ଓଡ଼ିଶା ସମାଚାର

ଭିଜିଲାନ୍ସ ଜାଲରେ ଲାଂଚୁଆ ଆର୍ଆଇ

ଭିଜିଲାନ୍ସ ଜାଲରେ ଲାଂଚୁଆ ଆର୍ଆଇ

August 12
18:01 2017

ରାଉରକେଲା, ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)- ଜମି ବିଭାଜନ ପାଇଁ ଲାଂଚ ନେଉଥିବା ବେଳେ, ସୁନ୍ଦରଗଡ ସଦର ତହସିଲ ବିରିବିରା ରେଭେନୁ୍ୟ ସର୍କଲର ରେଭେନୁ୍ୟ ଇନ୍ସପେକ୍ଟର ଅଜୟ ଅମାତ ଭିଜିଲାନ୍ସ ଯନ୍ତାରେ ପଡିଛନ୍ତି । ଏହି ସର୍କଲର ତୁଡକି ଗ୍ରାମରେ ବାସ କରନ୍ତି ମହେଶ୍ୱର କିଶାନ । ଗତ ୨୦୧୬ ମସିହାରେ ମହେଶ୍ୱର ତାଙ୍କ ସ୍ତ୍ରୀ ନାମରେ ନିଜ ଗ୍ରାମରେ ଜମି ନେଇଥିଲେ । ଜମି ବିଭାଜନ ପାଇଁ ଶ୍ରୀ କିଶାନ ସୁନ୍ଦରଗଡ ତହସିଲରେ ଆବେଦନ କଲାପରେ ଏହି କାର୍ଯ୍ୟପାଇଁ ଆରଆଇ ଅମାତଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଗତ ୫ ତାରିଖରେ ଶ୍ରୀ କିସାନ ଆରଆଇଙ୍କୁ ଭେଟି ଜମି ବିଭାଜନ ପ୍ରକ୍ରୀୟା ଆରମ୍ଭ କରିବାକୁ ନିବେଦନ କରିଥିଲେ । ମାତ୍ର ଶ୍ରୀ ଅମାତ ତାଙ୍କୁ ଏହି କାର୍ଯ୍ୟ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ମାଗିଥିଲେ । ଟଙ୍କା ନଦେଲେ କାମ ହୋଇ ପାରିବ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ । ଶେଷରେ ମହେଶ୍ୱର ୨ଟି ପର୍ଯ୍ୟାୟରେ ଟଙ୍କା ଦେବାକୁ ରାଜି ହୋଇଥିଲେ । ଏହାପରେ ସେ ଏହି ଘଟଣା ସମ୍ପର୍କରେ ଶ୍ରୀ କିସାନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ, ଆରଆଇ ଶ୍ରୀ ଅମାତ ସୁନ୍ଦରଗଡ ତହସିଲ କାର୍ଯ୍ୟାଳୟର ରେଭେନୁ୍ୟ ସୁପରଭାଇଜରଙ୍କ ପ୍ରକୋଷ୍ଠରେ ବସିଥିବା ବେଳେ ଶ୍ରୀ କିସାନ ସେଠାରେ ପହଂଚିଥିଲେ । କିଛି ସମୟର କଥାବାର୍ତା ପରେ ୫ ହଜାର ଟଙ୍କା ଲାଂଚ ଦେଉଥିବା ବେଳେ, ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିବା ସହ ରଙ୍ଗବୋଳା ଟଙ୍କା ଉଦ୍ଧାର କରିଥିଲେ । ଏହି ଚଢାଉରେ ଝାରସୁଗୁଡା ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ, ସୁନ୍ଦରଗଡ ଭିଜିଲାନ୍ସ ଇନ୍ସପେକ୍ଟର ରମାକାନ୍ତ ସାଏ. କାଶୀନାଥ କୁଜୁର, ସୁଧାଂଶୁ ଶେଖର ପୂଜାରୀ ପ୍ରମୁଖ ସାମିଲ ଥିଲେ । । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

20 − nine =