୧୯୮୨ ମସିହା ନରଣଗଡ଼ ଚିନ୍ତାମଣି ଵିଦ୍ୟା ନିକେତନ ସ୍କୁଲ ଛାତ୍ରଛାତ୍ରୀ ବନ୍ଧୁମିଳନ

ନିରାକାରପୁର,୧୮/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ଚିନ୍ତାମଣି ବିଦ୍ୟା ନିକେତନ ହାଇସ୍କୁଲର ୧୯୮୨ ମସିହା ବ୍ୟାଚ ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ୟ୍ୟକ୍ରମ ସ୍ଥାନୀୟ ଭଗବତୀ ଠାକୁରାଣୀ ପୀଠରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି।ସମସ୍ତ ଛାତ୍ରଛାତ୍ରୀ ଦୀର୍ଘବର୍ଷ ପରେ ନିଜ ନିଜ କର୍ମକ୍ଷେତ୍ର ଓ ସାଂସାରିକ ଜୀବନରୁ ବାହାରି ଏକତ୍ର ହୋଇଥିବାରୁ ନିଜକୁ ଗର୍ବିତ ମନେ କରିବା ସହିତ ଅନେକ ଭାବବିହ୍ଵଳ ହୋଇଯାଇଥିଲେ।ଏହି ଅବସରେ ବୃକ୍ଷରୋପଣ କରିବା ସହିତ ଠାକୁରାଣୀ ଙ୍କ ପୀଠ ସଫେଇ କରିଥିଲେ। ପରେ ଏକ ସ୍ବତନ୍ତ ବୈଠକ ରେ ଏହି ଉତ୍ସବ କୁ ନିମନ୍ତ୍ରିତ ଅତିଥି ରୂପେ ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ଶରତ ଚନ୍ଦ୍ର ଦାସ,ରମେଶ ଚନ୍ଦ୍ର ପାତ୍ର,ଯୁଧିଷ୍ଠିର ଛୁଆଳସିଂ,ଶଶୀକାନ୍ତ ମିଶ୍ର,ପୁରାତନ ଛାତ୍ର ସଂସଦ ର ସଭାପତି କଣ୍ଡୁରୀ ଚରଣ ମହାରଣା,ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କ ଏଭଳି ଉଦ୍ୟମ କୁ ପ୍ରସଂସା କରିବା ସହିତ ଜୀବନରେ ବାକି ଥିବା ଜୀବନ ତକ ହସଖୁସିରେ କାଟିବାକୁ ଆଶ୍ରୀର୍ବାଦ ଦେଇଥିଲେ।ପରେ ଛାତ୍ରଛାତ୍ରୀ ନିଜ ନିଜ ଅନୁଭୂତି ଓ ପିଲାଦିନ କଥା ସ୍ମୃତି କୁ ବଖାଣି ଥିଲେ ।ସେହିପରି ୧୯୮୦ ମସିହା ବ୍ୟାଚ ର ପୂର୍ବତନ ଛାତ୍ର ଇଞ୍ଜିନିୟର ପ୍ରଦୀପ୍ତ ଶ୍ରୀଚନ୍ଦନ,ପ୍ରତିମା ସୁନ୍ଦରାୟ ଙ୍କ ଦ୍ଵାରା ପରିଚାଳିତ ହୋଇଥିବା ବେଳେ ଏହି ଅବସରେ ଲିଙ୍ଗରାଜ କୋଦାମସିଂ ଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ କରାଯାଇଥିଲା।ଯାହାକୁ ସମସ୍ତେ ଉପଭୋଗ କରିଥିଲେ। ପୂର୍ବତନ ସରପଂଚ ଦିବାକର ଭୋଇ, ଅବକାଶ ମହାନ୍ତି, ଶ୍ୟାମ ସୁନ୍ଦର ଜେନା,ନିବେଦିତା ପାଇକରାୟ ,ପ୍ରଶାନ୍ତ ବିଦ୍ୟାଧର,ଜଗଦୀଶ ଚନ୍ଦ୍ର ପଟ୍ଟନାୟକ,ମହେନ୍ଦ୍ର ହରିଚନ୍ଦନ,ସୁଧାକର ପ୍ରଧାନ,ସର୍ବେଶ୍ୱର ବିଶ୍ୱାଳ,ଓ ଅନ୍ୟାନ୍ୟ ସହପାଠୀ ଙ୍କ ଆପ୍ରାଣ ସହଯୋଗ ରେ ଏହି ବନ୍ଧୁ ମିଳନ କାର୍ୟ୍ୟକ୍ରମ ମହାସମାରୋହରେ କରାଯାଇଥିଲା।

Leave a Reply

Your email address will not be published. Required fields are marked *