ବନ୍ଧା ହେଲେ ଦୁଇ ନକଲି ଇଡି ଅଫିସର

ଭୁବନେଶ୍ୱର,୧୭/୦୩/୨୦୨୪ (ଓଡ଼ିଶା ସମାଚାର)-  ବନ୍ଧା ହେଲେ ନକଲି ଇଡି ଅଫିସର । ଦୁଇ ଭାଇ ନକଲି ଇଡି ଅଫିସର ସାଜି ଲୋକଙ୍କ ଠାରୁ ଲୁଟ୍ କରୁଥିଲେ । ସେମାନଙ୍କ ନାଁରେ ଅଭିଯୋଗ ହେବା ପରେ ଦୁଇ ଭାଇଙ୍କୁ ଏସଟିଏଫ୍ ଗିରଫ କରିଛି । ଗିରଫ ୨ ଭାଇ ହେଉଛନ୍ତି, ଶଙ୍କର ମହାପାତ୍ର ଓ ତାରିଣୀସେନ୍ ମହାପାତ୍ର । ଢେଙ୍କାନାଳ ଜିଲ୍ଲାର ଏହି ଦୁଇ ଅଭିଯୁକ୍ତ ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତିକୁ ୬ ଲକ୍ଷ ଟଙ୍କା ମାଗିଥିଲେ । ନିଜକୁ ଇଡିର ଆଡିସନାଲ୍ ଡାଇରେକ୍ଟର ପରିଚୟ ଦେଇ ଟଙ୍କା ମାଗୁଥିଲେ । କେବଳ ଉପଜିଲ୍ଲାପାଳ ନୁହେଁ. ଫେକ୍ ଡକ୍ୟୁମେଂଟ ଦେଖାଇ. ତହସିଲଦାର, ଆରଟିଓ ଓ ବଡ ବଡ ସରକାରୀ ଅଫିସରକୁ ଟାର୍ଗେଟ କରିଥାନ୍ତି । ଦୁଇ ଭାଇ ଢେଙ୍କାନାଳରେ ନରହି ବାହାରେ ରହି ଅନଲାଇନ୍ ଲୁଟପାଟ୍ କରିଥାନ୍ତି । ଆଜି ଶଙ୍କର ମହାପାତ୍ର ଓ ତାରିଣୀସେନ୍ ମହାପାତ୍ରଙ୍କୁ ଏସଟିଏଫ୍ ଗିରଫ କରିଛି  । ଛତ୍ରପୁର ଏସଡିଜେଏମକୁ ଚାଲାଣ କରାଯିବ ।

Leave a Reply

Your email address will not be published. Required fields are marked *