ନିର୍ମଳ ପଣ୍ଡା ଙ୍କ ସମତେ ୪ଜଣ ଙ୍କ ନାମରେ ଭିଜିଲାନ୍ସ ରେ ଚାର୍ଜ ସିଟ

ଯାଜପୁର, ୨୦/୦୩/୨୦୨୪ (ଓଡ଼ିଶା ସମାଚାର)- ମନେରେଗା ଟଙ୍କା ଆତ୍ମ ସାତ ଘଟଣା ରେ ଆଜି କଟକ ଭିଜିଲାନ୍ସ ସ୍ପେଶାଲ ଜଜ ୪ଜଣ ସରକାରୀ କର୍ମଚାରୀ ଏବଂ ଜଣେ ତତ୍କାଳୀନ ସରପଞ୍ଚ ଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କ ବିରୁଦ୍ଧରେ ଚାର୍ଜ ସିଟ ଦାଖଲ କରିଛନ୍ତି।ଅଭିଯୁକ୍ତ ମାନେ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତ ର ତତ୍କାଳୀନ ତଥା ଏବେକାର ମର୍ଜିତାପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ମଳ ଚନ୍ଦ୍ର ପଣ୍ଡା,ଗଙ୍ଗାଧରପୁର ରେ କାର୍ଯ୍ୟରତ ଜିଆରଏସ ଚିନ୍ମୟୀ କର,ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ମୋହନ ସ୍ୱାଇଁ,କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତି ଗଡ଼ ନାୟକ ଏବଂ ଗଙ୍ଗାଧରପୁର ପଞ୍ଚାୟତ ର ତତ୍କାଳୀନ ସରପଞ୍ଚ ରୀନା ମଲ୍ଲିକ ଙ୍କ ବିରୁଦ୍ଧରେ ଆଇପିସି ୧୯୮୮ ଦୁର୍ନୀତି ଅପରାଧ ଭିତ୍ତିକ ଦଫା ୧୩(୨),୧୩(୧)(ଏ),ପ୍ରିଭେସନ୍ସ ଅଫ କରପସନ୍ସ ଅମେଣ୍ଡମେଣ୍ଟ ଆକ୍ଟ ୨୦୧୮ ସେକ୍ସନ ୪୬୭,୪୭୧,୪୭୭ ଏ ,୪୦୯,୧୨୦ବି ରେ ଚାର୍ଜ ସିଟ କରିଛନ୍ତି।

