ହୋଲି ରେ ପୁଣି ଅଘଟଣ: ଲୁଣା ନଦୀରେ ବୁଡି ଯୁବକ ମୃତ

ନିଶ୍ଚିନ୍ତକୋଇଲି, ୨୬/୦୩/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲ ଅନ୍ତର୍ଗତ ଖଣ୍ଡସାହି ନିକଟରେ  ହୋଲି ଖେଳ ସାରି ପାଖ ସରପଡା ପଂଚାୟତ ର ବୋଧଙ୍ଗ ଗ୍ରାମ ର ୪ଜଣ ଯୁବକ ଗାଧେଇବା ବେଳେ ସୌମ୍ୟରଞ୍ଜନ ସ୍ୱାଇଁ ନାମକ ଯୁବକ ନଦୀ ଭିତରକୁ ଚାଲି ଯାଇଥିଲେ । ପାଣି ଅଧିକ ଥିବାରୁ ବୁଡି ଯିବା ଫଳରେ ସ୍ଥାନୀୟ ଲୋକ ମାନେ ପାଖା ପାଖି ଏକ ଘଣ୍ଟା ଖୋଜିବା ପରେ ଯୁବକ ଜଣକ ଙ୍କ ସନ୍ଧାନ ମିଳିଥିଲା । ସୌମ୍ୟ ରଞ୍ଜନ କୁ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେବାପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ରେ  ସ୍ଥାନୀୟ ଅଞ୍ଚଳ ରେ ଶୋକାକୁଳ ପରିବେଶସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *