ଓଡ଼ିଶା ସମାଚାର

ଯାଜପୁରରେ ମହିଳା ବିଜେଡିର ବିକ୍ଷୋଭ— ମହିଳାଙ୍କୁ ପ୍ରତାରଣା କରୁଛନ୍ତି କେନ୍ଦ୍ର ସରକାର

ଯାଜପୁରରେ ମହିଳା ବିଜେଡିର ବିକ୍ଷୋଭ— ମହିଳାଙ୍କୁ ପ୍ରତାରଣା କରୁଛନ୍ତି କେନ୍ଦ୍ର ସରକାର

ଯାଜପୁରରେ ମହିଳା ବିଜେଡିର ବିକ୍ଷୋଭ— ମହିଳାଙ୍କୁ ପ୍ରତାରଣା କରୁଛନ୍ତି କେନ୍ଦ୍ର ସରକାର
August 09
20:35 2017

ଯାଜପୁର, ୦୯/୦୮/୨୦୧୭ ( ଓଡ଼ିଶା ସମାଚାର/ଏ.ରାଉତ) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମହିଳା ମାନଙ୍କୁ ସ୍ୱାବଲମ୍ବି କରିବାକୁ ବିଭିନ୍ନ ଯୋଜନା କରିଥିଲାବେଳେ ରାଜ୍ୟର ମହିଳାମାନେ ଆଜି ସ୍ୱାବଲମ୍ବି ହୋଇ ରାଜ୍ୟ ବିକାଶରେ ନିଜକୁ ସାମିଲ କରି ପାରିଛନ୍ତି । ଅପରପକ୍ଷେ ପ୍ରଚାର ସର୍ବସ୍ୱ କେନ୍ଦ୍ର ସରକାର ବିଭିନ୍ନ ଯୋଜନାକୁ ନେଇ ବ୍ୟାପକ ପ୍ରଚାର କରୁଥିଲାବେଳେ ଏହି ଯୋଜନାର ସଫଳ ରୁପାୟନ କରି ନପାରି ଜନସାଧାରଣଙ୍କୁ ପ୍ରତାରଣା କରୁଛନ୍ତି । ଯାହାର ପ୍ରମାଣ ରନ୍ଧନ ଗ୍ୟାସ ସିଲିଣ୍ଡର ପ୍ରତି ୪ ଟଙ୍କା ବଢାଇବା ସହିତ ସବସିଡ ହ୍ରାସ କରିବା । ଏହାକୁ ନେଇ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ଯାଜପୁର ଠାରେ ଏକ ବିଶାଳ ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଜିଲା ମହିଳା ବିଜେଡି ସଭାନେତ୍ରୀ ସଂଯୁକ୍ତା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିନ୍ଝାରପୁର ବିଧାୟିକା ତଥା ରାଜ୍ୟ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ମଲ୍ଲିକ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, କୋରେଇ ବିଧାୟକ ଆକାଶ ଦାସନାୟକ, ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିଲେ । ବିଧାୟିକା ତଥା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ମଲ୍ଲିକ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ କେନ୍ଦ୍ର ସରକାର ଗ୍ୟାସର ମୂଲ୍ୟ ବୃଦ୍ଧି କରି ରାଜ୍ୟର ଅସଂଖ୍ୟ ମହିଳାଙ୍କୁ ପ୍ରତାରଣା କରିଥିବା କହିଥିଲେ । ଗୋଟିଏ ପଟେ ଉଜ୍ୱଳା ଯୋଜନାରେ କୋଟିକୋଟି ମହିଳାଙ୍କୁ ଗ୍ୟାସ ଯୋଗାଉଥିବା ନେଇ କେନ୍ଦ୍ର ସରକାର ପ୍ରଚାରରେ ମାତିଥିଲାବେଳେ ଅନ୍ୟପଟେ ଗ୍ୟାସର ସବ୍ସିଡ ହ୍ରାସ କରିବା ସହିତ ମୂଲ୍ୟ ବୃଦ୍ଧି କରି ଗ୍ୟାସ ଜଳାଇବାରୁ ବଂଚିତ କରୁଥିବା ପ୍ରକାଶ କରି ଏହାକୁ ରାଜ୍ୟର ମହିଳାମାନେ ବରଦାସ୍ତ ନକରି ବିଜେପି ସରକାରକୁ ଉଚିତ ଜବାବ ଦେବାକୁ ଆହ୍ୱାନ କରିଥିଲେ । ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ନିଜ ବକ୍ତବ୍ୟରେ କହିଥିଲେ କେବଳ ପ୍ରଚାର ମାଧ୍ୟମରେ କେନ୍ଦ୍ର ସରକାର ଜନସାଧାରଣଙ୍କ ପାଇଁ ସ୍ୱପ୍ନର ପାହାଡ ଛିଡା କରିଛନ୍ତି । ଏହା ଦ୍ୱାରା କେବେ ଜନସାଧାରଣଙ୍କ ଉନ୍ନତି ହୁଏ ନାହିଁ ।ପ୍ରଚାରକୁ କେନ୍ଦ୍ର ସରକାର ଆୟୁଧ କରିଥିଲାବେଳେ ମୁଖ୍ୟମନ୍ତ୍ରୀ ବାସ୍ତବତାକୁ ଆୟୁଧ କରିଥିବା ପ୍ରକାଶ କରିଥିଲେ । ଏହା ସହିତ ସେ କହିଥିଲେ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ କୋଟିକୋଟି ମହିଳାଙ୍କୁ ଗ୍ୟାସ ଯୋଗାଇ ରୋଷେଇ ବେଳେ ତାଙ୍କ  ଆଖିରୁ ପାଣି ବୋହିବା ବନ୍ଦ କରିଥିବା କହୁଥିଲାବେଳେ ଗ୍ୟାସ ସିଲିଣ୍ଡରର ସବସିଡ ହ୍ରାସ ସହିତ ମୂଲ୍ୟ ବୃଦ୍ଧି କରି ରାଜ୍ୟର ମହିଳାଙ୍କ ଆଖରରୁ ଲୁହ ବୁହାଇଛନ୍ତି । ଯାହାର ଫଳ କେନ୍ଦ୍ର ସରକାର ଭୋଗିବାକୁ ପ୍ରସ୍ତୁତ ହେବା ଦରକାର । ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ଗାଲୁଆମି ପଦାରେ ପଡିଥିବା ପ୍ରକାଶ କରିଥିଲେ । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାର କେତେ ମିଛ କୁହନ୍ତି ତାହା ଆଜି ଧରା ପଡିଯାଇଛି । ଗ୍ୟାସ ସବସିଡ କାଟିବା ଦ୍ୱାରା ମହିଳାଙ୍କ ପ୍ରତି ବିଜେପି ସରକାରର କେତେ ଦରଦ ତାହା ପ୍ରମାଣିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ବାସ୍ତବତାକୁ ବିଶ୍ୱାସ କରୁଥିଲାବେଳେ ରାଜ୍ୟର ମହିଳା ମାନଙ୍କୁ ଆଗକୁ ବିଜେଡି ସରକାର ନେଇଛି ବୋଲି ମତ ଦେଇଥିଲେ । କୋରଇ ବିଧାୟକ ଆକାଶ ଦାସ ନାୟକ ନିଜ ବକ୍ତବ୍ୟରେ ଯୁଗେଯୁଗେ ମହିଳାଙ୍କ ଆଖିରେ ଲୁହ ଆସିଲେ ପ୍ରଳୟ ଆସିଥିବା କହିବା ସହିତ ଗ୍ୟାସ ସବସିଡ ହ୍ରାସ ମହିଳାଙ୍କ ଆଖିରେ ଲୁହ ଭରିଛି ତେଣୁ ବିଜେପି ପାଇଁ ଆଗାମି ଦିନରେ ଏହା ପ୍ରଳୟ ଆଣିବ ବୋଲି କହିବା ସହିତ ମହିଳାମାନେ ବିଜେପିକୁ ଉଚିତ ଜବାବ ଦେବେ ବୋଲି କହିଥିଲେ । ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ନିଜ ବକ୍ତବ୍ୟରେ କେନ୍ଦ୍ରର ମୋଦି ସରକାରକୁ ତୀବ୍ର ଆକ୍ଷେପ କରି ଆଜିର ଏହି ସମାବେଶ ମହିଳାମାନେ ବିଜେପି ସରକାରକୁ ବିରୋଧ କରୁଥିବା ପ୍ରମାଣିତ କରୁଛି ବୋଲି  ପ୍ରକାଶ କରିଥିଲେ । ଏହାପରେ ନେତୃ ମଣ୍ଡଳୀ ଏକତ୍ରିତ ହୋଇ ଅତିରିକ୍ତ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ଅଧ୍ୟକ୍ଷା, ପ୍ରାକ୍ତନ ଅଧ୍ୟକ୍ଷା, ମହିଳା ସଂଗଠନ ନେତ୍ରୀ , ବରୀ ବିଧାୟକଙ୍କ ପ୍ରତିନିଧି ସେକ୍ ସଫିକ୍ଉଦ୍ଧିନ ପ୍ରମୁଖଙ୍କ ସହିତ ହଜାରହଜାର ମହିଳା ଯୋଗଦାନ କରିଥିଲେ । ମହିଳାମାନେ ପ୍ରଥମେ ବିଭିନ୍ନ ଛକରୁ ଏକତ୍ରିତ ହୋଇ ଶୋଭାଯାତ୍ରାରେ ସଭାସ୍ଥଳରେ ପହଂଚିଥିଲେ । ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବାରୁ ବିଧାୟକ ତଥା ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବରୀ ବିଧାୟକ ଦେବାଶିଷ ନାୟକ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସଭାରେ ଯୋଗଦାନ କରିନଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

15 − three =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...