ବହୁ ଚର୍ଚ୍ଚିତ ବାରଙ୍ଗ ମର୍ଡର କେସ ର ହେଲା ପର୍ଦ୍ଧାଫାଶ ।

କଟକ,୨୧/୦୩/୨୦୨୪ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଗତ ୧୦ତାରିଖରେ ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ଅଞ୍ଚଳର ବାରସିଂଘା ଗାଁରେ ମହିଳାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ୍। ମହିଳାଙ୍କ ସହ ସମ୍ପର୍କ ରଖିବାକୁ ନେଇ ବଚସାରୁ ମହିଳାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ। ପ୍ରଥମେ ବାଡିରେ ଏବଂ ପରେ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା ଅଭିଯୁକ୍ତ। ଘଟଣା ଅନୁଯାୟୀ ଅଭିଯୁକ୍ତ ମନୋଜ ମହାରଣା ମୃତ ମହିଳାଙ୍କ ଘର ନିକଟରେ ଶ୍ରମିକ ଭାବେ କାମ କରୁଥିଲେ। ଅଭିଯୁକ୍ତର ସ୍ତ୍ରୀ ଶାରୀରିକ ଅକ୍ଷମ ଥିବା ବେଳେ ଉକ୍ତ ମହିଳାଙ୍କ ସହ ସମ୍ପର୍କ ରଖିବାକୁ ପ୍ରସ୍ତାବ ଦେଇଥିଲେ।କିନ୍ତୁ ଏହି ପ୍ରସ୍ତାବରେ  ମହିଳା ଜଣକ ରାଜି ନ ହୋଇ କଥା ପ୍ରଘଟ କରିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଅଭିଯୁକ୍ତ ମନୋଜ ଉତକ୍ଷିପ୍ତ ହୋଇ ମହିଳାଙ୍କୁ ପ୍ରଥମେ ବାଡିରେ ଏବଂ ପରେ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା। ଏହି ଘଟଣାରେ ପୋଲିସ ର ସାଇଣ୍ଟି ଫିକ ଟିମ୍ ତଦନ୍ତ କରି ଅଭିଯୁକ୍ତଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ବାଡି ଏବଂ ପଥର ସହ ଘଟଣାସ୍ଥଳରୁ ଏକ ବାହାଘର କାର୍ଡ ଏବଂ ସିନ୍ଦୁର ଜବତ କରିଛି। ବାରଙ୍ଗ ଥାନା ପୋଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *