ଓଡ଼ିଶା ସମାଚାର

ମୟୂରଭଂଜ ଓ ବାଲେଶ୍ୱର ଜିଲ୍ଲା ପାଇଁ ମେଗା ସ୍ୱାସ୍ଥ୍ୟ ଯୋଜନା ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ମୟୂରଭଂଜ ଓ ବାଲେଶ୍ୱର ଜିଲ୍ଲା ପାଇଁ ମେଗା ସ୍ୱାସ୍ଥ୍ୟ ଯୋଜନା ଘୋଷଣା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

August 12
10:36 2017

– ମୟୂରଭଂଜରେ ୩୫ ଡାକ୍ତରଙ୍କୁ ନିଯୁକ୍ତି , ରାଇରଙ୍ଗପୁରରେ ସ୍ୱତନ୍ତ୍ର ହସ୍ପିଟାଲ -ବାଲେଶ୍ୱରରେ ହେବ ନର୍ସିଂ ସ୍କୁଲ

ଭୁବନେଶ୍ୱର , ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଶୁକ୍ରବାର ଦିନ ମେଗା ସ୍ୱାସ୍ଥ୍ୟ ଯୋଜନା ଘୋଷଣା କରିଛନ୍ତି  । ଏହି ଘୋଷଣା ଅନୁଯାୟୀ ମୟୂରଭଂଜ ଜିଲ୍ଳାର ବିଭିନ୍ନ ଡାକ୍ତରଖାନା ଗୁଡିକୁ ୩୫ ଜଣ ଡାକ୍ତରଙ୍କୁ ଆସନ୍ତା ମାସରେ ନିଯୁକ୍ତି ଦିଆଯିବ । ସେହିପରି ରାଇରଙ୍ଗପୁରରେ ମା ଓ ଶିଶୁମାନଙ୍କ ପାଇଁ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ କରାଯିବ । ଅନ୍ୟପକ୍ଷରେ ବାଲେଶ୍ୱରରେ ଏକ ନର୍ସିଂ ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି  । ଏହାସହ ବାରିପଦା ମେଡିକାଲ କଲେଜକୁ ସରଂଜାମ କ୍ରୟ କରିବା ପାଇଁ୫୦ କୋଟି ଟଙ୍କା ଯୋଗାଇ ଦିଆଯିବ  । ଏହା ବ୍ୟତୀତ ୩୨୯ ଅପହଂଚ ଗ୍ରାମରେ ବାଇକ୍ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ । ଏହି ଅଂଚଳର ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ଲାଗି ବାଟ ଖର୍ଚ୍ଚ ୧ ହଜାର ଟଙ୍କା ଯୋଗାଇ ଦିଆଯିବ  । ସେମାନେ ନିଜ ଖର୍ଚ୍ଚରେ ଆସି ମେଡିକାଲଳରେ ପହଂଚିବା ପରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି  । ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିଦର୍ଶନ ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଏହି ଘୋଷଣା କରିଥିଲେ  ।ଅନ୍ୟପକ୍ଷରେ ୨୦୧୮ ସେପ୍ଟେମ୍ବର ସୁଦ୍ଧା ବାଲେଶ୍ୱର ମେଡିକାଲ କଲେଜର ସମସ୍ତ ପଦବୀ ପୂରଣ କରାଯିବ ବୋଲି ବାଲେଶ୍ୱର ମେଡିକାଲ କଲେଜ ପରିଦର୍ଶନ କରିବାକୁ ଯାଇଥିବା ବେଳେ ମନ୍ତ୍ରୀ ଶ୍ରୀ ଜେନା ଘୋଷଣା କରିଛନ୍ତି  । ସେହିପରି ବସ୍ତା ଓ ସୋର ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ୩୦ କୁ ବୃଦ୍ଧି କରାଯିବା ସହ ଉଭୟ ଡାକ୍ତରଖାନା ପାଇଁ ୮ କୋଟି ଲେଖାଏଁ ଅନୁଦାନ ଘୋଷଣା କରିଛନ୍ତି  । ଏହା ବ୍ୟତୀତ ଅପହଂଚ ଅଂଚଳର ପ୍ରସୂତି ମାନଙ୍କ ବାଟ ଖର୍ଚ୍ଚ ପାଇଁ ୧୦୦୦ ଟଙ୍କା ପ୍ରଦାନ କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଯନ୍ତ୍ରପାତି କିଣିବା ପାଇଁ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି  । ସେହିପରି ବାଲେଶ୍ୱରରେ ଏକ ନର୍ସିଂ ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ଘୋଷଣା କରିଛନ୍ତି  । ଓଡ଼ିଶା ସମାଚାରPratap Jena

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

19 − five =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...