ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଲିଙ୍ଗରାଜ ଓ ମା’ ହିଙ୍ଗୁଳାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ

ନିଜର ଦକ୍ଷତା ଓ ପୂର୍ଣ୍ଣ ସାମର୍ଥ୍ୟ ସହ ଜନସେବା ପାଇଁ ସବୁବେଳେ ପ୍ରୟାସ ଜାରି ରଖିବି – ଧର୍ମେନ୍ଦ୍ର ପ୍ରଧାନ

• ସମ୍ବଲପୁରରୁ ଲୋକସଭାର ପ୍ରାର୍ଥୀ ହେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ
• ସାମାଜିକ ଓ ସାଂସ୍କୃତିକ ଅସ୍ମିତାର ଅବିଚ୍ଛେଦ୍ୟ ଅଙ୍ଗ ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ରହିଆସିଛି
• ପ୍ରଧାନମନ୍ତ୍ରୀଙ୍କ ବିକାଶକୁ ସମ୍ବଲପୁରରେ ତ୍ୱରାନ୍ୱିତ ଆଣିବା ପାଇଁ ସମ୍ବଲପୁରର ଜନତା ମୋତେ ଗୁଣ୍ଡୁଚି ମୂଷାର ଦାୟିତ୍ୱ ଦେବେ, ଏ ବିଶ୍ୱାସ ମୋର ଅଛି
• ଗଣତନ୍ତ୍ରରେ ପରିଶ୍ରମର ବିକଳ୍ପ ନାହିଁ, ଲୋକଙ୍କ ପାଖକୁ ଯାଇ ବିଗତ ୧୦ ବର୍ଷର ସେବା କାମ ଓ ଉପଲବ୍ଧିକୁ ଓଡ଼ିଶାର ୧ କୋଟି ଘରେ ପହଞ୍ଚାଇବା ଆମ ଦାୟିତ୍ୱ
• ସର୍ବୋପରି ଓଡ଼ିଆ ଗୌରବ, ଅସ୍ମିତା ଓ ସ୍ୱାଭିବାନ ବଜାୟ ରହିବା ସହ କ୍ଷୁର୍ଣ୍ଣ ନହେଉ, ବିଜେପି ଏଥିପାଇଁ ଜନସମ୍ପର୍କ ଅଭିଯାନକୁ ମୁଖର କରିବ

ଭୁବନେଶ୍ୱର, ୨୫/୦୩/୨୦୨୪ (ଓଡ଼ିଶା ସମାଚାର)-  ସମ୍ବଲପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବା ପାଇଁ ମନୋନୀତ ହେବା ପରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପବିତ୍ର ଦୋଳ ପୂର୍ଣ୍ଣିମାରେ ବଡି ଭୋରରୁ ଶ୍ରୀମନ୍ଦିରକୁ ଯାଇ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ସହ ବିଭିନ୍ନ ମନ୍ଦିର ଦର୍ଶନ କରିଛନ୍ତି ।

