ଓଡ଼ିଶା ସମାଚାର

ଗ୍ରାମୀଣ ଯୁବତୀଙ୍କୁ ସିଲାଇ ମେସିନ ବିତରଣ

ଗ୍ରାମୀଣ ଯୁବତୀଙ୍କୁ ସିଲାଇ ମେସିନ ବିତରଣ

August 11
15:17 2017

ଧାମରା, ୧୧/୦୮/୨୦୧୭ ( ଓଡ଼ିଶା ସମାଚାର)- ଗ୍ରାମାଂଚଳରେ ଯୁବତୀମାନେ ନିଜ ଜୀବନ ଜିବୀକାକୁ ଅଧିକ ଗତିଶୀଳ କରିବା ତଥା ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ, ଆଦାନୀ ଧାମରା ବନ୍ଦର ତରଫରୁ ଏହାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ “ସକ୍ଷମ” ଅନ୍ତର୍ଗତ ଦୋସିଙ୍ଗା ପଂଚାୟତର ୮ ଜଣ ଯୁବତୀ ତଥା ମହିଳାଙ୍କୁ ସିଲାଇ ମେସିନ ଏବଂ ମାନପତ୍ର ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ଗ୍ରାମୀଣ ଯୁବତୀ ଏବଂ ମହିଳା ଏହି ବିକାଶନ୍ମୋମୁଖୀ “ସକ୍ଷମ” କାର୍ଯ୍ୟକ୍ରମରେ ୬ ମାସିଆ ସିଲାଇ ତାଲିମ ପାଇବାର ସୁଯୋଗ ପାଇଥିଲେ, ଯାହା ସେପ୍ଟେମ୍ବର ୨୦୧୬ ଆରମ୍ଭ ହୋଇ ଫେବୃୟାରୀ ୨୦୧୭ ରେ ଶେଷ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଧାମରା ବନ୍ଦର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଦାନୀ ଧାମରା ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତି୍ରପାଠୀ ପ୍ରଥମ ବ୍ୟାଚ୍ ତାଲିମପ୍ରାପ୍ତ ମହିଳାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଧାମରା ବନ୍ଦର କର୍ପୋରେଟ ଆଫାୟେର୍ସ ମୁଖ୍ୟ ମିଥ୍ ମେହେଟା, ବନ୍ଦର କର୍ମକର୍ତା, ସ୍ଥାନୀୟ ଗ୍ରାମବାସୀ ଏବଂ ହିତାଧିକାରୀଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଆଦାନୀ ଫାଉଣ୍ଡେସନର ଏହିଭଳି ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମବାସୀ ଓ ବୁଦ୍ଧିଜୀବୀ ଉଚ୍ଚ ପ୍ରଂଶସା କରିଥିଲେ । ସୂଚନା ଯୋଗ୍ୟ ଯେ, ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର ଏବେ ନ୍ୟାସନାଲ ସ୍କିଲ ଡେଭେଲପମେଂଟ କର୍ପୋରେସନ (ଏନ୍ଏସ୍ଡିସି) ସହ ଭାରତ ସରକାରଙ୍କ ସ୍କିଲ ଇଣ୍ଡିଆ ମିଶନକୁ ଆଗେଇ ନେବାରେ ସହଯୋଗ କରୁଛି । ନ୍ୟାସନାଲ ସ୍କିଲ କ୍ୱାଲିଫିକେଶନ ଫ୍ରେମୱାର୍କ (ଏନ୍ଏସ୍କ୍ୱୁ୍ୟଏଫ୍) ଅଧିନରେ ୨୦୨୨ ସୁଦ୍ଧା ୩ ଲକ୍ଷ ଯୁବକଯୁବତୀଙ୍କୁ ବୈଷୟିକ ତାଲିମପ୍ରାପ୍ତ କରାଇବା ପାଇଁ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶା ସମାଚାରDhamara

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

13 − six =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...