ଓଡ଼ିଶା ସମାଚାର

ବିଚାରପତି ଦୀପକ ମିଶ୍ରଙ୍କୁ ଅଭିନ୍ଦନ

ବିଚାରପତି ଦୀପକ ମିଶ୍ରଙ୍କୁ ଅଭିନ୍ଦନ

August 10
17:24 2017

ଭୁବନେଶ୍ୱର , ୧୦/୦୮/୨୦୧୭ ( ଓଡ଼ିଶା ସମାଚାର)- ସୁପ୍ରିମକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଅଗଷ୍ଟ ୨୭ ତାରିଖରେ କାର୍ଯ୍ୟଭାର ଗ୍ରହଣ କରୁଥିବା ହେତୁ ଏହି ସମ୍ବାଦ ଓଡିÿଆଜାତି ପାଇଁ ଗର୍ବର ବିଷୟ ନିଶ୍ଚିତ । ବର୍ତମାନର ମୁଖ୍ୟ ବିଚାରପତି ଜଗଦୀଶ ଚନ୍ଦ୍ର ଖେହର ଏହି ପଦରେ ମାତ୍ର ୭ ମାସ ରହିଛନ୍ତି । ତାଙ୍କ ପୂର୍ବରୁ ମୁଖ୍ୟ ବିଚାରପତି ତୀରଥ ସିଂହ ଠାକୁର ପ୍ରାୟ ବର୍ଷେ କାଳ ପଦ ଭାର ଗ୍ରହଣ କରିଥିଲେ । ଅତୀତରେ ରଙ୍ଗନାଥ ମିଶ୍ର ଓ    ଗୋପାଳ ବଲ୍ଲଭ ପଟ୍ଟନାୟକ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ମଣ୍ଡନ କରିଛନ୍ତି । କିନ୍ତୁ ସୁପ୍ରିମକୋର୍ଟର ପ୍ରଥମ ଓଡ଼ିଆ ମୁଖ୍ୟ ବିଚାରପତି ରଙ୍ଗନାଥ ମିଶ୍ର ସେହି ଗୁରୁତ୍ୱପୂର୍ଣ୍ଣ ପଦ ମଣ୍ଡନ କରିଥିଲା ବେଳେ ନିଜକୁ ଜଣେ ସ୍ୱଛ ଓ ସାହାସୀ ବ୍ୟକ୍ତି ହିସାବରେ ପ୍ରମାଣିତ କରିପାରିନଥିଲେ । ଏତେବଡ଼ ପଦରୁ ଗଲାପରେ ମଧ୍ୟ ବିଭିନ୍ନ କମିଶନର ଅଧ୍ୟକ୍ଷ ହେବାପାଇଁ ସେ ଉଦମ୍ୟ କରି ଭାଷାଗତ ସଂଖ୍ୟାଲଘୁ କମିଶନର ଅଧ୍ୟକ୍ଷ ହୋାଇଥିଲେ । ଏହି କମିଶନର କାର୍ଯ୍ୟକଳାପ ସହ କୌଣସି ସମ୍ପର୍କ ନଥିଲେ ମଧ୍ୟ ସେ ସୁପାରିଶ କିଥିଲେ ଯେ, ଦଳିତ ଖ୍ରୀଷ୍ଟିଆନ ଓ ଦଳିତ ମୁସଲମାନମାନଙ୍କୁ ସରକାରୀ ଚାକିରୀରେ ଆରକ୍ଷଣର ସୁବିଧା ଦିଆଯାଉ । ଅଥଚ ଇସିଲାମ ଏବଂ ଖ୍ରୀଷ୍ଟିଆନ ଧର୍ମରେ ଜାତିପ୍ରଥା ନାହିଁ । ମୁଖ୍ୟ ବିଚାରପତି ପଦରୁ ଗଲାପରେ ମଧ୍ୟ ସ୍ୱର୍ଗତ ମିଶ୍ର ରାଜନୀତି ସହିତ ପ୍ରତ୍ୟେକ୍ଷ ଭାବରେ ସମ୍ପୃକ୍ତ ଥିଲେ ଓ କେଙ୍ଗ୍ରସର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କ ସହ କେଙ୍ଗ୍ରସ ରଥରେ ଚଢ଼ି ସାରା ଓଡ଼ିଶା ବୁଲୁଥିଲେ । ଶ୍ରୀ ଗୋପାଳ ବଲ୍ଲଭ ପଟ୍ଟନାୟକଙ୍କର କାର୍ଯ୍ୟକାଳ ମାତ୍ର ୪ ଦିନ ଥିଲା । ଯୋଗ୍ୟତା ପ୍ରତିପାଦନ ପାଇଁ ତାଙ୍କ ପାଖରେ ସମୟ ନଥିଲା ।
ଓଡ଼ିଆମାନେ ଆଶାକରନ୍ତି ବିଚାରପତି ଦୀପକ ମିଶ୍ର ଏହି ପଦର ଗାରିମା ବଜାୟ ରଖି ଏପରି    ନିଷ୍ପେକ୍ଷତା ଓ ସାହସିକତାର ପ୍ରଦର୍ଶନ କରିବେ ଯାହାଫଳରେ ସାରା ଭାରତ ବର୍ଷ ଜାଣିବ ଯେ, ଉକ୍ରଳ ଜନନୀ ଏପରି ଦକ୍ଷ ସନ୍ତାନ ଜନମ ଦେଇଚନ୍ତି ଯେ, ଏ’ ଜାତିର ମୁଖ ଉଜ୍ୱଳ କରିପାରିବ । ଏଭଳି ପଦ ମିଳିବା ବିରଳ ଘଟଣା । ତା’ର ସଦ୍ବିନିଯୋଗ କରିବା ଦରକାର । ବିଚାରପତି ମିଶ୍ର ନିଜକୁ ପି.ଏନ. ଭଗବତୀ, ଭେଙ୍କଟ ଚାଲିଆ ଆଦି ପ୍ରସିଦ୍ଧ ମୁଖ୍ୟ ବିଚାରପତିଙ୍କ ସହ ସମାସ୍କନ୍ଧ ହୁଅନ୍ତୁ । ଓଡ଼ିଆମାନେ ଏତକ ଆଶାକରନ୍ତି ।   ଓଡ଼ିଶା ସମାଚାରKharavela Swain

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

3 × three =