ହଜରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ  ଉପଲକ୍ଷେ କଳସ ଯାତ୍ରା 

ନିରାକାରପୁର, ୧୭/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା   ହଜ ସପ୍ତଦୋଳ ମେଳଣ ପଡିଆଠାରେ ପଞ୍ଚବିଂଶ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଶୁଭାଧୀବାସ ଅବସରରେ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା ।ଗ୍ରାମର ଶତାଧିକ ସଂଖ୍ୟାରେ ମହିଳା ଓ ପୁରୁଷ ସଂକଳ୍ପ ଧାରୀ ମାନେ ନିକଟ ଜଳାଶୟରୁ  ଏକ ବିରାଟ ଶୋଭାଯାତ୍ରାରେ ଜଳ ଯାତ୍ରାକରି ଯଜ୍ଞ ମଣ୍ଡପରେ ପହଞ୍ଚିବା ପରେ ଘଟ ସ୍ଥାପନ ହୋଇଥିଲା।ଶ୍ରୀରାମ ନାମ ଓ ନାମ ସଂକୀର୍ତ୍ତନ, ହରିବୋଲ, ହୁଳହୁଳିରେ ଅଞ୍ଚଳ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପ୍ରତ୍ୟହ   ପାରମ୍ପରିକ ରୀତିରେ ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ପୂଜା ଅର୍ଚ୍ଚନା ଆଦି ଅନୁଷ୍ଠିତ ହେବ।ଏହି କାର୍ଯ୍ୟକ୍ରମଟି ୯ଦିନ ବ୍ୟାପି ଚାଲୁରହିବ । ପ୍ରତିଦିନ ସଂନ୍ଧ୍ୟାରେ   ବିଶିଷ୍ଟ ପ୍ରବଚକମାନେ ଯୋଗଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭାବାତ୍ମକ  ନବୀନ ଗତି ପ୍ରଚାର କରିବା ସହ ମାନସ ମାହାତ୍ମ୍ୟ ସମ୍ବନ୍ଧରେ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ପ୍ରତିଦିନ ବିଭିନ୍ନ ଆଧ୍ୟାତ୍ମିକ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଯୋଗଦେଇ ପ୍ରଭୁଙ୍କ ଆଶିଷ ଲାଭ କରିବା କୁ ଶ୍ରୀରାମ କୃପା ସତସଙ୍ଗର କର୍ମକର୍ତ୍ତା ଓ ଗ୍ରାମବାସୀ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *