ପାରାଵିଲ୍ ଗ୍ରାମର ଗ୍ରାମଦେବତୀ ମା’ ଧଵଳେଶ୍ୱରୀଙ୍କ ବାର୍ଷିକ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା 

କଟକ ସଦର ,୧୮/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପାରାଵିଲ୍‌ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଧଵଳେଶ୍ୱରୀଙ୍କ ତିନି ଦିନିଆ ୧୦ ବାର୍ଷିକ ମହୋତ୍ସବ ପାଇଁ ମହିଳା ମାନଙ୍କ ଦ୍ବାରା ଆଜି ସୋମବାର ଅପରାହ୍ନରେ ଆଧ୍ୟାତ୍ମିକ ପରିବେଶ ସହିତ ମହାସମାରୋହରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହିଳା ମାନେ କଳସୀ ଧରି ଶୋଭାଯାତ୍ରାରେ ଯାଇଁ ମାଳିକା ପ୍ରସିଦ୍ଧ ପୂଣ୍ୟତୋୟା ରତ୍ନଯୋରୀରୁ ପବିତ୍ର ଜଳ ଧାରଣ କରି ଯଜ୍ଞ ମଣ୍ଡପକୁ ଆଣିବା ପରେ ଯାଜ୍ଞିକ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆସନ୍ତା କାଲି ମଙ୍ଗଳବାର ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶାର ସୁନାମଧନ୍ୟ କୁନି ପ୍ରଵଚକ କେଶବ ଦାସ ଦୁତୀ କୃଷ୍ଣଙ୍କର ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ ବୋଲି ଆୟୋଜକ କମିଟି ପକ୍ଷରୁ ଜଣାଯାଇଛି।

Leave a Reply

Your email address will not be published. Required fields are marked *