ଓଡ଼ିଶା ସମାଚାର

କୃଷି ସମବାୟ ସମିତି ଜରିଆରେ ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି କିଣିବ ମାର୍କଫେଡ୍

କୃଷି ସମବାୟ ସମିତି ଜରିଆରେ ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି କିଣିବ ମାର୍କଫେଡ୍

କୃଷି ସମବାୟ ସମିତି ଜରିଆରେ ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି କିଣିବ ମାର୍କଫେଡ୍
August 10
14:34 2017

ଭୁବନେଶ୍ୱର , ୧୦/୦୮/୨୦୧୭ ( ଓଡ଼ିଶା ସମାଚାର)- ରାଜ୍ୟ ସମବାୟ ବିଭାଗ ଅଧୀନରେ ଥିବା ମାର୍କଫେଡ୍ ପକ୍ଷରୁ ପୁରୀ, ମୟୁରଭଞ୍ଜ, କଟକ ଓ ଯାଜପୁର ଜିଲ୍ଲାର ଚାଷୀମାନେ ଅମଳ କରୁଥିବା ଚିନାବାଦାମ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ କ୍ରୟ କରାଯିବ  । ଏଥିନିମନ୍ତେ ଚିନାବାଦାମର ସହାୟକ ମୂଲ୍ୟ ୪୨ ଟଙ୍କା ୨୦ ପଇସା ଧାର୍ଯ୍ୟ କରାଯାଇଛି  । ଉପରୋକ୍ତ ୪ଟି ଜିଲ୍ଲାର ଚାଷୀମାନେ ନିଜ ଅଂଚଳର ପ୍ରାଥମିକ କୃଷି ସମବାୟ ସମିତି ସହିତ ଆଲୋଚନା କରି ନିଜର ଉତ୍ପାଦିତ ଚିନାବାଦାମ ଧାର୍ଯ୍ୟ ଦରରେ ବିକ୍ରି କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଅନୁରୋଧ କରିଛନ୍ତି  । ସେହିଭଳି ଭଦ୍ରକ ଜିଲ୍ଲାରେ ସୂର୍ଯ୍ୟମୁଖୀ ମଞ୍ଜି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ମଧ୍ୟ କ୍ରୟ କରାଯାଉଛି ଏବଂ ଏହାର ସହାୟକ ମୂଲ୍ୟ ୩୯ ଟଙ୍କା ୫୦ ପଇସା ଧାର୍ଯ୍ୟ କରାଯାଇଛି  । ତେଣୁ ଚାଷୀମାନେ ନିଜ ଅଂଚଳରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ସହିତ ଯୋଗାଯୋଗ କରି ଧାର୍ଯ୍ୟ ମୂଲ୍ୟରେ ଅ ।ସନ୍ତା ଅଗଷ୍ଟ ୩୧ ତାରିଖ ସୁଦ୍ଧା ସ୍ୱଉତ୍ପାଦିତ ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ବିକ୍ରି କରିପାରିବେ  । ଏହି ବ୍ୟବସ୍ଥା ବର୍ତମାନ ପାଇଁ କେବଳ ୪ଟି ଜିଲ୍ଲାରେ ଲାଗୁ କରାଯାଇଛି  । ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ କ୍ରୟ ବେଳେ ଯଦି କିଛି ଅସୁବିଧା ହୁଏ ତେବେ ଚାଷୀ ସଂପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିପାରିବେ  । ସ୍ଥଳବିଶେଷରେ ମାର୍କଫେଡ୍ର ପରିଚାଳନା ନିର୍ଦ୍ଧେଶକଙ୍କ ମୋବାଇଲ ନମ୍ବର – ୯୪୩୯୧୬୫୭୯୧ କିମ୍ବା ସମବାୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବର – ୯୪୩୭୦୫୭୪୪୯ ରେ  ଯୋଗାଯୋଗ କରାଯାଇ ପାରିବ ବୋଲି କୁହାଯାଇଛି  । ଓଡ଼ିଶା ସମାଚାର
Sunflower

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

1 × five =