ଓଡ଼ିଶା ସମାଚାର

ଛାତ୍ର ବିଜେଡିର ଛାତ୍ର ସଂସଦ ନିର୍ବାଚନୀ ପ୍ରସ୍ତୁତି

ଛାତ୍ର ବିଜେଡିର ଛାତ୍ର ସଂସଦ ନିର୍ବାଚନୀ ପ୍ରସ୍ତୁତି

August 12
19:39 2017

ଭୁବନେଶ୍ୱର , ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-  ବରଗଡ଼ ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳର ଛାତ୍ର ସଂସଦ ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଛି । ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଆୟୋଜିତ ବୈଠକରେ ରାଜ୍ୟ ହସ୍ତତନ୍ତ ଏବଂ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେସ ଆଚାର୍ଯ୍ୟ, ବିଜେଡି ରାଜ୍ୟ ସମ୍ପାଦକ ସୌଭାଗ୍ୟ ନାୟକ, ପୂର୍ବତନ ଜିଲ୍ଲା ସଭାପତି ପ୍ରଭାତ ଆଦିତ୍ୟ ମିଶ୍ର, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଅତିଥିମାନେ ମଂଚାସୀନ ଥିଲେ ।
ରାଣାପ୍ରତାପ କହିଥିଲେ ଯେ, ବିଜେଡି ହେଉଛି ଓଡ଼ିଶା ସମ୍ମାନ, ସ୍ୱାଭିମାନ ସମୃଦ୍ଧି ବିକାଶର ସୂତ୍ରଧର । ଆସନ୍ତା ଛାତ୍ରସଂସଦ ନିର୍ବାଚନରେ  ଏହି ବାର୍ତା ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚାଇବାକୁ ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଡର୍ଣ୍ଣ କମୁ୍ୟନିକେସନ୍ ଟେକ୍ନୋଲୋଜିର ବ୍ୟାପକ ଆହ୍ୱାନ କେବଳ ବିଜେଡିର ଲଢ଼ୁଆ ଛାତ୍ରବାହିନୀ ଦ୍ୱାରା ସମ୍ଭବ’ ବାର୍ତା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚାଇବାକୁ ରାଣାପ୍ରତାପ ଆହ୍ୱାନ ଦେଇଥିଲେ । ରାଜ୍ୟର କୋଣ ଅନୁକୋଣରେ ଛାତ୍ରମାନଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା କିପରି ପହଂଚିପାରିବ ସେ ସମ୍ପର୍କରେ ଶ୍ରୀ ପାତ୍ର ନିଜ ବକ୍ତବ୍ୟ ରଖିଥିଲେ । ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ସମର୍ଥିତ ପ୍ରାର୍ଥୀ ବିପୁଳ ଭୋଟ୍ରେ ବିଜୟୀ ହୋଇ ବରଗଡ଼ ଜିଲ୍ଲାର ଛାତ୍ର ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ । ବିଜେଡି ତଥା ବିଜୁ ଛାତ୍ର ଜନତା ଦଳ କିପରି ଭାବେ ରାଜ୍ୟରେ ବିଜୟୀ ହୋଇ ନିଜର ସ୍ଥିତି ବଜାର ରଖିପାରିବ ସେ ସମ୍ପର୍କରେ ଶ୍ରୀ ପାତ୍ର ନିଜର ବକ୍ତବ୍ୟ ରଖିଥିଲେ । ଅପରପକ୍ଷେ ଛାତ୍ରଛାତ୍ରୀମାନଙ୍କ ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୁଥିବା ବିଭିନ୍ନ ଯୋଜନା ଛାତ୍ରଛାତ୍ରୀଙ୍କ ନିକଟରେ କିପରି ପହଂଚି ପାରିବ ସେ ସମ୍ପର୍କରେ ଶ୍ରୀ ପାତ୍ର ସୂଚନା ଦେଇଥିଲେ ।BJD
ବିଜେଡିର ବିକାଶମୁଖୀ କାର୍ଯ୍ୟକ୍ରମ ଗୁଡ଼ିକ ଜନସାଧାରଣଙ୍କ ନିକଟରେ ଅଧିକରୁ ଅଧିକ କିପରି ପହଂଚିପାରିବ ସେ ସମ୍ପର୍କରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଦେବେସ ଆଚାର୍ଯ୍ୟ ଏବଂ ମଂଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବରଗଡ଼ ଜିଲ୍ଲା ଛାତ୍ର ବିଜେଡି ସଭାପତି କରନ୍ ସିକନ୍ଦର ସଭାପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ଛାତ୍ର ଉପସଭାପତି ଅଭିଳାଷ ପଟେଲ, ସମ୍ବଲପୁର ଜୋନ୍ ସଭାପତି ବୈକୁଣ୍ଠ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ନର୍ସିଂ ପୁଜାରୀ, ଶୁଭ୍ରାଂସୁ ଶେଖର ପାଢ଼ୀ, ସୁଜିତ୍ ପାଲଟାସିଂ, ପ୍ରଦୋଷ ପରିଡ଼ା, ରାଜ୍ୟ ସମ୍ପାଦକ ଧନୁର୍ଜୟ ପାତ୍ରଙ୍କ ସମେତ ଜିଲ୍ଲା ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

fourteen + 5 =