ଓଡ଼ିଶା ସମାଚାର

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ବନ୍ୟାରେ ନଷ୍ଟ ହୋଇଥିବା ରେଲୱେ ଓଭରବ୍ରିଜ୍ ର ପୁନଃରୁଦ୍ଧାର ପାଇଁ ଦାବି

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ବନ୍ୟାରେ ନଷ୍ଟ ହୋଇଥିବା ରେଲୱେ ଓଭରବ୍ରିଜ୍ ର ପୁନଃରୁଦ୍ଧାର ପାଇଁ ଦାବି

August 11
13:30 2017

ଭୁବନେଶ୍ୱର, ୧୧/୦୮/୨୦୧୭(ଓଡ଼ିଶା ସମାଚାର)- ଗତ ଜୁଲାଇ ୧୬ ତାରିଖ ବନ୍ୟାରେ ନଷ୍ଟ ହୋଇଯାଇଥିବା ରେଳ ଓଭରବି୍ରଜର ପୁନରୁଦ୍ଧାର କରିବା ଏବଂ ଯାତ୍ରୀବାହୀ ଟ୍ରେନ ପୁନଃ ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳବାଇ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଏଥିରେ ଦର୍ଶାଇଛନ୍ତି ଯେ, ଇଷ୍ଟକୋଷ୍ଟ ରେଲୱେର ସମ୍ବଲପୁର ଡିଭିଜନ ରାୟଗଡ଼ା – ସିଙ୍ଗାପୁର ରୋଡ଼ ଷ୍ଟେସନ ମଧ୍ୟବର୍ତୀରେ ଥିବା ବି୍ରଜ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି । ଯାହାଫଳରେ କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଏବଂ ବଲାଙ୍ଗୀରରେ ବସବାସ କରୁଥିବା ସାଧାରଣ ଲୋକଙ୍କର ଗମନା ଗମନ ଓ ପରିବହନରେ ଅସୁବିଧା ହେଉଛି । ଏହି ଡିଭିଜନରେ ଗୋଟିଏ ଲାଇନ କାର୍ଯ୍ୟକ୍ଷମ ଅଛି । ବନ୍ୟା ପୂର୍ବରୁ ଯେତେ ଯାତ୍ରୀବାହୀ ଟ୍ରେନ ଚଳ ପ୍ରଚଳ କରୁଥିଲା ତାହା ବନ୍ଦ ହୋଇଯାଇଛି । ୧୦ଟି ଯାତ୍ରୀବାହୀ ଟ୍ରେନ୍କୁ ସମ୍ପୂର୍ଣ୍ଣ ଭାବେ ବାତିଲ କରିଦିଆଯାଇଥିଲା ବେଳେ ୧୬ଟି ଟ୍ରେନ୍କୁ ରାୟପୁର, ନାଗପୁର, ଭୋପାଲ ରୁଟ୍ରେ ଚଳପ୍ରଚଳ କରୁଛି । ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଧୋଇ ଯାଇଥିବା ନୂଆ ପୋଲର ପୁନଃ ମରାମତି ହେଲା ପରେ ଟ୍ରେନ ଚଳ ପ୍ରଚଳ କରିବ ବୋଲି ରେଳବାଇ ଯୋଜନା କରିଛି । ଏହି ପୂର୍ଣ୍ଣ ମରାମତି କରିବା ପାଇଁ ୮ ମାସ ସମୟ ଲାଗିବ । ଯାହାଫଳରେ ଆବଶ୍ୟକତା ଅନୁଯାୟୀ ମାଲଗାଡ଼ି ଗୁଡ଼ିକ ଚଳ ପ୍ରଚଳ କରିପାରିବ ନାହିଁ । ସେଥିପାଇଁ ପରିବହନ କ୍ଷେତ୍ରରେ ବ୍ୟାପକ ଅସୁବିଧା ଦେଖାଦେବ । ପରିଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ବିପନ୍ନ ଲୋକମାନଙ୍କର ଜୀବିକା ଅର୍ଜନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ଯେଉଁ ସମସ୍ୟା ଦେଖାଦେଇଛି ସେଥିରେ ସାଧାରଣ ଲୋକ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲା ମାଓ ପ୍ରବଣ ଜିଲ୍ଲା ହୋଇଥିବାରୁ ସେ ଜିଲ୍ଲା ମାନଙ୍କରେ ଯାତ୍ରୀବାହୀ ଟ୍ରେନ ଏବଂ ମାଲବାହୀ ଟ୍ରେନ ଚଲାଇବା ସହ ଦ୍ୱିତୀୟ ପୋଲ  କାର୍ଯ୍ୟକ୍ଷମ କରିବାପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର

Naveen Patnaik

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

three × 5 =