ଓଡ଼ିଶା ସମାଚାର

ମୁଖ୍ୟମନ୍ତ୍ରୀଙ୍କ ସହ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଏରିକ୍ ସୋଲହେମ୍ ଙ୍କ ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କ ସହ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଏରିକ୍ ସୋଲହେମ୍ ଙ୍କ ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କ ସହ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଏରିକ୍ ସୋଲହେମ୍ ଙ୍କ ଆଲୋଚନା
August 12
10:31 2017

ଭୁବନେଶ୍ୱର , ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-ଜାତିସଂଘ ପରିବେଶ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଏରିକ୍ ସୋଲହେମ୍ ଶୁକ୍ରବାର ଦିନ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୟୁ.ଏନ୍.ଇ.ପି ତରଫରୁ ଓଡିଶାରେ ଜୈବ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସୋଲହେମ୍ ପ୍ରସ୍ତାବ ଦେଇଛନ୍ତି  । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମ୍ବଳ ସଂରକ୍ଷଣ , ଜଳବାୟୁ ପରିବର୍ତନ ପ୍ରଭାବ ହ୍ରାସ ଏବଂ ଜୈବ ଚାଷ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଓଡିଶା ଓ ୟୁ.ଏନ୍.ଇ.ପି ପକ୍ଷରୁ ମିଳିତ ପଦକ୍ଷେପ ନେବାପାଇଁ ବ୍ୟାପକ ସୁଯୋଗ ରହିଛି  । ଓଡିଶାରେ ଜୈବ ଚାଷର ବହୁତ ସମ୍ଭାବନା ରହିଛି  । ତେଣୁ ଦୀର୍ଘସ୍ଥାୟୀ ଓ ପରିବେଶ ଅନୁକୂଳ ଜୈବ ଚାଷ ପାଇଁ ରାଜ୍ୟ ସରକାରଙ୍କ ଆଗ୍ରହ ରହିଛି  । ରାଜ୍ୟର ବର୍ଷା -ନିର୍ଭରଶୀଳ ତଥା ଆଦିବାସୀ ଅଂଚଳରେ ଯେଉଁଠାରେ ରାସାୟନିକ ପ୍ରୟୋଗ ସମ୍ଭବତଃ ନାହିଁ , ସେହି ଅଂଚଳରେ ଜୈବ ଚାଷକୁ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ  । ଓଡିଶାରେ ସାମାଜିକ , ଆର୍ଥିକ ଓ ପରିବେଶ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ  । ଏହି ଅବସରରେ ସୋଲହେମ୍ କହିଥିଲେ ଯେ ଓଡିଶାରେ ସାମାଜିକ ଓ ଆର୍ଥିକ ସମ୍ବଳ ପରିଚାଳନାରେ ବହୁତ ଭଲ କାମ ହୋଇଛି  । ପରିବେଶର ସୁରକ୍ଷାକୁ ଆଖିରେ ରଖି ଓଡିଶାରେ ବିଭିନ୍ନ ସାମାଜିକ ଓ ଆର୍ଥିକ କାର୍ଯ୍ୟକ୍ରମ କରିବା ପାଇଁ ୟୁ.ଏନ୍.ଇ.ପିର ଆଗ୍ରହ ରହିଛି  । ଏଥିପାଇଁ ଘରୋଇ କ୍ଷେତ୍ରରୁ ସମ୍ବଳ ସଂଗ୍ରହ କରାଯାଇପାରିବ । କୃଷି , ଜୈବ ଚାଷ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିଭିନ୍ନ ଉଦ୍ୟୋଗ ପାଇଁ ସମ୍ଭାବନା ରହିଛି  । ଇଣ୍ଡୋନେସିଆରେ ଏହିପରି କାର୍ଯ୍ୟକ୍ରମ କରାଯାଇ ସଫଳତା ମିଳିପାରିଛି  । ରାଜ୍ୟ ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତା ହାସଲ କରିପାରିବ ବୋଲି ସେ କହିଥିଲେ  । ସୂଚନାଯୋଗ୍ୟ ଯେ ଓଡିଶା ନଲେଜ୍ ହବ୍ ଲେକ୍ଚରସିରିଜ୍ ରେ ଯୋଗଦାନ କରିବା ପାଇଁ ସୋଲହେମ୍ ଓଡିଶା ଆସିଛନ୍ତି  । ସେ ଏକ ୮ ଜଣିଆ ପ୍ରତିନିଧି ଦଳ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ  ।

ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ , ଉନ୍ନୟନ କମିଶନର ଆର. ବାଲାକ୍ରିଷ୍ଣନ୍ , ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା ଓ ଅନ୍ୟାନ୍ୟ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

seventeen + nine =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...