ଓଡ଼ିଶା ସମାଚାର

ନାଲକୋର ଉପôାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି

ନାଲକୋର ଉପôାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି

August 10
16:54 2017

ଭୁବନେଶ୍ୱର , ୧୦/୦୮/୨୦୧୭ ( ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରନô ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଜୁନ୍ ୨୦୧୭ ରେ ସମାପ୍ତ ହୋଇଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି । ଅଗଷ୍ଟ ୯ ତାରିଖରେ ଭୁବନେଶ୍ୱର ଠାରେ ଆୟୋଜିତ କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ବୈଠକରେ ଉପସ୍ଥାପିତ ଆର୍ଥôକ ଫଳାଫଳ ଅନୁସାରେ, ଗତ ବର୍ଷର ପ୍ରଥମ ତ୍ରୈମାସିକ ତୁଳନାରେ ନାଲ୍କୋର ଅପରେଟିଂ ଆୟରେ ୪୫ ପ୍ରତିଶତ ବୃଦ୍ଧି ଘଟିଛି । ଆହୁରି ମଧ୍ୟ, ଏହି ତିନି ମାସରେ କମ୍ପାନୀ ୧୨୯ କୋଟି ଟଙ୍କା ନିଟ୍ ଲାଭ କରିଛି । ଉପôାଦନ କ୍ଷେତ୍ରରେ ନାଲକୋ ପ୍ରଥମ ତିନି ମାସରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ଅବଧିରେ କମ୍ପାନୀ ୧୮.୮୧ ଲକ୍ଷ ଟନ୍ ବକ୍ସାଇଟ୍ ଉପôାଦନ କରିଛି, ଯାହା କି ଗତ ବର୍ଷ ଏହି ସମୟରେ ଉପôାଦିତ ୧୭.୦୪ ଲକ୍ଷ ଟନ୍ ଠାରୁ ପ୍ରାୟ ୧୦.୪% ଅଧିକ । ଏହି ତ୍ରୈମାସିକରେ ନାଲକୋ, ଗତ ବର୍ଷରେ ଉପôାଦିତ ୫.୨୪ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ତୁଳନାରେ ୦.୪% ଅଧିକ ଅର୍ଥାତ୍ ୫.୨୬ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉପôାଦନ କରିଛି । ଚଳିତ ତ୍ରୈମାସିକୀରେ କମ୍ପାନୀର ଆଲୁମିନିୟମ ଉପôାଦନ ମଧ୍ୟ ପ୍ରାୟ ୬.୬% ବୃଦ୍ଧି ପାଇ ୧,୦୦,୬୯୫ ଟନ୍ ହୋଇଛି, ଯାହା କି ଗତ ବର୍ଷ ଏହି ଅବଧିରେ ୯୪,୪୯୬ ଟନ୍ ହୋଇଥିଲା । ଏହି ତିନି ମାସରେ ନାଲ୍‍କୋ ୧୫୯୯ ନିୟୁତ ୟୁନିଟ୍ ଶକ୍ତି ଉପôାଦନ କରିଛି । ଏହା ଗତ ବର୍ଷ ଏହି ସମୟରେ ଉପôାଦିତ ୧୪୮୯ ନିୟୁତ ୟୁନିଟ୍‍ ଠାରୁ ପ୍ରାୟ ୭.୪% ଅଧିକ । ଏତଦବ୍ୟତୀତ, ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ, କମ୍ପାନୀ ୮୮ ନିୟୁତ ୟୁନିଟ୍‍ ପବନଚାଳିତ ଶକ୍ତି ଉପôାଦନ କରିଛି । ଏହି ତ୍ରୈମାସିକରେ, କମ୍ପାନୀ ସମୂଦାୟ ୨.୫୯ ଲକ୍ଷ ଟନ୍ ଆଲୁମିନା ଏବଂ ୮୮,୭୫୨ ଟନ୍ ଆଲୁମିନିୟମ୍ ବିକ୍ରୟ କରିଛି । ଓଡ଼ିଶା ସମାଚାର

Nalco

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

six + 4 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...