ମିଥ୍ୟା ମୋକଦ୍ଦମା ଓ ମାନବାଧିକାର ଉଲଂଘନ” ଶୀର୍ଷକ ଆଲୋଚନା ଚକ୍ର

କଟକ, ୧୮/୦୩/୨୦୨୪ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ବାଦାମବାଡି ସ୍ଥିତ ହୋଟେଲ ଶୀତଲ ଅଡିଟରିୟମ୍ ରେ ଏକ ସର୍ବ ଭାରତୀୟ ଅଗ୍ରଣୀ ମାନବାଧିକାର ସଂଗଠନ, ମାନବାଧିକାର ସୁରକ୍ଷା ପାରିଷଦର ରାଜ୍ୟ ଶାଖା ପକ୍ଷରୁ “ମିଥ୍ୟା ମୋକଦ୍ଦମା ଓ ମାନବାଧିକାର ଉଲଂଘନ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇ ଅଛି । ରାଜ୍ୟ ଅଧ୍ୟକ୍ଷ ତଥା ପ୍ରାକ୍ତନ ଅତିରିକ୍ତ ଜିଲ୍ଲା ଜଜ ବିଶ୍ୱଜିତ୍ ମହାପାତ୍ର ଏହାର ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ । ଏହି ଆଲୋଚନା ଚକ୍ର ରେ, ଐଜଚଉ ଓଘଊଓଇ ର ସର୍ବ ଭାରତୀୟ ମୂଖ୍ୟ ଉପଦେଷ୍ଟା ତଥା ମଣିପୁର ହାଇକୋର୍ଟ ର ପୂର୍ବତନ ମୁଖ୍ୟବିଚାରପତି ନ୍ୟାୟ ମୂର୍ତ୍ତି ଲକ୍ଷ୍ମୀକାନ୍ତ ମହପାତ୍ର, ସର୍ବ ଭାରତୀୟ ଅଧ୍ୟକ୍ଷ,, ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ମାନ୍ୟବର ଏ ଏସ ନାଇଡୁ ଯୋଗ ଦେଇଥିଲେ । ମିଥ୍ୟା ମୋକଦ୍ଦମା ରେ କିଭଳି ଭାବେ ସମଗ୍ର ଦେଶ ଓ ରାଜ୍ୟ ଗୁଡିକ କବଳିତ ଓ ସଧାରଣ ଜନତା କିଭଳି ତାହା ଦ୍ବାରା ନିର୍ୟ୍ୟାତିତ ହେଉଛନ୍ତି ସେ ବିଷୟ ରେ ଉଦବେଗ ପ୍ରକାଶ କରିଥିଲେ । ମିଥ୍ୟା ମୋକଦମା ଅଭିଯୋଗ ଗୁଡ଼ିକ କିଭଳି ଭାବରେ କପୋଳକଳ୍ପିତ ଢଙ୍ଗ ରେ ଜଣେ ସ୍ୱାଭିମାନି ମଣିଷ ର ମାନବାଧିକାର ଉଲଂଘନ ଘଟୁଛି ତାହା ରାଜ୍ୟ ଅଧ୍ୟକ୍ଷ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ମିଥ୍ୟା ମୋକଦ୍ଦମା ଏକ ସାମାଜିକ ବ୍ୟାଧି ବୋଲି ଏହାର କେନ୍ଦ୍ରୀୟ ସଦସ୍ୟ ସୁକାନ୍ତ ମହାନ୍ତି ମତ ରଖିଥିଲେ । ବିଶେଷ କରି ସେ ନିଜେ ବି ମଧ୍ୟ ବିଭିନ୍ନ ସମୟ ରେ ମିଛ ମୋକଦମା ର ଶିକାର ହେଇଛନ୍ତି ବୋଲି ପରିପ୍ରକାଶ କରିଥିଲେ । ବର୍ତ୍ତମାନ ଅତି କ୍ଷୀପ୍ର ବେଗ ରେ ଏହି ମିଛ ମୋକଦମା ଗୁଡ଼ିକ ସମଗ୍ର ଦେଶ ଓ ରାଜ୍ୟ ରେ ବଢିବାର ମୂଳ କାରଣ ବିଷୟରେ ବରିଷ୍ଟ ଆଇନଜୀବୀ ଚିତ୍ତ ରଂଜନ ନନ୍ଦ, ସଞ୍ଜୀବ ଚକ୍ରବର୍ତ୍ତୀ, ବରିଷ୍ଟ ସାମ୍ବାଦିକ ତଥା ରାଜନୀତିକ ବିଶ୍ଲେଶକ ଶ୍ରୀଯୁକ୍ତ ସୁଦର୍ଶନ ଛୋଟରାୟ, ସରକାରୀ ଓକିଲ ବିଜୟ ମହାନ୍ତି, ଆଇନଜୀବୀ ପଦ୍ମାଳୟା ମହାପାତ୍ର, ପୂର୍ବତନ ପୋଲିସ ଏ ଆଇ ଜି ଗୁପ୍ତ ମହାକୁଡ଼, ପୋଲିସ ଅଫିସର ସଂଘର ପୂର୍ବତନ ଉପସଭାପତି ବି ଡି ବର୍ଦ୍ଧନ, ଚଳଚ୍ଚିତ୍ର ଅଭିନେତ୍ରୀ ମେଘନା ମିଶ୍ର ପ୍ରମୁଖ ଯୋଗଦେଇ ବ୍ୟକ୍ତି ଗତ ଶତ୍ରୁତା, ରାଜନୈତିକ ଶତ୍ରୁତା, ବ୍ୟବସାୟୀକ ଶତ୍ରୁତା ଓ ସ୍ୱାର୍ଥ ହାସଲ ପାଇଁ ମିଥ୍ୟା ଅଭିଯୋଗ ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ କରିଥିଲେ । ମିଛ ମୋକଦମା ଜଣେ ମଣିଷ ର ସାମାଜିକ ପ୍ରତିଷ୍ଠା ଉପରେ ବେଳେ ବେଳେ ପ୍ରଶ୍ନ ଛିଡା କରେ । ଏମିତି କି ବିଭିନ୍ନ ଗଣମାଧ୍ୟମ ଗୁଡିକ ଯେଉଁ ଭଳି ଢଙ୍ଗ ରେ ଉପସ୍ଥାପିତ କରନ୍ତି , ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଶେଷ କରି ମିଥ୍ୟା ମୋକଦମା ଜଣେ ମଣିଷ ର ଭାବାବେଗ କୁ ଆଘାତ ଦେଇଥାଏ ଓ ଅତ୍ୟନ୍ତ ପରିମାଣ ରେ ମାନବାଧିକାର ଉଲଂଘନ କରି ଥାଏ । ଭାରତୀୟ ପିଙ୍ଗଳ କୋର୍ଡ଼ର ଧାରା ଅନୁସାରେ ମିଥ୍ୟା ମୋକଦମାକାରୀ ଓ ପେଶାଦାର ମିଥ୍ୟା ମୋକଦମା କାରୀ ଙ୍କ ପାଇଁ ଅନେକ କଠୋର ଦଣ୍ଡ ବ୍ୟବସ୍ଥା ଥିଲେ ମଧ୍ୟ, ବେଳେ ବେଳେ ଏହାର କାର୍ୟ୍ୟକାରିତା ଖୁବ୍ କମ୍ ଦେଖା ଯାଏ । ଅନେକ ସମୟରେ ମିଥ୍ୟା ମୋକଦମା ବଳ ରେ ଅନେକ ନିରୀହ ମଣିଷ ବିଭିନ୍ନ ଜେଲ୍ ଗୁଡ଼ିକ ରେ ସଜ୍ଜା କାଟୁଛନ୍ତି ଓ ରାତି ପାହିଲେ କୋର୍ଟ କଚେରି ଦୌଡ଼ି ଦୌଡ଼ି ଶାରୀରିକ, ମାନସିକ, ଆର୍ଥିକ,, କଷ୍ଟ ଯନ୍ତ୍ରଣା ପାଉଛନ୍ତି । କିଭଳି ଭାବରେ ସମଗ୍ର ଦେଶ ଓ ରାଜ୍ୟ ଏଥିରୁ ମୁକ୍ତି ପାଇବ ତାହା ଆଲୋଚନା ର ମୁଖ୍ୟ ପ୍ରସଙ୍ଗ ଥିଲା । ଏହି ଆଲୋଚନା ଚକ୍ର ରେ ଅନ୍ୟ ମନଙ୍କ ମଧ୍ୟରେ ବରିଷ୍ଟ ସିନେ ଅଭିନେତା ତଥା ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ଆଇନଜୀବୀ ତପସ୍ଵିନୀ ସିହ୍ନା , ଅମିୟ କୁମାର ସାହୁ, ବ୍ରଜେନ୍ଦୁ ସିହ୍ନା, ଡ ଆଫ୍ରୋଜ, କମାଲ ଅଗ୍ରୱାଲ ପ୍ରମୁଖ ଯୋଗଦେଇ କାର୍ୟ୍ୟ କ୍ରମରେ ସହଯୋଗ କରିଥିଲେ। ସଧାରଣ ସମ୍ପାଦକ ଆଇନଜୀବି ନରେଶ ଜେନା କାର୍ୟ୍ୟକ୍ରମ ପରିଚାଳନା କରିଥିଲା ବେଳେ ଆଇନଜୀବୀ ମିତ୍ରଭାନୁ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *