ଓଡ଼ିଶା ସମାଚାର

ଦେଶର ସୁରକ୍ଷା ଆମର ପ୍ରଧାନ କର୍ତବ୍ୟ : ଡକ୍ଟର ପାଣ୍ଡେ

ଦେଶର ସୁରକ୍ଷା ଆମର ପ୍ରଧାନ କର୍ତବ୍ୟ : ଡକ୍ଟର ପାଣ୍ଡେ

ଦେଶର ସୁରକ୍ଷା ଆମର ପ୍ରଧାନ କର୍ତବ୍ୟ : ଡକ୍ଟର ପାଣ୍ଡେ
August 12
09:38 2017

ଖୋର୍ଦ୍ଧାରେ ଫ୍ୟାନ୍ସ ପକ୍ଷରୁ ‘ଡାଇମେନ୍ସନ୍ସ ଅଫ୍ ଇଣ୍ଡିଆସ୍ ସିକୁ୍ୟରିଟି’ ସେମିନାର

ଖୋରଧା ୧୨/୦୮/୨୦୧୭ (ଓଡ଼ିଶା ସମାଚାର)- ସ୍ଥାନୀୟ ଖୋରଧା ଅଇନ ମହାବିଦ୍ୟାଳୟ ପରିସରରେ ଭାରତର ସୁରକ୍ଷାର ବିଭିନ୍ନ ଦିଗ (ଡାଇମେନ୍ସନ୍ସ ଅଫ୍ ଇଣ୍ଡିଆସ୍ ସିକୁ୍ୟରିଟି) ଉପରେ ଏକ ଆଲୋଚନାଚକ୍ର ଫୋରମ୍ ଫର୍ ଆୱାର୍ନେସ୍ ଅଫ୍ ନେସନାଲ୍ ସିକୁ୍ୟରିଟି (ଫ୍ୟାନ୍ସ) ଓଡିଶା ଶାଖା ତରଫରୁ ରାଷ୍ଟ୍ରୀୟ ସଂପାଦିକା ସଙ୍ଘମିତ୍ରା ରାଜଗୁରୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଲେପ୍ଟନାଂଟ୍ ଜେନେରାଲ୍ ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫ୍ୟାନ୍ସର ଛତିଶ୍ଗଡ ରାଜ୍ୟ ଶାଖାର ସଭାପତି ପ୍ରଫେସର୍ ଗିରିଶକାନ୍ତ ପାଣ୍ଡେ ଯୋଗଦେଇ କହିଲେ ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର । ଚୀନ, ପାକିସ୍ଥାନ ଭଳି କିଛି ଦେଶ ସେମାନଙ୍କର ସ୍ୱାର୍ଥ ସିଦ୍ଧି ପାଇଁ ଆମର ସୁରକ୍ଷା ପ୍ରତି କଂଟା ହୋଇଛନ୍ତି । ସେମାନେ ଆମ ଦେଶରେ ଆତଙ୍କବାଦୀ ଏବଂ ମାଓବାଦୀମାନଙ୍କ କାର୍ଯ୍ୟକଳାପ ବଢାଇବା ପାଇଁ ଆର୍ଥôକ ଏବଂ ସାମରିକ ସାହାଯ୍ୟ ଯୋଗାଇ ଆସୁଛନ୍ତ । ଏହା ଆମ ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ଆଜି ଦେଶର ପ୍ରତ୍ୟେକ ନାଗରିକ ଦେଶର ସୁରକ୍ଷା ପାଇଁ ଚିନ୍ତା କରିବା ଜରୁରୀ ହୋଇପଡିଛି । Khordha 1

ମୁଖ୍ୟ ବକ୍ତା ଭାବରେ ଫ୍ୟାନ୍ସର ରାଜ୍ୟ ଉପସଭାପତି କର୍ଣ୍ଣେଲ୍ ଶରତ କୁମାର ମହାପାତ୍ର ଯୋଗଦେଇ କହିଲେ ଆଜି ବାଙ୍ଗ୍ଲାଦେଶ ଅନୁପ୍ରବେଶକାରୀମାନେ ଦେଶର ସୁରକ୍ଷା ପ୍ରତି ଘୋର ବିପଦ ସୃଷ୍ଟି କରିଛନ୍ତି । ଏଥିପାଇଁ ଏହାକୁ ନିୟନ୍ତ୍ରଣ କରିବା ପରିବର୍ତେ ବିଗତ ଦିନର ସରକାରମାନେ ଭୋଟବ୍ୟାଙ୍କ ରାଜନୀତି କାରଣରୁ ସେମାନଙ୍କୁ ସାହାଯ୍ୟ ସହଯୋଗ କରିଆସୁଛନ୍ତି ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ । ସମ୍ମାନୀତ ବକ୍ତା ଭାବରେ ଡ. ରାଜେନ୍ଦ୍ର କୁମାର ସାମନ୍ତରାୟ, ଡ. ଧିରେନ୍ଦ୍ର କୁମାର ପଟ୍ଟନାୟକ, ଡ. କପିଳେଶ୍ୱର ମିଶ୍ର, କର୍ଣ୍ଣେଲ ବୀରେନ୍ଦ୍ର କୁମାର ବସ୍ତିଆ ଏବଂ ଅରୁଣ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗଦେଇ କହିଲେ ଆମ ଦେଶର ପୂର୍ବୋତର ରାଜ୍ୟସମୂହର ସ୍ଥିତି ଆଜି ଅତ୍ୟନ୍ତ ଉଦବେଗ ଜନକ । ଚୀନ୍ ଆମ ଦେଶର ସିକିମ୍, ଅରୁଣାଂଚଳ ପ୍ରଦେଶକୁ ନିଜ ଦେଶର ଭୂଖଣ୍ଡ ବୋଲି ତାର ମାନଚିତ୍ରରେ ଦର୍ଶାଇ ଦୀର୍ଘ ଦିନ ହେଲା ଦାବି କରିଆସୁଛି । ବିଦେଶୀ ଚକ୍ରାନ୍ତରେ ପଡି ନାଗାଲ୍ୟାଣ୍ଡ୍ ଆଜି ଆମ ଦେଶରୁ ଅଲଗା ହୋଇ ସ୍ୱତନ୍ତ୍ର ଦେଶ ହେବା ପାଇଁ ଜିଦ୍ ଧରିଲାଣି । ଆଜି ଆମ ଦେଶରେ ଜନ୍ମିତ ବ୍ୟକ୍ତି ନିଜ ମାତୃଭୂମିକୁ ସ୍ୱୀକାର କରିବା ପରିବର୍ତେ ବିଦେଶୀ ମାନଙ୍କ କୁଚକ୍ରାନ୍ତରେ ପଡି ଦେଶ ବିରୋଧି କାର୍ଯ୍ୟକଳାପରେ ଲିପ୍ତ ହେଉଛି । ଏହାର ମୁଖ୍ୟ କାରଣ ହେଉଛି ନିଜର ସୁରକ୍ଷା ସହିତ ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ସେ ସଚେତନ ନୁହେଁ । ଶେଷରେ ଫ୍ୟାନ୍ସର ରାଷ୍ଟ୍ରୀୟ ସଂପାଦିକା ଶ୍ରୀମତୀ ରାଜଗୁରୁ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଆମେ ସମସ୍ତେ ଅଙ୍ଗିକାରବଦ୍ଧ ହେବା ପାଇଁ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷାବିତ୍, ସମାଜସେବୀ ଓ ବୁଦ୍ଧିଜୀବିମାନଙ୍କୁ ଶପଥ ପାଠ କରାଇଥିଲେ । ଶେଷରେ ଆଇନ୍ ମହାବିଦ୍ୟାଳୟର ସଂପାଦକ ସୁଧୀର ମାନସିଂହ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱଦେଶୀ ସୁରକ୍ଷା ଅଭିଯାନର ରାଜ୍ୟ ସହସଂଯୋଜକ ଡ. ଧୀରେନ୍ଦ୍ର ନନ୍ଦଙ୍କ ସମେତ ଶିକ୍ଷାବିତ୍ ଡ. ବୃନ୍ଦାବନ ପଣ୍ଡା, ବୈକୁଣ୍ଠନାଥ ରାଜଗୁରୁ, ଭୀମସେନ ପ୍ରଧାନ, ସତ୍ୟବାଦୀ ବଳିୟାରସିଂହ, ଅଜିତ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ହରିଚନ୍ଦନ, କିଶୋର ଚନ୍ଦ୍ର ବରାଳ, ପବିତ୍ର ସାମନ୍ତରାୟ, ରାମାଶିଷ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଶା ସମାଚାରKhordha 2

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

two × 1 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...