ସର୍ବସାଧାରଣ ସ୍ଥାନରେ ଲାଗିଥିବା ପୋଷ୍ଟର, ବ୍ୟାନର, ୭୨ ଘଣ୍ଟା ମଧ୍ୟରେ ସବୁ ହଟାଯିବ

 ନିରାକାରପୁର, ୧୭/୦୩/୨୦୨୪ (ଓଡ଼ିଶା ସମାଚାର)-ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଏବେ ରାଜ୍ୟରେ ରାଜନୀତି ସରଗରମ ହୋଇଛି। ଏହି ଅବସରରେ ନିର୍ବାଚନ କୁ କିଭଳି ଭାବେ ସ୍ଵଛ ଓ ନିର୍ମଳ କରାଯିବ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ପ୍ରଶାସନ ତତ୍ପର ହୋଇ ଉଠିଛି। ଟାଙ୍ଗୀ ବ୍ଳକ ପ୍ରଶାସନ ଓ ତହସିଲ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଟାଙ୍ଗୀ ସହରର ବିଭିନ୍ନ ସର୍ବ ସାଧାରଣ ସ୍ଥାନରେ ଲାଗିଥିବା ଦଳୀୟ ପତାକା. ଦଳୀୟ ପୋଷ୍ଟର ଓ ହୋର୍ଡିଙ୍ଗର ଉଛେଦ  ଆରମ୍ଭ କରିଛି।  ଏହି କାର୍ଯ୍ୟରେ ବ୍ଲକ ଓ ତହସିଲ ପ୍ରଶାସନ କର୍ମଚାରୀମାନେ ନିୟୋଜିତ ରହିଛନ୍ତି।କିନ୍ତୁ ନିରାକାରପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସର୍ବସାଧାରଣ ରାସ୍ତାଘାଟ,ବଜାରରେ ଲାଗିଛି ମାଳମାଳ ହୋର୍ଡିଂ, ବ୍ୟାନର ଓ ପୋଷ୍ଟର । ପ୍ରଶାସନର କଟକଣା ଓ ନିର୍ଦ୍ଦେଶ ଥିଲେ ବି ଆଜି କୌଣସି ସରକାରୀ କର୍ମଚାରୀ ଏହି ଅଞ୍ଚଳର ପଞ୍ଚାୟତ କାର୍ଯ୍ୟାଳୟ ସହ କୌଣସି ସରକାରୀ କାର୍ଯ୍ୟାଳୟ ରୁ ବ୍ୟାନର, ପୋଷ୍ଟର ହଟାଇବା କାର୍ଯ୍ୟକୁ ଆରମ୍ଭ କରି ନାହାଁନ୍ତି। ଏ ବିଷୟରେ ବ୍ଲକ ବି ଡି ଓ ରେଷ୍ମା ଟେଟେ ଙ୍କୁ ପଚାରିବାରୁ ସେ ଜଣାଇଥିଲେ କି ଆଜିଠାରୁ ଆରମ୍ଭ ହୋଇଛି , ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସବୁ ସର୍ବସାଧାରଣ ସ୍ଥାନରୁ ଏ ସବୁକୁ ଉଚ୍ଛେଦ କରାଯିବ।

Leave a Reply

Your email address will not be published. Required fields are marked *