ଓଡ଼ିଶା ସମାଚାର

କଳାହାଣ୍ଡିରେ ବନ୍ୟାପରେ ଲେଡାପୋକ ଚିନ୍ତା

କଳାହାଣ୍ଡିରେ ବନ୍ୟାପରେ ଲେଡାପୋକ ଚିନ୍ତା

August 12
12:51 2017

ଜୁନାଗଡ, ୧୨/୦୮/୨୦୧୭ (ଓଡିଶା ସମାଚାର/ଦେବଦତ ପଣ୍ଡା)- କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଅଂଚଳରେ ହାତୀନଦୀ ପ୍ରମୂଖ ନଦୀ ଭାବେ ପ୍ରବାହିତ ହୋଇଥିବା ବେଳେ ଏହାର ଉଭୟ ପାଶ୍ୱର୍ରେ ଥିବା ଚାଷ ଜମି ସବୁ ବିଶେଷ ଭାବେ ପ୍ରଭାବିତ ହୋଇଥାଏ । ଇନ୍ଦ୍ରାବତୀ ବହୁମୂଖି ପ୍ରକଳ୍ପ ଦ୍ୱାରା ୨୦୦୦ ମସିହାରୁ ଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାପରେ ହାତୀ ନଦୀକୁ ଏହାର ମୂଖ୍ୟ ଜଳ ନିଷ୍କାସିତ ଡ୍ରେନ ଭାବେ ବ୍ୟବହାର କରିବା ଯୋଗୁଁ  ଅନେକ ସମୟରେ ଚାଷ ଜମି ପ୍ରଭାବିତ ହୋଇଆସୁଛି । ଗତ ମାସରେ ବନ୍ୟା ଯୋଗୁଁ ନଦୀକୂଳିଆ ଜମି ସବୁ ଜଳମଗ୍ନ ହୋଇ ଚାଷ ନଷ୍ଟ ହୋଇଥିଲା । ବନ୍ୟା ଛାଡିବା ପରେ ଜମିର ଫସଲ ଉଜୁଡି ଯାଇଥିବା ଦେଖିବାକୁ ମିଳିଥିଲା । ଯାହା କିଛି ଜମିରେ ଚାଷ ବଂଚିଛି ସେସବୁକୁ ଚାଷୀ ସଜାଡିବାକୁ ଚେଷ୍ଟା କରୁଥିବା ବେଳେ ଏବେ  ଲେଡାପୋକର ପ୍ରାଦୁର୍ଭାବ ଯୋଗୁଁ ଶତାଧିକ ଏକର ଫସଲ ନଷ୍ଟ ହେବାକୁ ବସିଲାଣି । ଫଳତଃ ଚାଷୀଙ୍କ ମନରେ ପୁଣିଥରେ ଆଶଙ୍କା ଦେଖାଦେଇଛି । ହାତୀ କୂଳରେ ଥିବା ବିରିପୁର,ମାଟିଖାଲ, କରମେଲି, ଡଙ୍ଗରିଗୁଡା, ବଙ୍କାପଲା, ଚିଲିଗୁଡା, କୋଟେନଗାଁ,ଅନ୍ତର୍ଲା,  ଅମ୍ବାଦୁଲା, ପୁରୁଣାସର ଆଦି ଗ୍ରାମ ସମେତ ତଳ ମୁଣ୍ଡରେ ତେଲନଦୀରେ ମିଶ୍ରଣ ସ୍ଥଲରେ ଥିବା ତଳମଳା, ସାହାଜକନା ଆଦି ଗ୍ରାମରେ ଶହଶହ ହେକ୍ଟର ଚାଷ ଜମି ହାତୀ ନଦୀ ବନ୍ୟା ଜଳରେ ପ୍ରଭାବିତ ହୋଇଥାଏ । ବନ୍ୟା ଛାଡିବା ପରେ ଏବେ ସେସବୁ ଅଂଚଳରେ ଲେଡାପୋକର ପ୍ରାଦୁର୍ଭାବ ଦେଖାଦେଇଥିବା ହେତୁ ସ୍ଥାନୀୟ ଚାଷୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଯାଇଛି ।
ବର୍ତମାନ ତଳମଳା ଗ୍ରାମପଂଚାୟତର ଶତାଧିକ ଚାଷ ଜମିରେ ବନ୍ୟାପରେ ଲେଡାପୋକର ପ୍ରାଦୁର୍ଭାବ ଦେଖାଦେଇଥିବା ହେତୁ ସ୍ଥାନୀୟ ଚାଷୀ ଓ ସରପଂଚ ଦୁଷିଲା ମାଝୀ ଉକ୍ତ ସମସ୍ୟା ସଂପର୍କରେ କୃଷି ବିଭାଗ ଅଧିକାରୀଙ୍କୁ ଜଣାଇବା ପରେ ଗତ ଶୁକ୍ରବାର ଦିନ ଉଦ୍ଭିଦ ସଂଗ୍ରହଣ ଅଧିକାରୀ ସୋମନାଥ ରଣା,ଜୁନାଗଡ ଅତିରିକ୍ତ କୃଷି ଅଧିକାରୀ ନୌକେଶ୍ୱର ନାଏକ ଓ ଗଜାନନ ସାହୁ,କୃଷକସାଥୀ ତାରେଣି ମାଝୀ, ହୃଦାନନ୍ଦ ମାଝୀ, ସ୍ଥାନୀୟ କୃଷିକର୍ମଚାରୀ ପ୍ରମୂଖ ସ୍ଥାନୀୟ ଚାଷୀ ମାନେ ଲେଡାପୋକ ଲାଗିଥିବା ଚାଷ ଜମି ଗୁଡିକୁ ପରିଦର୍ଶନ କରିଥିଲେ ।
ବିଭାଗୀୟ କୃଷି ଅଧିକାରୀମାନେ ଅନୁଧ୍ୟାନ କରି ୧୫୦ ହେକ୍ଟରରୁ ଚାଷଜମିରେ ଲେଡାପୋକ ଯୋଗୁଁ ଚାଷ ନଷ୍ଟ ହୋଇଥିବା ବିଷୟ ରାଜ୍ୟ ସ୍ତରୀୟ କୃଷିବିଭାଗକୁ ସୂଚନା ଦେଇଥିବା ପ୍ରକାଶ । ଲେଡାପୋକ ପ୍ରାଦୁର୍ଭାବ ହେଲେ ପ୍ରତି ରାତିରେ ଶହ ଶହ ସଂଖ୍ୟାରେ ପୋକ ବାହାରି ଧାନ ଚାଷକୁ ନଷ୍ଟ କରିଦେଇଥାଏ । ଫଳତଃ ଲେଡାପୋକ ଲାଗିଲେ ଚାଷୀ ମୁଣ୍ଡରେ ଚଡକ ପଡୁଥିବା ପ୍ରକାଶ । ଏହି ଲେଡାପୋକର ପ୍ରାଦୁର୍ଭାବ ଯୋଗୁଁ ସାହାଜକନାର ଲିଙ୍ଗରାଜ ସେନାପତି ନିଜ ଚାହ ଜମିରେ ୬ ଏକର ଧାନ ଚାଷ,ଚନ୍ଦ୍ର ସୁନାନୀ ୩ ଏକର,କ୍ଷେତ୍ରମୋହନ ବାଣୁଆ ୧୫ ଏକର ଓ ଟୁକୁ ରଣା ୧ ଏକର ଚାଷ ଜମି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କୃଷି ଅଧିକାରୀମାନେ ଅନୁଧ୍ୟାନ କରିଥିବା ପ୍ରକାଶ । ଧାନ ଚାଷ ବ୍ୟତୀତ ଅନ୍ୟ କୌଣସି ଆୟ ନଥିବାରୁ ପରିବାର ପ୍ରତିପୋଷଣ କରିବା ପାଇଁ ସେମାନଙ୍କ ପାଇଁ ଏବେ ଚିନ୍ତାର ବିଷୟ ହୋଇପଡିଥିବା ଆଲୋଚନା ହେଉଛି । ଏହି ଲେଡାପୋକ କ୍ରମଶଃ ପାଖାପାଖି ଚାଷ ଜମିଗୁଡିକୁ ବ୍ୟାପିବାରେ ଲାଗିଥିବା ବେଳେ ଚାଷୀ ମହଲରେ ଭାଲେଣି ପଡିଲାଣି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା କରିବା ପାଇଁ ଚାଷୀ ମହଲରେ ଦୃଢ ଦାବୀ ହେଉଛି । ଓଡ଼ିଶା ସମାଚାରJunagarh

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

16 + 20 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...