ଓଡ଼ିଶା ସମାଚାର

କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ରାଜସ୍ୱ ଅମଲା

କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ରାଜସ୍ୱ ଅମଲା

August 12
19:04 2017

କଟକ ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-  ବିଭିନ୍ନ ଦାବି ପୂରଣ ପାଇଁ ଓଡିଶା ରାଜସ୍ୱ ଅମଲା ସଂଘ ର ଆହ୍ୱାନ ରେ ରାଜ୍ୟ ରେ କାର୍ଯ୍ୟରତ ରାଜସ୍ୱ ଅମଲାମାନେ ୨ ଦିନ ଧରି କଳାବ୍ୟାଜ ପିନ୍ଧି ଡିଉଟି କରିବା ପରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସବୁ ଜିଲ୍ଲା ରେ ରାଜସ୍ୱ ଅମଲାମାନେ ପ୍ରାୟତଃ କାର୍ଯ୍ୟବନ୍ଦ କରିଛନ୍ତି । ରାଜସ୍ୱ ଅମଲାମାନଙ୍କର ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେଉଥିବା ବେଳେ ରାଜ୍ୟ ସରକାର ଏ ଯାବତ ଏହାର ସମାଧାନ ପାଇଁ ତପôରତା ଦେଖାଇନାହାନ୍ତି । ଏହି ଆନ୍ଦୋଳନ ଫଳରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ, ବ୍ଲକ ଅଫିସ ସମେତ ସମନ୍ୱିତ ଶିଶୁ ବିକାଶ ଅଫିସ, ବନ୍ଦୋବସ୍ତ ଓ ଚକବନ୍ଦୀ ଅଫିସ ଆଦିରେ ଜନସାଧାରଣ ନାହିଁ ନ ଥିବା ହିନସ୍ତା ହୋଇଛନ୍ତି । ସରକାରୀ ସେବା ପାଇବାରେ ସାଧାରଣ ଜନତା ବହୁତ ହଇରାଣ ହୋଇଥିବାର ପରିଲକ୍ଷିତ ହୋଇଛି । ସଂଘ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ରାଜସ୍ୱ ଅମଲାମାନେ ସରକାରଙ୍କର ଏକ ପ୍ରମୁଖ ଅଙ୍ଗ । ସରକାର ଙ୍କର ପ୍ରାୟ ସମସ୍ତ ପ୍ରମୁଖ ଯୋଜନା ଗୁଡିକର ସଫଳ ରୂପାୟନ ରେ ସେମାନଙ୍କର ଭୂମିକା ଉଲ୍ଲେଖନୀୟ । ଜରୁରୀକାଳୀନ ସେବା ଓ ସାଦାରଣ ନିର୍ବାଚନ ଆଦି ସମୟରେ ରାଜସ୍ୱ ଅମଲାମାନଙ୍କୁ ଖୋଜା ପଡେ । କିନ୍ତୁ ସେମାନଙ୍କ ଦାବି ପୂରଣ ପାଇଁ ସରକାର ଅହେତୁକ ଉଦାସୀନତା ପ୍ରଦର୍ଶନ କରୁଛନ୍ତି । ତେବେ ସେମାନଙ୍କର ନ୍ୟାୟସଙ୍ଗତ ଦାବି ଗୁଡିକ ପୂରଣ ପାଇଁ ବାରମ୍ବାର ସରକାର ଙ୍କ ନିକଟରେ ଉପସ୍ଥାପିତ କରାଯାଉଥିଲେ ହେଁ ସେଦିଗରେ କୋ÷ଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ସରକାର ଙ୍କର ଟାଳଟୁଳ ନୀତି ଅମଲାମାନଙ୍କୁ ଆନ୍ଦୋଳନ ପାଇଁ ଖୋରାକ ଯୋଗାଇଛି । ୨ ଦିନ ଧରି କଳାବ୍ୟାଜ ପରିଧାନ ପୂର୍ବକ ରାଜସ୍ୱ ଅମଲାମାନେ ଡିଉଟି କରିବା ପରେ ଯଦି ସରକାର ଙ୍କର ଚୈତନ୍ୟ ଉଦୟ ନ ହୁଏ ତେବେ ଆଜି ଠାରୁ ଅମଲାମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବାକୁ ବାଧ୍ୟ ହେବେ ଏବଂ ତଜ୍ଜନିତ ପରିଣତି ପାଇଁ ସରକାର ଦାୟୀ ରହିବେ ବୋଲି ଗତକାଲି ସଂଘ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଥିଲା । ଏସବୁ ଦୃଷ୍ଟିରୁ ସରକାର ଅବିଳମ୍ବେ ରାଜସ୍ୱ ଅମଲାମାନଙ୍କର ନ୍ୟାୟସଙ୍ଗତ ଦାବି ଗୁଡିକ ସମାଧାନ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏସମ୍ପର୍କରେ ସୂଚନା ଦେଇ ସଂଘ ର ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଗତ ଅପ୍ରେଲ ମାସ ୨୨ ତାରିଖ ରେ ରାଜସ୍ୱ ବିଭାଗ ଦ୍ୱାରା ଆହୂତ ବୈଠକ ର ନିଷ୍ପତି ଅନୁସାରେ ସରକାରୀ ପ୍ରତିନିଧିମାନଙ୍କ ଦ୍ୱାରା ଅନୁମୋଦିତ ନ୍ୟାୟସଙ୍ଗତ ଦାବି ଗୁଡିକ ସମାଧାନ ଦିଗରେ ସରକାର ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ସେଗୁଡିକୁ ପୂରଣ କରିବା ଉଚିତ ବୋଲି ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ୯ ଦଫା ଦାବି ନେଇ ସାରା ରାଜ୍ୟ ର ୩୦ ଯାକ ଜିଲ୍ଲା ର ରାଜସ୍ୱ ଅମଲାମାନେ ଗତ ୨ଦିନ କଳାବ୍ୟାଜ ପିନ୍ଧି ଡିଉଟି କରିବା ପରେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

9 + five =