ଶ୍ରୀ ପ୍ରଧାନ ପ୍ରଥମେ ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପର୍ଶୁରାମେଶ୍ୱର ମନ୍ଦିର, ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରକୁ ଯାଇ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ସମସ୍ତଙ୍କ ସାମାଜିକ ଓ ସାଂସ୍କୃତିକ ଅସ୍ମିତାର ଅବିଚ୍ଛେଦ୍ୟ ଅଙ୍ଗ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ରହିଆସିଛି । ମା’ ସମଲେଇଙ୍କ ପବିତ୍ର ଭୂମି ସମ୍ବଲପୁରରୁ ଲୋକସଭାର ପ୍ରାର୍ଥୀ ହେବା ପରେ ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ । ମହାପ୍ରଭୁଙ୍କ ଆଶୀର୍ବାଦ ମୋତେ ଜନସେବା କରିବା ପାଇଁ ଆହୁରି ଶକ୍ତି ପ୍ରଦାନ କରିବ ବୋଲି ମୋର ବିଶ୍ୱାସ । ଶ୍ରୀକ୍ଷେତ୍ର ପୁରୀ ଭଳି ସମ୍ବଲପୁର ଅନ୍ୟନ୍ୟ ଆସ୍ଥା, ସାଂସ୍କୃତିକ ଓ ଅର୍ଥନୀତିର କେନ୍ଦ୍ର । ମହାପ୍ରଭୁ ଓ ମା’ ସମଲେଇଙ୍କ ଆଶୀର୍ବାଦରେ ନିଜର ଦକ୍ଷତା ଓ ପୂର୍ଣ୍ଣ ସାମର୍ଥ୍ୟ ସହ ଜନସେବା ପାଇଁ ମୁଁ ସବୁବେଳେ ପ୍ରୟାସ ଜାରି ରଖିବି । ପ୍ରଧାନମନ୍ତ୍ରୀଙ୍କ ବିକାଶକୁ ସମ୍ବଲପୁରରେ ତ୍ୱରାନ୍ୱିତ ଆଣିବା ପାଇଁ ସମ୍ବଲପୁରର ଜନତା ମୋତେ ଗୁଣ୍ଡୁଚି ମୂଷାର ଦାୟିତ୍ୱ ଦେବେ, ଏ ବିଶ୍ୱାସ ମୋର ଅଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନର ବିଗୁଲ ବାଜିସାରିଛି । ଆମ ଦଳ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ, ଯୋଜନା ଏବଂ ବିଗତ ୧୦ ବର୍ଷ ଉପଲବ୍ଧି ସହ ଆଗାମୀ ୨୫ ବର୍ଷର ସ୍ୱପ୍ନକୁ ନେଇ ଓଡ଼ିଶା ସମେତ ଦେଶର ପ୍ରତ୍ୟେକ ଘରକୁ ଯିବା ପାଇଁ ସଂକଳ୍ପ କରିଛି ।  ଓଡ଼ିଶାରେ ପରିବର୍ତ୍ତନ ଅବଶ୍ୟାମ୍ଭବୀ । ମହାପ୍ରଭୁ ମଧ୍ୟ ପରିବର୍ତ୍ତନକୁ ସ୍ୱୀକାର କରି ନବକଳେବର ହୁଅନ୍ତି । ଓଡ଼ିଶାରେ ଗରିବ ଲୋକଙ୍କର କଲ୍ୟାଣ, ମାତୃଶକ୍ତିର ଉତ୍ଥାନ, ଯୁବବର୍ଗ ଓ କୃଷକଙ୍କୁ ସଶକ୍ତ କରିବା ସହ ବଞ୍ଚିତ ବର୍ଗର ବିକାଶ ପାଇଁ ମୋଦୀଜୀ ସର୍ବଦା ଗୁରୁତ୍ୱ ଦେଇଛନ୍ତି । ଗଣତନ୍ତ୍ରରେ ପରିଶ୍ରମର ବିକଳ୍ପ ନାହିଁ । ଲୋକଙ୍କ ପାଖକୁ ଯାଇ ବିଗତ ୧୦ ବର୍ଷର ସେବା କାମ ଓ ଉପଲବ୍ଧିକୁ ଓଡ଼ିଶାର ୧ କୋଟି ଘରେ ପହଞ୍ଚାଇବା ଆମ ଦାୟିତ୍ୱ । ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ହେବ । ମୋଦୀ ଆଉଥରେ ପ୍ରଧାନମନ୍ତ୍ରୀ ହେବେ । ସର୍ବୋପରି ଓଡ଼ିଆ ଗୌରବ, ଅସ୍ମିତା ଓ ସ୍ୱାଭିବାନ ବଜାୟ ରହିବା ସହ କ୍ଷୁର୍ଣ୍ଣ ନହେଉ, ଏଥିପାଇଁ ବିଜେପି ଓଡ଼ିଶାରେ ଜନସମ୍ପର୍କ ଅଭିଯାନକୁ ମୁଖର କରିବ । ମହାପ୍ରଭୁଙ୍କ ଆଶୀର୍ବାଦ ଓଡ଼ିଆ ଲୋକଙ୍କ ସହ ଓ ଜନନାୟକ ମୋଦୀଙ୍କ ସାଥିରେ ରହିଛି । ଆମେ ନିର୍ବାଚନରେ ସଫଳ ହେବୁ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *