୬/୦୩/୨୦୨୪ (ଓଡ଼ିଶା ସମାଚାର)-  ଅଗ୍ରଣୀ ଟାୟାର ନିର୍ମାତା ଆପୋଲୋ ଟାୟାର୍ସ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ, କମ୍ପାନୀ ଭୁବନେଶ୍ୱର ସହରକୁ ଏହାର ଫ୍ଲାଗସିପ ଗ୍ରାସ୍ ରୁଟ୍ସ ଫୁଟ୍ବଲ ପ୍ରୋଗ୍ରାମ, ୟୁନାଇଟେଡ ୱିପ୍ଲେ (ୟୁଡବ୍ଲୁ୍ୟପି) ଆଣିବାକୁ ଯାଉଛି ।ଭୁବନେଶ୍ୱରେ ଏହାର ଟ୍ରାଏଲ ଆସନ୍ତା ମାର୍ଚ୍ଚ ୩୦ ତାରିଖରୁ ଓଡିଏମ୍ ଗ୍ଲୋବାଲ ସ୍କୁଲ ଓ ଓଡିଏମ୍ ପବ୍ଲିକ ସ୍କୁଲରେ ଆୟୋଜିତହେବ ।

ୟୁନାଇଟେଡ ୱିପ୍ଲେ ପ୍ରୋଗ୍ରାମ ହେଉଛି ଏସିଆ ପାସିଫିକ ମିଡିଲ ଇଷ୍ଟ ଆଣ୍ଡ ଆଫ୍ରିକା (ଏପିଏମଇଏ) କ୍ଷେତ୍ରରେ ୧୬ଟି ସହର ଓ ପ୍ରମୁଖ ଦେଶ ଗୁଡିକରେ ପରିଚାଳିତ ହେଉଥିବା ଏକ ତୃଣମୂଳସ୍ତରର ପ୍ରଶିକ୍ଷଣ ଓ ପ୍ରତିଭା ବିକାଶ ଅଭିଯାନ ।ମାଂଚେଷ୍ଟର ୟୁନାଇଟେଡ ଦ୍ୱାରା ସମର୍ଥିତ ଏହି ପ୍ରୋଗ୍ରାମ ଉଦୀୟମାନ ଫୁଟବଲର ମାନଙ୍କୁ ଖେଳ ଜାରିରଖିବା ପାଇଁ ଅନୁପ୍ରାଣିତ କରିବା ଏବଂ ସେମାନଙ୍କୁ ଆନ୍ତର୍ଜାତୀୟ ପ୍ରଶିକ୍ଷଣ ପଦ୍ଧତି ସହ ପରିଚିତ କରିବାର ଉଦ୍ଧେଶ୍ୟ ସହିତ ଦେଶବ୍ୟାପୀ ଯୁବ ଫୁଟବଲ ପ୍ରତିଭାମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶିତକରିବା ପାଇଁ ଏକ ମଂଚ ପ୍ରଦାନ କରି ପ୍ରୋତ୍ସାହିତ କରିବ ।

ପୂର୍ବରୁ କୋଲକାତାରେ ପୂର୍ବତନ ମାଂଚେଷ୍ଟର ୟୁନାଇଟେଡ ଓ ଫ୍ରେଂଚ୍ ଫୁଟବଲର୍ ଲୁଇସ୍ ଶାହାଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ୪ର୍ଥ ସଂସ୍କରଣ ଏକ ବର୍ଷର କାର୍ଯ୍ୟକ୍ରମ ସହିତ ଅଧିକ ବିଶାଳ ଓ ଉନ୍ନତ ହେବା ପାଇଁ ପ୍ରତିଶ୍ରୁତି ଦେଊଛି, ଯାହା ଭାରତ ବ୍ୟାପୀ ୧୬ଟି ସହର  ଓ ଦେଶର ୨୫,୦୦୦ରୁ ଅଧିକ ଯୁବ ଫୁଟବଲରଙ୍କ ନିକଟରେ ପହଂଚିବ ।

