ଉଇଲଲକିଶନ ନଗର ରେ ଅଷ୍ଟ ପ୍ରହର ନାମଯଜ୍ଞ: ହରିନାମ ରେ କମ୍ପିଲା ଗାଁ 

ଖୋର୍ଦ୍ଧା, ୨୦/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ବ୍ଲକ ଅଧିନ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲଲକିଶନ ନଗର (ସାହେବ ନୂଆଗାଁ) ଶ୍ରୀ ଶ୍ରୀ ଭାଗବତ ଦେଵ ପୀଠ ରେ ଶ୍ରୀ ଶ୍ରୀ ଅଷ୍ଟ ପ୍ରହର ନାମଯଜ୍ଞ ମହାସମାରୋହ ରେ ଅନୁଷ୍ଠିତ ହୋଇଛି। ଗ୍ରାମ ସଭାପତି ପୂର୍ଣଚନ୍ଦ୍ର ସାହୁ ଓ ସମ୍ପାଦକ ସନାତନ ବିଶ୍ୱାଳ ଓ ସମୂହ ଗ୍ରାମବାସୀ ଙ୍କ ସହଯୋଗରେ ଶୁଭାଧିବାସ ସହିତ ବିଶ୍ୱ ଓ ଗ୍ରାମର ଶାନ୍ତି ମୈତ୍ରୀ ଓ ଭାତୃତ୍ୱ ଭାଵ ନିମନ୍ତେ ନାମ ଯଜ୍ଞ ହୋଇଥିଲା।ଏଥିରେ ଆଖ ପାଖ ଗ୍ରାମର ୧୦ ମଣ୍ଡଳୀ ସଂକୀର୍ତ୍ତନ ଦଳ ଏଥିରେ ଯୋଗ ଦେଇ ଭଜ ନିତାଇ ଗୌର ରାଧେ ଶ୍ୟାମ ,ହରେ କୃଷ୍ନ ହରେ ରାମ ନାମ ଜପ କରି ସ୍ଥାନୀୟ ଅଞ୍ଚଳ କୁ ହରିମୟ କରିଥିଲେ।ସେହିପରି ୪ ଜଣ ବୈଷ୍ଣବ ବାବାଜି ଗୋକୁଳାନନ୍ଦ ଦାସ,ପ୍ରେମାନନ୍ଦ ଦାସ,ଅନ୍ତର୍ଯ୍ୟାମୀ ଦାସ,ଶିବ ଦାସ,ଗ୍ରାମ ପୁରୋହିତ ବିଶ୍ୱନାଥ ନନ୍ଦ,ଆଲୋକ ନନ୍ଦ ପ୍ରମୁଖ ଶ୍ରୀହରି ଠାକୁର ଙ୍କ ବିଭିନ୍ନ ସମୟରେ ଆଳତି,ପୂଜାର୍ଚ୍ଚନା, ସହିତ ଅଖଣ୍ଡ ନାମଜପ କରିଥିଲେ।ଏହି ସାମୁହିକ ଅଷ୍ଟ ପ୍ରହର ନାମଯଜ୍ଞ ରେ ଗ୍ରାମର ସମସ୍ତ ଆବାଳବୃଦ୍ଧବନିତା ଙ୍କ ସହିତ ଗୁଣନିଧି ବିଶ୍ୱାଳ,ସୀତାରମ ପ୍ରଧାନ,କାଶୀନାଥ ପ୍ରଧାନ,ସଞ୍ଜୟ ବିଶ୍ୱାଳ,ହିମାଂଶୁ ବରାଳ,ପ୍ରଦୀପ୍ତ କୁମାର ସାହାଣୀ,ଦୀପକ କୁମାର ସୁନ୍ଦରାୟ,ସୁରେଶ ଚନ୍ଦ୍ର ସାମନ୍ତରାୟ,ଆକାଶ କୁମାର ବିଶ୍ବାଳ,ସୀତାରାମ ସୁନ୍ଦରାୟ,ଗୟାଧର ବାରିକ,ସତ୍ୟବାନ ବିଶ୍ୱାଳ,ରମେଶ ଚନ୍ଦ୍ର ପ୍ରଧାନ, ଅଶୋକ ପ୍ରଧାନ,ବୈରାଗୀ ସାହୁ,ଶରତ ମହାପାତ୍ର,ଗୌରାଙ୍ଗ ବିଶ୍ୱାଳ,ଅମ୍ବୁଜ ସାହୁ,ସୁରେଶ ବାରିକ,ପ୍ରଦୀପ ବେହେରା,,ପ୍ରମୁଖ ସହିତ ଅନେକ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *