ଓଡ଼ିଶା ସମାଚାର

ବିଜେଡିର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

ବିଜେଡିର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

August 10
09:44 2017

କେନ୍ଦ୍ରାପଡ଼ା,୧୦/୦୮/୨୦୧୭ ( ଓଡ଼ିଶା ସମାଚାର)-  କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଗୁଆ ଡାକମଙ୍ଗଳା ଠାରେ କେନ୍ଦ୍ରାପଡ଼ା ବିଜେଡି ପକ୍ଷରୁ କାର୍ଯ୍ୟାକାରୀଣି ବୈଠକ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରୀଣି ବୈଠକରେ ରାଜ୍ୟ  ସରକାରଙ୍କ ଶିଶୁ ଓ ମହିଳା ବିକାଶ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସାମଲ ଯୋଗଦେଇ ରାଜ୍ୟ ସରକାରଙ୍କର ଶାସନ ଓ ଗରିବ, ମଜଦୁର ଚାଷୀ ଓ ରାଜ୍ୟର ସବୁ ବର୍ଗର ଜନ ସାଧାରଣ ଙ୍କ ନିମନ୍ତେ ଅନେକ ଯୋଜନା କରିଛନ୍ତି । ବୋଲି କହିବା ସହ ଦୀର୍ଘ ୧୭ ବର୍ଷ ଶାସନ କାଳ ମଧ୍ୟରେ ରାଜ୍ୟର ବିକାଶ ବହୁ ମାତ୍ରାରେ କରାଯାଇଛି । ସେହିପରି ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ପ୍ରମୋଦ କୁମାର ସାହୁ ଯୋଗଦେଇ କୃଷକ ମାନଙ୍କ ସମସ୍ୟା ଉପରେ ଆଲୋକ ପାତ କରିଥିଲେ । ଆମ ଜିଲ୍ଲାର ପରମ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ବଳଦେବଜୀଉ, ହଳାୟୁଧ ବଳଦେବଙ୍କ ଆର୍ଶୀବାଦରୁ କେନ୍ଦ୍ରାପଡ଼ା ଜିଲ୍ଲା ତଥା କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ବାସୀଙ୍କ ପ୍ରଧାନ ବେଉସା ହେଉଛି କୃଷି । ଆମ ନିର୍ବାଚନ ମଣ୍ଡଳୀର ୮୦ ଭାଗରୁ ଉଦ୍ଧ୍ୱର୍ ଜନସଂଖ୍ୟା  ହେଉଛି କୃଷି ଓ କୃଷିଜୀବୀ  । ଆମ ସଂସ୍କୃତି ଓ ଅର୍ଥନୀତି ମୁଖ୍ୟତଃ କୃଷି ଭିତିକ । ରାଜ୍ୟ ସରକାର କୃଷି ଓ କୃଷକର ବିକାଶକୁ ସର୍ବାଧିକ  ପ୍ରାଥମିକତା ଦେଇ ଆସିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଦ୍ରୁତ ବିକାଶ ସାଧନ ପାଇଁ ସ୍ୱତନ୍ତ୍ର କୃଷି ବଜେଟ କରାଯାଇଛି ।  ସ୍ୱତନ୍ତ୍ର କୃଷି କ୍ୟାବିନେଟ ଗଠନ କରାଯାଇ କୃଷି ଭିତିକ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ  କରାଯାଇଛି । କୃଷକ ମାନଙ୍କର ସର୍ବାଧିକ ବିକାଶକୁ ଅଗ୍ରାଧିକାର ଦେଇ କୃଷି ବିଭାଗର ନାମ ପରିବର୍ତନ କରାଯାଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କରାଯାଇଛି । ରାଜ୍ୟ ସରକାରଙ୍କର ନିଷ୍ଠାପର ପ୍ରୟାସ ଓ କୃଷକ ମାନଙ୍କର ଅବିରତ ଉଦ୍ୟମ ଫଳରେ କୃଷି ଉପôାଦନ କ୍ଷେତ୍ରରେ ଆମେ ଦୃଷ୍ଟାନ୍ତମୂଳକ ସଫଳତା ପାଇଛୁ । ଗତ ୫ ବର୍ଷ ମଧ୍ୟରେ ଚାରିଥର କୃଷି କର୍ମୀଣ ପୁରସ୍କାର ପାଇବା ରାଜ୍ୟବାସୀଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି । ଧାନ ଆମ ମୁଖ୍ୟ ଫସଲ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଆସୁଛନ୍ତି । ଓଡ଼ିଶାର ସ୍ୱାଭିମାନୀ ଜନସାଧାରଣ କେନ୍ଦ୍ର ସରକାରଙ୍କ ଛଳନା ଶଠତା, ପ୍ରବଂଚନା ଓ ପ୍ରତାରଣା କେବେବି ବରଦାସ୍ତ କରିବେ ନାହିଁ ବୋଲି ଯୁବନେତା ପ୍ରମୋଦ ସାହୁ କହିଥିଲେ । ସେହିପରି ମହାନଦୀ ଜଳ ବଂଟନ ଉପରେ ମଧ୍ୟ ଶ୍ରୀ ସାହୁ ମଧ୍ୟ ନିଜର କର୍ବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡିର ଜିଲ୍ଲା ସଭାପତି ଧ୍ରୁବ ଚରଣ ସାହୁ, ମହିଳା ସଭାନେତ୍ରୀ ସ୍ନେହ ପ୍ରଭା  ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡ଼ା,  କେନ୍ଦ୍ରାପଡ଼ା ବ୍ଲକ ଚେୟାର ମେନ୍ ଅନାମ ବନ୍ଧୁ ଧଳ, କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଚେୟାର ମେନ୍ ପ୍ରଦିପ୍ତ ମହାନ୍ତି (ପୀର ଭାଇ) ରାଜ୍ୟକାର୍ଯ୍ୟକାରୀଣି କମିଟିର ସଦସ୍ୟ ତଥା ପୂର୍ବତନ ଛାତ୍ର ନେତା ମନୋରଞ୍ଜନ ସାହୁ, ନୂତନ ବ୍ଲକ ସଭାପତି ଆଲୋକ କୁମାର ସାହୁ, ଛାତ୍ର ନେତା  ପ୍ରଦିପ ସାହୁ, ଜିଲ୍ଲା ଯୁବନେତା ରାଜେଶ କୁମାର ପଣ୍ଡା,ନଗର ସଭାପତି  ଶ୍ରୀକାନ୍ତ କୁମାର ପଣ୍ଡା, ନଗର ସମ୍ପାଦକ ବିଜୟ କୁମାର ପତି, ଯୁବନେତା ରଞ୍ଜନ ସାହୁ, ଗୋ÷ତମ ସ୍ୱାଇଁ, ଉମେଶ ନାୟକ, ବାବୁନା ମିଶ୍ର, ରାଜ୍ୟ ଛାତ୍ର ଜନତାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାଶ (ହାଲୁ ଭାଇ) ଆଇନ ଜୀବୀ ସଞ୍ଜୟ ଜେନା, ନାରାୟଣ ସାହୁ, ସବିତା ସାହୁ, ବରିଷ୍ଠ ପ୍ରଶାସକ ଗୋଲଖ ଚନ୍ଦ୍ର ପଢିଆରୀ, କାଉନସିଲର ହିରଣ୍ୟ କୁମାର ପଣ୍ଡା, କାଳୀ ପ୍ରସାଦ ମିଶ୍ର, ବ୍ଲକ ଯୁବନେତା ବାଇଧର ସାହୁ, ଦୁଶାସନ ମଲ୍ଲିକ, ଦୁଷ୍ମନ୍ତ ମଲ୍ଲିକ, ଶିବ ପ୍ରସାଦ ଭୋଳ, ମିନତି ପରିଡ଼ା, ଲୋପାମୁଦ୍ରା ବାରିକ, ଜିଲ୍ଲା ପରିଷଦ ସଦସ୍ୟ ଜ୍ୟୋସ୍ନାରାଣୀ ଜେନା, ମାନସ ସାମଲ, ବସନ୍ତ ମଲ୍ଲିକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାରKendrapara BJD

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

seventeen + 17 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...