ଗତ କିଛିମାସ ମଧ୍ୟରେ ଏହି ପ୍ରୋଗ୍ରାମ ମାଂଚେଷ୍ଟର ୟୁନାଇଟେଡ ସକର୍ ସ୍କୁଲ୍ ସହିତ ଦେଶବ୍ୟାପୀ ୬୦୦ରୁ ଅଧିକ କୋଚ୍ ମାନଙ୍କୁ କନେକ୍ଟ କରିଛି, ଯେଉଁଠାରେ ସେମାନେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଏବଂ ମାଂଚେଷ୍ଟର ୟୁନାଇଟେଡର ପାଠ୍ୟକ୍ରମ ଓ ସାର୍ଟିଫିକେଟ ପାଇଁ ପହଂଚ ହାସଲ କରିଛନ୍ତି ।ଏମୟୁଏସଏସ୍ ୪ଟି ଡିଜିଟାଲ ମାଷ୍ଟର କ୍ଲାସ ପରିଚାଳନା କରୁଥିବାବେଳେ ୨୦୦୦ରୁ ଅଧିକ ଖେଳାଳି ଏହା ମାଧ୍ୟମରେ ନିୟୋଜିତ ହୋଇଛନ୍ତି ।

ୟୁନାଇଟେଡ ୱିପ୍ଲେ ପ୍ରୋଗ୍ରାମ ସମ୍ପର୍କରେ ଅଧିକ ଜାଣିବା ଓ ପଞ୍ଜୀକରଣ କରିବା ପାଇଁ ଖେଳାଳିମାନେ  https://www.apollotyres.com/en-in/stories/campaigns/sports/united-we-play-2024/ ରେ ଭିଜିଟ୍ କରିପାରିବେ ।

ମାଂଚେଷ୍ଟର ୟୁନାଇଟେଡ ସକର୍ ସ୍କୁଲ୍ (ଏମୟୁଏସଏସ୍)ର କୋଚ୍ ମାନଙ୍କୁ ପ୍ରଭାବିତ କରିବା ପାଇଁ ଯୁବ ଫୁଟବଲରମାନେ ଏକ ଓ ସୁଯୋଗ ପାଇବା ପୂର୍ବରୁ, ୟୁନାଇଟେଡ ୱିପ୍ଲେର ୪ର୍ଥ ସଂସ୍କରଣର ପ୍ରାରମ୍ଭିକ ପର୍ଯ୍ୟାୟ ଘରୋଇ କୋଚ୍ ମାନଙ୍କ ଦ୍ୱାରା ପରିଚାଳିତହେବ ।ବିଭିନ୍ନ ସ୍ଥାନର ସର୍ବୋତମ ପ୍ରଦର୍ଶନକାରୀମାନେ ପ୍ରତିଯୋଗିତାର ଗ୍ରାଣ୍ଡ୍ ଫିନାଲେରେ ଅଂଶଗ୍ରହଣ କରିବେ ଏବଂ ବିଜେତାମାନେ ମାଂଚେଷ୍ଟର ଯିବା ପାଇଁ ଏକ ଟ୍ରିପ୍ ହାସଲ କରିବା ସହିତ ମ୍ୟାଚ୍ ଡେ ଅନୁଭୂତି, ଏକାଡେମିଟିମ ୍ସହ ଟ୍ରେନିଂ, କିମ୍ବନ୍ଦନ୍ତୀ ଖେଳାଳିଙ୍କ ସହ ସାକ୍ଷାତକାରୀ ସମେତମାଂଚେଷ୍ଟର ୟୁନାଇଟେଡ ରେ ଓଲ୍ଡଟ୍ରା ଫୋର୍ଡ ଓ କ୍ୟାରିଙ୍ଗ୍ଟନ ରେ ବିଭିନ୍ନ ଅନୁଭୂତିପୂର୍ଣ୍ଣ ଗତିବିଧିରେ ନିୟୋଜିତ ହେବେ ।

ୟୁନାଇଟେଡ ୱିପ୍ଲେ ପ୍ରୋଗ୍ରାମର ୪ର୍ଥ ସଂସ୍କରଣ ପାଇଁ କାର୍ଯ୍ୟଗୁଡିକୁ ଔପଚାରିକ ଭାବେ ଆରମ୍ଭ କରିଲୁଇସ୍ ଶାହା ପୂର୍ବରୁ କୋଲ୍କାତା ଠାରେ ଲଂଚ ୍ସମୟରେ କହିଥିଲେ, “ମୁଁ ୟୁନାଇଟେଡ ୱିପ୍ଲେର ୪ର୍ଥ ସିଜନର ଲଂଚ୍ ରେ ସହଯୋଗକରିବା ପାଇଁ ଆପୋଲୋ ଟାୟାର୍ସ ଦ୍ୱାରା ଆମନ୍ତ୍ରିତ ହୋଇ ଗର୍ବିତ  ।ଏହା ଯେକୌଣସି ନୂଆ ଫୁଟ୍ ବଲର ଙ୍କ ପାଇଁ ଏକ ବିଶାଳ ସୁଯୋ ଏବଂ ମୁଁ ଯୁବ ଫୁଟବଲର ଙ୍କ ପରବର୍ତୀ ପିଢିକୁ ଅନୁପ୍ରାଣିତ କରିବା ଓ ସେମାନଙ୍କର ବିକାଶ ପାଇଁ ଏଭଳି ଏକ ଚମତ୍କାର ସୁଯୋଗ ସୃଷ୍ଟିକରିଥିବାରୁ ଆପୋଲୋ ଟାୟାର୍ସ କୁ ଧନ୍ୟବାଦ ଜଣାଉଛି । ଅଂଶଗ୍ରହଣକାରୀମାନେ କେବଳ ମାଂଚେଷ୍ଟର ୟୁନାଇଟେଡର ଶୈଳୀକୁ ଖେଳିବା ଶିଖିବେ ନାହିଁ ବରଂ ଟିମ୍ ୱର୍କ, ଶୃଙ୍ଖଳା, ସଙ୍କଳ୍ପବଦ୍ଧତା ଭଳି ମୂଲ୍ୟବାନ ଜୀବନ କୌଶଳ ଗ୍ରହଣ କରିପାରିବେ ଯାହା ସେମାନଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ ।”

ପ୍ରଥମ ୩ଟି ସିଜନ ବଡ ସଫଳତା ଥିଲାଏବଂଏହା ଚମତ୍କାର ପ୍ରତିକ୍ରିୟା ହାସଲ କରିଥିଲା, ଯେଉଁଥିରେ ଅନ୍ଗ୍ରାଉଣ୍ଡଟ୍ରାଏଲ୍, ମାଷ୍ଟରକ୍ଲାସ୍ ଓ ୱର୍କସପ ସମେତ ପ୍ରୋଗ୍ରାମରେ ଦେଶବ୍ୟାପୀ ୧୬୦୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ ।ଶେଷ ସିଜନରେ ଭାରତର ୪ ଜଣଙ୍କ ସମେତ ମୋଟ ୭ ଜଣ ଯୁବ ଫୁଟବଲର୍ ମ୍ୟାଚ୍ ଡେ ଅନୁଭୂତି, ମାଂଚେଷ୍ଟର ୟୁନାଇଟେଡ ସକର ସ୍କୁଲ କୋଚ୍ ମାନଙ୍କ ସହ ପ୍ରଶିକ୍ଷଣ ଅଧିବେଶନ, କ୍ଲବ୍ ର କିମ୍ବନ୍ଦନ୍ତୀ ଖେଳାଳିଙ୍କ ସହ ସାକ୍ଷାତକାର ର ସୁଯୋଗ ଭଳି ଉତ୍ସାହଜନକ ଗତିବିଧିରେ ଅଂଶଗ୍ରହଣ କରିବା ପାଇଁ ଓଲ୍ଡଟ୍ରା ଫୋର୍ଡ ପରିଦର୍ଶନ କରିବା ପାଇଁ ସୁଯୋଗ ପାଇଥିଲେ ।

Leave a Reply

Your email address will not be published. Required fields are marked *