ଓଡ଼ିଶା ସମାଚାର

କାପୁଡିଆ ସମାଜ ତରଫରୁ ବଳଦେବଜୀୟୁ ଙ୍କୁ ନଗର ପରିକ୍ରମା

କାପୁଡିଆ ସମାଜ ତରଫରୁ ବଳଦେବଜୀୟୁ ଙ୍କୁ ନଗର ପରିକ୍ରମା

କାପୁଡିଆ ସମାଜ ତରଫରୁ ବଳଦେବଜୀୟୁ ଙ୍କୁ ନଗର ପରିକ୍ରମା
August 11
08:55 2017

ଭୁବନ,୧୧/୦୮/୨୦୧୭ ( ଓଡ଼ିଶା ସମାଚାର)-  ଭୁବନ ଏନ.ଏ.ସି ରେ ସର୍ବାଧିକ ଜନବହୁଳ ଜାତି କାପୁଡିଆ  ସମାଜ ତରଫରୁ ପାରମ୍ପରିକ ଗହ୍ମାପର୍ବ ଉପଲକ୍ଷେ ସୋମବାର ପ୍ରଭୁ ବଳଦେବଜୀୟୁ ଙ୍କ ଜନ୍ମୋସôବ, ଗୋପୂଜନ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବଡପୂଜା ଅବସରରେ ପ୍ରଭୁଙ୍କୁ ନଗରଭ୍ରମଣ କରାଯାଇଛି । ସ୍ଥାନୀୟ ବେହେରା ସାହି ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀୟୁ ଙ୍କ ମନ୍ଦିର ରେ ଆଜି ପୂର୍ବାହ୍ନରେ ସମସ୍ତ ନୀତିକାନ୍ତି ଓ ବଳଦେବଜୀୟୁଙ୍କୁ ପଜାର୍ଚ୍ଚନା କରାଯାଇ ଅପରାହ୍ନ ୩ ଘଟିକା ସମୟରେ ଏକ ସୁସଜ୍ଜିତ ବିଭାନରେ ପ୍ରଭୁ ବଳଦେବଜୀୟୁ ଙ୍କୁ ବିରାଜମାନ କରାଇ ଲଉଡିବାଡି ଖେଳ, ବାଜା, କୀର୍ତନମଣ୍ଡଳୀ ଓ ସହସ୍ରାଧିକ ଯୁବକ ଙ୍କ ଗହଣରେ ନଗରଭ୍ରମଣ କରାଯାଇଥିଲା ।  କାପୁଡିଆ ସମାଜ ସଭାପତି ବାସୁଦେବ ବେହେରା ଙ୍କ ନେତୃତ୍ୱରେ ସଂପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ଦୁଷ୍ମନ୍ତ କୁମାର ପୃଷ୍ଟି ଙ୍କ ସମେତ ଦିଲ୍ଲୀପ କୁମାର ଦାସ, ସତ୍ୟାନନ୍ଦ ପୃଷ୍ଟି, ଭଗବାନ ଗୁରୁ, ନିରଂଜନ ଗୁରୁ, ଖଗେଶ୍ୱର ନାୟକ, ସତ୍ୟାନନ୍ଦ ପୃଷ୍ଟି, ନିତ୍ୟାନନ୍ଦ ସାହୁ, ବୁଲା ପୃଷ୍ଟି, ବ୍ରଜବନ୍ଧୁ ରାଉତ, ବିଦ୍ୟାଧର ବିହାରୀ, ବିପିନ ବିହାରୀ ଦାସ, ପୀତବାସ ବେହେରା ପ୍ରମୁଖ ଯାତ୍ରା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

two × four =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...