କଟକ ରେ ଚୋରା ବନ୍ଧୁକ କାରବାର : ମୂଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

କଟକ,୨୪/୦୩/୨୦୨୪ (ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା । କଟକ ରେ ଚୋରା ବନ୍ଧୁକ କାରବାର ଘଟଣା ର ପର୍ଦ୍ଧାଫାସ।ମୂଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଜଣେ ଅଭିଯୁକ୍ତ କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ। ମୂଖ୍ୟ ଅଭିଯୁକ୍ତ ଚୋରା ବନ୍ଧୁକ କିଙ୍ଗପିନ ଗୋଲ୍ଡେନ ସିଂ କୁ ବିହାର ମୁଙ୍ଗେରରୁ ଗିରଫ କଲା ପୋଲିସ। ତିନୋଟି ବନ୍ଧୁକ ମଧ୍ୟ ଜବତ ହୋଇଛି ।ପୂର୍ବରୁ ବନ୍ଧୁକ କାରବାରରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଥିଲା । କଟକ କମିଶନରେଟ୍ ପୋଲିସ୍ ଗତ କିଛିଦିନ ତଳେ ଚୋରା ବନ୍ଧୁକ ବେପାରୀ କୁ ଗିରଫ କରିବା ପରେ ବିହାର ମୁଙ୍ଗେର ରୁ ଏହି ବନ୍ଧୁକ ଆସିଥିବା ନେଇ ପୋଲିସ ଖୋଳତାଡ଼ କରିଥିଲା। କଟକ କମିଶନରେଟ୍ ପୋଲିସ୍ ର ଏକ ସ୍ପେଶାଲ ଟିମ୍ ମୁଙ୍ଗେର ଯାଇ ସେଠାରେ କିଙ୍ଗପିନ କୁ ଠାବ କରିଥିଲେ। ବିହାର ଏସଟିଏଫ ର ସହାୟତା ରେ ମୁଖ୍ୟ ଅଭିଯୁକ୍ତ ଗୋଲ୍ଡେନ ସିଂ କୁ ପୋଲିସ ଗିରଫ କରିଛି। କଟକ କେଶରପୁର ଅଞ୍ଚଳର ଓ୍ବାସିମ ଖାନ କୁ ମଧ୍ୟ ପୋଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *