ଓଡ଼ିଶା ସମାଚାର

ଡେଙ୍ଗୁ : ଆଜି ସୁଦ୍ଧା ୩୬୭ ଜଣ ଆକ୍ରାନ୍ତ – ୨ ମୃତ

ଡେଙ୍ଗୁ : ଆଜି ସୁଦ୍ଧା ୩୬୭ ଜଣ ଆକ୍ରାନ୍ତ – ୨ ମୃତ

August 12
19:56 2017

ଭୁବନେଶ୍ୱର , ୧୨/୦୮/୨୦୧୭ ( ଓଡ଼ିଶା ସମାଚାର/ପ୍ରଭାକର ସାହୁ)- ଚଳିତ ବର୍ଷ ଜାନୁୟାରୀ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୬୭ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଗତ ଗୁରୁବାର ଦିନ ଜଣଙ୍କର ମତ୍ୟୁ ହୋଇଥିବା ବେଳେ ଗତ କାଲି ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଥମ ବ୍ୟକ୍ତି ଜଣଙ୍କ ବିହାରର ଲୋକ ଏବଂ ସେ ଝାଡଖଣ୍ଡ ଯାଇଥିବା ବେଳେ ଆକ୍ରାନ୍ତ ହୋଇ ଆସି ଏସ୍.ସି.ବିରେ ଚିକିତ୍ସିତ ହେଉଥିଲେ । ସେହିପରି ଗତ କାଲି ମୃତ୍ୟୁବରଣ କରିଥିବା ୨୭ ବର୍ଷ ବୟସ୍କ ଲୋକଟି ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡିତଥିଲେ ବୋଲି ଜଣାପଡିଛି ।

ପ୍ରକାଶ ଥାଉକି ଗତ ବର୍ଷ ଏହି ସମୟ ମଧ୍ୟରେ ରାଜ୍ୟରେ ୪୦୫୭ ଜଣ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ।Dengue

ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଆକ୍ରାନ୍ତ ହୋଇଥିବା ୩୫୮ ଜଣଙ୍କ ମଧ୍ୟରୁ ଭଦ୍ରଖରେ ୫୯ , କଟକରେ ୫୭ , ବାଲେଶ୍ୱରରେ ୫୩ , ଖୋର୍ଦ୍ଧାରେ ୩୫ , ଯାଜପୁରରେ ୩୦ , ପୁରୀରେ ୨୩ , ଜଗତସିଂହପୁରରେ ୧୬ , କେନ୍ଦ୍ରାପଡାରେ ୧୮ , ଗଞ୍ଜାମରେ ୧୩ , କେନ୍ଦୁଝରରେ ୧୦ , ଢେଙ୍କାନାଳରେ ୮ , ବଲାଙ୍ଗିରିରେ ୬ , ମୟୁରଭଞ୍ଜରେ ୪ , ନୟାଗଡରେ ୩ , ସୋନପୁରରେ ୩ ,କଳାହାଣ୍ଡିରେ ୩ , ବରଗଡ ୩ , ନୂଆପଡା , କନ୍ଧମାଳ ଓ ଅନୁଗୋଳରେ ୨ ଜଣ ଲେଖାଏଁ ଏବଂ ବୌଦ୍ଧ , ରାୟଗଡା , ସୁନ୍ଦରଗଡ ଓ ଦେବଗଡରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ଏଥିରେ ବାହାର ରାଜ୍ୟର ୧୨ ଜଣ ଅଛନ୍ତି । ତେବେ ଚିହ୍ନଟ ହୋଇଥଛିବା ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ବାହରୁ ଆକ୍ରାନ୍ତ ହୋଇ ଆସିଥିବା ଜଣାପଡିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

fourteen − 13 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...