ଓଡ଼ିଶା ସମାଚାର

ଓଡିଶା ଆସିବେ କଂଗ୍ରେସ ପର୍ଯ୍ୟବେକ୍ଷକ ଦଳ

ଓଡିଶା ଆସିବେ କଂଗ୍ରେସ ପର୍ଯ୍ୟବେକ୍ଷକ ଦଳ

August 11
14:39 2017

ଭୁବନେଶ୍ୱର , ୧୧/୦୮/୨୦୧୭ ( ଓଡ଼ିଶା ସମାଚାର)- ରାଜ୍ୟ ପିସିସି ସଭାପତି ପରିବର୍ତନକୁ ନେଇ ଲାଗି ରହିଥିବା ବିବାଦ ଏବଂ ଦଳରେ ଥିବା କନ୍ଦଳକୁ କିପରି ସମାଧାନ କରିହେବ ସେଥିନେଇ Congressଏ.ଆଇ.ସି.ସି.ର ପର୍ଯ୍ୟବେକ୍ଷକମାନେ ଓଡ଼ିଶା ଆସୁଛନ୍ତି । ସେମାନେ ଏଠାରେ ତିନିଦିନ ରହିବେ । ରହଣୀ କାଳରେ ସେମାନେ ଦଳୀୟ କର୍ମୀ, ନେତା, ସଂଗଠକ ଏବଂ ଶୁଭେଚ୍ଛୁମାନଙ୍କ ସମେତ ସାଂସଦ, ବିଧାୟକ ମାନଙ୍କୁ ପୃଥକ ପୃଥକ ଭାବରେ ଭେଟି ଆଲୋଚନା କରିବେ । ଏହି ଆଲୋଚନା ଭିତିରେ ରିପୋର୍ଟ ପ୍ରସ୍ତୁତ କରି ଏଆଇସିସିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସ ନେତାମାନେ କର୍ମୀ ମାନଙ୍କୁ ଧରି ନିଜ ନିଜ ସପକ୍ଷରେ ପର୍ଯ୍ୟବେକ୍ଷକ ମାନଙ୍କଠାରେ କିପରି ନିଜର ପାରିବା ପଣିଆ ବଖଣା ଯାଇ ପାରିବ ଯୋଜନା ଆରମ୍ଭ କରିଦେଇଥିବା ପରିଲକ୍ଷିତ ହୋଇଛି । ଓଡ଼ିଶା ଆସୁଥିବା ପର୍ଯ୍ୟବେକ୍ଷକମାନେ ହେଲେ ତାମ୍ରଧ୍ୱଜ ସାହୁ, ଜିତେନ୍ଦ୍ର ସିଂ, ଗୌରବ ଗୋଗେଇ । ଏହା ବ୍ୟତୀତ ଓଡ଼ିଶା ପ୍ରଭାରୀ ବି. କେ. ହରିପ୍ରସାଦ, ସହ ପ୍ରଭାରୀ ଶୁଭଙ୍କର ସରକାର ମଧ୍ୟ ଆସିବେ । ୧୨ ତାରିଖ ଦିନ ଶନିବାର ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି, ଅପରାହ୍ନ ୩.୩୦ରେ ପିସିସି କାର୍ଯ୍ୟକର୍ତା, ଅପରାହ୍ନ ସାଢ଼େ ୪ଟାରେ ଛାମୁଆ ସଂଗଠନ ମାନଙ୍କୁ ଭେଟିବେ । ୧୩ ତାରିଖ ଦିନ ପୂର୍ବାହ୍ନରେ ସାକ୍ଷାତ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ପ୍ରଥମେ ବରିଷ୍ଠ ନେତା ମାନଙ୍କୁ ସାକ୍ଷାତ କରିବେ । ପରେ ବିଧାୟକ, ସାଂସଦ ଏବଂ ବିଧାନ ସଭା ଓ ଲୋକସଭାରେ ହାରିଯାଇଥିବା ଦଳୀୟ ପ୍ରାର୍ଥୀ ମାନଙ୍କ ସହିତ ଆଲୋଚନା କରିବେ । ଅପରାହ୍ନ ୩ଟାରେ ଦଳୀୟ ସାଂସଦ ଓ ବିଧାୟକ ମାନଙ୍କୁ ମିଳିତ ଭାବେ ଭେଟି ଦଳର ସ୍ଥିତି ଓ ସାଂଗଠନିକ ଉପରେ ବିଶେଷ ଭାବରେ ଆଲୋଚନା କରିବେ । ଏହା ପରେ ସମନ୍ୱୟ କମିଟିର ବୈଠକରେ ଯୋଗଦେବେ । ଅନ୍ୟପକ୍ଷରେ ସଭାପତି ପରିବର୍ତନ ନେଇ ବିଧାୟକମାନେ ନିଜ ନିଷ୍ପତିରେ ଅଟଳ ରହିଛନ୍ତି । ଦିଲ୍ଲୀରେ ଏହି କଥା ଉଠାଇଥିଲେ ଏଠାରେ ମଧ୍ୟ ସେହି କଥାକୁ ଦୋହରାଇବେ ବୋଲି ସମ୍ପୃକ୍ତ ବିଧାୟକମାନେ ପ୍ରକାଶ କରିଥିବା ଜଣାପଡ଼ିଛି ।
ମିଳିଥିବା ତାଜା ସୂଚନା ଅନୁସାରେ ପର୍ଯ୍ୟବେକ୍ଷକମାନେ ଆସିବା ପୂର୍ବରୁ ଆଜି ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଘରେ କଂଗ୍ରେସର କେତେକ ବିଧାୟକ ଏବ ବୈଠକରେ ଏକାଠି ହୋଇ ଆଲୋଚନା କରିଥିଲେ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

5 + 8 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...