ସୂଚନା ଥାଉକି ଧର୍ମଶାଳା ବ୍ଲକ ଅଧିନ ଗଙ୍ଗାଧରପୁର ପଂଚାୟତ ର ଇମାମନଗର ଗ୍ରାମରେ  ୨୦୨୦/୨୧ ଆର୍ଥିକ ବର୍ଷରେ ଅକ୍ଷୟ ପାଳ ଙ୍କ ଘର ଠାରୁ ସୁନାକର ରାଉତ ଙ୍କ ଘର ପର୍ଯ୍ୟନ୍ତ ଲୋକଙ୍କ ବ୍ୟକ୍ତିଗତ ଜାଗା ଉପରେ ମାଟି ଢାଳିବାର ମିଥ୍ୟା ବିଲ କରି ୨ଲକ୍ଷ ୫୨ହଜାର ୬୧୪ଟଙ୍କା ହଡପ କରିଥିବାର ଅଭିଯୋଗ ଆସିବା ପରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଏନେଇ ମାନ୍ୟବର ଲୋକୟୁକ୍ତ ରେ ମାମଲା ଦାୟର କରିଥିଲେ। ସେହିପରି ମାନ୍ୟବର ଲୋକୟୁକ୍ତ ଏଲ୍ ୱାଇ ନଂ-୧୩୪/୨୦୨୨କୁ ଗ୍ରହଣ କରି ତଦନ୍ତକାରୀ ନିର୍ଦେଶକ ଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ତଦନ୍ତ ସମୟରେ ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଲେ ଯେ, ଉକ୍ତ ରାସ୍ତା ନିର୍ମାଣରେ ୧୬୪୦.୮୨ କ୍ୟୁବିକ ମାଟି ପଡି ୨ ଲକ୍ଷ ୯୪ ହଜାର  ୩୩୬ ଟଙ୍କା ବିଲ ହୋଇଛି।କିନ୍ତୁ ବାସ୍ତବରେ ଜଣା ପଡିଲା ଯେ, ମାତ୍ର ୨୩୯.୬୩ କ୍ୟୁବିକ ମାଟି ପଡି ମାତ୍ର ୪୧ ହଜାର ୭୨୨ ଟଙ୍କାଖର୍ଚ୍ଚ କରାଯାଇ ବାକି ୨ ଲକ୍ଷ ୫୨ ହଜାର ୬୧୪ ଟଙ୍କା ହଡପ କରାଯାଇଛି।ଏହି ଅର୍ଥ ହଡପ ଘଟଣା ରେ ମୁଖ୍ୟ ସୂତ୍ରଧର ସାଜିଥିବା ତଥାକଥିତ ବା ଚର୍ଚ୍ଚିତ ତତ୍କାଳୀନ ପଂଚାୟତ କାର୍ଯ୍ୟନିବାହି ଅଧିକାରୀ ନିର୍ମଳ ପଣ୍ଡା,ତତ୍କାଳୀନ ସରପଞ୍ଚ ରୀନା ମଲ୍ଲିକ, ଗ୍ରାମ ରୋଜକାର ସେବକ ଚିନ୍ମୟୀ କର, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଗଡନାୟକ ,ସହାୟକ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ସ୍ୱାଇଁ ସଂପୃକ୍ତ ଅଛନ୍ତି।ତେବେ ଏ ମାନଙ୍କ ବିରୁଦ୍ଧରେ ମାନ୍ୟବର ଲୋକୟୁକ୍ତ ଭିଜିଲାନ୍ସ ବିଭାଗ କୁ ନିର୍ଦେଶ ଦେବା ପରେ କଟକ ଭିଜିଲାନ୍ସ ଏସପି ତା-୦୨.୧୨.୨୦୨୨ରିଖରେ କେସ୍ ନମ୍ବର ୫୧/୨୦୨୨ ରେ ଦଫା ୧୩(୨)ଆର/ଡବ୍ଲୁ ୧୩(୧)ଏ ପିସି ଆକ୍ଟ ୧୯୮୮,ଆମେନ୍ଡେଡ଼ / ପିସି ଆକ୍ଟ ୨୦୧୮/୪୬୭/୪୭୧/୪୭୭-ଏ/୪୦୯/୧୨୦-ବି  ଏହି ପାଞ୍ଚ ଜଣଙ୍କ ନାମରେ ଫୌଜଦାରୀ ମାମଲା ରଜ୍ଜୁ କରି ତଦନ୍ତ ଚଳାଇଥିଲେ। ଏଥି ସହିତ ମନେରେଗା ଅର୍ଥ କୁ ଜବ କାର୍ଡ ମାଧ୍ୟମରେ  ଯେଉଁ କୋଟିପତି ଶ୍ରମିକ ମାନେ ହାତେଇଛନ୍ତି ସେମାନଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ତରଫରୁ କୋର୍ଟ ରେ ହଜାର ହେବା ପାଇଁ ନୋଟିସ୍ ଜାରି ହୋଇଥିଲା।ତେବେ ତଦନ୍ତ ସମୟରେ ଅନେକ ଜାଲ ବା ନକଲି ଟିପ ଚିନ୍ହ ହିତାଧିକାରୀଙ୍କ ନାମରେ ପିଇଓ ନିର୍ମଳ ପଣ୍ଡା ମାରି ମିଥ୍ୟା ବିଲ କରିନେଇଥିଲେ। ଏପରିକି ଲୋକଙ୍କ ବ୍ୟକ୍ତିଗତ ଜାଗା ଉପରେ କିଛି ମାଟି ଢାଲି ତାହାକୁ କାଗଜପତ୍ର ରେ ଚଞ୍ଚକତା କରି କିସମ ଗୋଚର କରାଯାଇଥିବାର ଭିଜିଲାନ୍ସ ତଦନ୍ତ ରୁ ଜଣା ପଡିଥିଲା।

ତେବେ ଗତ ୧୪ତାରିଖ ଦିନ ମାନ୍ୟବର ଲୋକାୟୁକ୍ଟ ଙ୍କ ନିକଟରେ ଭିଜିଲାନ୍ସ ସମସ୍ତ ଚାର୍ଜ ସିଟ ଦାଖଲ କରିଥିବା ବେଳେ ସମ୍ପୃକ୍ତ ପାଞ୍ଚ ଜଣ ଅସାଧୁ ଅଧିକାରୀ ଙ୍କୁ ତୁରନ୍ତ ଗିରଫ କରିବାକୁ ସାଧାରଣ ରେ ଦାବି ଜୋର ଧରିଛି।ଏହି ଖବର ପ୍ରସାରଣ ପରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିବା ସହ  ନ୍ୟାୟ ଠିକ୍ ଭାବରେ ମିଳିଛି ବୋଲି ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *