ଓଡ଼ିଶା ସମାଚାର

ପାରାଦୀପ ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ

ପାରାଦୀପ ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ

ପାରାଦୀପ ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ
August 12
19:22 2017

ପାରାଦୀପ ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)- ପାରାଦୀପ ମହାବିଦ୍ୟାଳୟ ତରଫରୁ ଆଜି ପୂର୍ବାହ୍ନରେ ମହାବିଦ୍ୟାଳୟର  ୪୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଅଛି  । ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇ ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀଯୁକ୍ତ ରିେଙ୍କଶ ରାୟ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଓଡିଆ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପବିତ୍ର ମୋହନ ପାଣୀଗ୍ରାହୀ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତଥିଭାବେ ଭଦ୍ରକ ବି.ଏନ.ଏମ.ଏ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ୱାଳ ସଭାପରିଚଳନା କରିଥିଲେ । ଇଂରାଜୀ ବିଭାଗର ପ୍ରାଧ୍ୟାପକ ଡଃ ସୁରେନ୍ଦ୍ର ମୋହନ ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ସର୍ବାଧିକ ନମ୍ବର ରଖି ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥବାବେଳେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ପ୍ରାଧ୍ୟାପକ ଓ କର୍ମଚାରୀ ମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା । ସେହିପରି ଇତିହାସ ବିଭାଗର ଅଧ୍ୟାପକ ତଥା ଏନ.ସି.ସି ଅଫିସର ଲେଫ୍ଟନାଂଟ ଅକ୍ଷୟ ଚନ୍ଦ୍ର ମିଶ୍ରଙ୍କୁ ତାଙ୍କର କୃତିତ୍ୱ ପାଇଁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ବନ୍ଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ରିେଙ୍କଶ ରାୟ ପାରାଦୀପ ସହର ସ୍ମାର୍ଟସିଟି ହେବାକୁ ଯାଉଥିବା ଅବସରରେ ପାରାଦୀପ ମହାବିଦ୍ୟାଳୟକୁ ସ୍ମାର୍ଟ ମହାବିଦ୍ୟାଳୟ ହେବାକୁ ଯାଉଥିବା ବିଷୟରେ ମଧ୍ୟ ଜଣାଇଥିଲେ ।  ଓଡ଼ିଶା ସମାଚାରParadeep College 2

Paradeep College 1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

5 × 4 =