ଓଡ଼ିଶା ସମାଚାର

ଓଡ଼ିଶା ପର୍ଯ୍ୟଟନ ୬ଟି ରୋଡ଼ ଶୋ ସମେତ ବିଭିନ୍ନ ପର୍ଯ୍ୟଟନ ମେଳାରେ ଭାଗ ନେବ

ଓଡ଼ିଶା ପର୍ଯ୍ୟଟନ ୬ଟି ରୋଡ଼ ଶୋ ସମେତ ବିଭିନ୍ନ ପର୍ଯ୍ୟଟନ ମେଳାରେ ଭାଗ ନେବ

August 11
13:56 2017

ଭୁବନେଶ୍ୱର , ୧୧/୦୮/୨୦୧୭ ( ଓଡ଼ିଶା ସମାଚାର)-  ଓଡ଼ିଶା ପର୍ଯ୍ୟଟନ ଚଳିତ ବର୍ଷ ଦେଶର ୬ଟି ସ୍ଥାନରେ ରୋଡ଼ ଶୋ ଆୟୋଜନ କରିବା ସହିତ ବିଭିନ୍ନ ପର୍ଯ୍ୟଟନ ମେଳାରେ ଅଂଶ ଗ୍ରହଣ କରିବ ବୋଲି କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି  । ଗୁରୁବାର ପୂର୍ବାହ୍ନରେ ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହା ସ୍ଥିର କରାଯାଇଛି  । ସମ୍ପୃକ୍ତ ରୋଡ଼ ଶୋ ଓ ମେଳାରେ ଅଂଶ ଗ୍ରହଣ ଫଳରେ ଓଡ଼ିଶାର ପର୍ଯ୍ୟଟନ ସମ୍ପଦ ବିଶେଷ ଭାବରେ ବିସ୍ତୃତ ବଜାର ସୃଷ୍ଟି କରିବା ସହିତ ଅଧିକ ସଂଖ୍ୟକ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ବୋଲି ବୈଠକରେ ଅଧ୍ୟକ୍ଷତା କରି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଶା ପ୍ରକାଶ କରିଛନ୍ତି  । ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ମାସରେ ୪ଦିନ ନିମନ୍ତେ ଭାରତୀୟ ଟୁର୍ ଅପରେଟର୍ସ ମହାସଂଘ ତା’ର ୩୩ତମ ଜାତୀୟ ଅଧିବେଶନ ଭୁବନେଶ୍ୱରରେ ଆୟୋଜନ କରୁଥିବା ପରିପ୍ରେକ୍ଷିରେ ଓଡ଼ିଶା ପର୍ଯ୍ୟଟନ ତହିଁରୁ ଭରପୁର ଉପଲବ୍ଧି ଗ୍ରହଣ କରିବା ସକାଶେ ସବୁମନ୍ତେ ପଦକ୍ଷେପ ନେବ  । ଓଡ଼ିଶା ପର୍ଯ୍ୟଟନ ବାରାଣାସୀ, ବୁଦ୍ଧଗୟା, ରାୟପୁର, ମୁମ୍ବାଇ, ହାଇଦ୍ରାବାଦ ଓ ଅହମ୍ମଦାବାଦରେ ରୋଡ଼ ଶୋ ଆୟୋଜନ କରିବ ବୋଲି ବୈଠକରେ ନିଷ୍ପତି ହୋଇଛି  । ଏହା ବ୍ୟତୀତ ଅହମ୍ମଦାବାଦରେ ପର୍ଯ୍ୟଟନ ମେଳା, ମୁମ୍ବାଇରେ ଆଇଟ୍ ବାଉଣ୍ଡ୍ ମାର୍କେଟ ଟ୍ରାଭେଲ୍, ଦିଲ୍ଲୀରେ ଦକ୍ଷିଣ ଏସୀୟ ଭ୍ରମଣ ଓ ପର୍ଯ୍ୟଟନ ବିନିମୟ ମେଳା ତଥା ଆନ୍ତର୍ଜାତିକ ବାଣିଜ୍ୟ ମେଳ, ଜୟପୁରରେ ଗ୍ରେଟ୍ ଇଣ୍ଡିଆ ଟ୍ରାଭେଲ୍ ବଜାର, ଟୁରିଜିମ୍ ଇନଭେଷ୍ଟରସ୍ ମିଟ୍ ଓ ଭାରତୀୟ ହୋଟେଲ ଓ ରେସ୍ତୋରାଁ ମହାସଂଘର ପର୍ଯ୍ୟଟନ ମେଳାରେ ଅଂଶ ଗ୍ରହଣ କରିବ  । ବୈଠକରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ା.ମୋନା ଶର୍ମା, ବିଭାଗୀୟ ନିର୍ଦ୍ଧେଶକ ତଥା ଅତିରିକ୍ତି ଶାସନ ସଚିବ ନିତୀନ୍ ଭାନୁଦାସ ଜୱାଲେଙ୍କ ସମେତ ପର୍ଯ୍ୟଟନ ବିଭାଗର ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Tourism

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

3 × 1 =