ଓଡ଼ିଶା ସମାଚାର

ମୌସୁମୀ ବର୍ଷା ହୋଇଛି,ଚାଷୀ କ୍ଷେତ ପ୍ରସ୍ତୁତି ସରିଛି, ଚାଷ କାର୍ଯ୍ୟ ପାଇଁ କୃଷି ଶ୍ରମିକର ଅଭାବ ଦେଖାଦେଇଛି

ମୌସୁମୀ ବର୍ଷା ହୋଇଛି,ଚାଷୀ କ୍ଷେତ ପ୍ରସ୍ତୁତି ସରିଛି, ଚାଷ କାର୍ଯ୍ୟ ପାଇଁ କୃଷି ଶ୍ରମିକର ଅଭାବ ଦେଖାଦେଇଛି

August 09
17:10 2017

ପାଟକୁରା ୦୯/୦୮/୨୦୧୭ ( ଓଡ଼ିଶା ସମାଚାର)-  ଚଳିତ ବର୍ଷ ଚାଷପୋଯୋଗୀ ବର୍ଷା ବିଳମ୍ବରେ ହୋଇଥିବାରୁ ଚାଷ କାର୍ଯ୍ୟରେ କିଛିଟା ପଛେଇ ଯିବାର ଜଣାଯାଇଛି । ଚଳିତ ବର୍ଷ ଶିଘ୍ର ମୌସୁମୀ ଆସିଥିଲେ ମଧ୍ୟ ବିଳମ୍ବରେ ଚାଷ ଉପଯୋଗୀ ବର୍ଷା ହେବା ଏବଂ ଲଘୁଚାପ ଜନିତ ବର୍ଷା ହୋଇଥିବାର ୁ ଚାଷୀ ଏବେ ଚାଷ କାର୍ଯ୍ୟ ପାଇଁ ତରବର ହେଉଥିବା ବେଳେ, କୃଷି କ୍ଷେତ ପାଇଁ କୃଷି ଶ୍ରମିକମାନଙ୍କର ଅଭାବ ଏକ ଚିନ୍ତାର କାରଣ ହୋଇଛି । ବିଳମ୍ବରେ ବର୍ଷା  ହେଲେ ମଧ୍ୟ ଚାଷୀ, ଚାଷ କାର୍ଯ୍ୟ କରିବାକୁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି । ବ୍ଲକ କୃଷି କାର୍ଯ୍ୟାଳୟ ମାଧ୍ୟମରେ କେତେକ ପ୍ରାଇଭେଟ୍ ଡିଲର୍ ଓ ସୋସାଇଟ୍ ଗୁଡିକୁ ଧାନ ବିହନ ଆସିଥିଲା , ତାହା ବ୍ୟତିତ ଚାଷୀଙ୍କ ପାଖରେ କିଛି ପୂରୁଣା ବିହନ ଥିଲା । ସେହି ବିହନରେ ଚାଷୀ ଜମିରେ ବୁଣାବୁଣି ଓ ତଳି ପକା କାର୍ଯ୍ୟ ସାରି ଦେଇଛନ୍ତି  । କିନ୍ତୁ ଏବେ ପ୍ରକୃତ ସମସ୍ୟା ଦେଖାଦେଇଛି କୃଷି ଶ୍ରମିକମାନଙ୍କୁ ନେଇ  । ଗାଁ ମାନଙ୍କରେ ଆଉ ପୂର୍ବ ଭଳି ପର୍ଯ୍ୟାପ୍ତ ଭାବରେ ଶ୍ରମିକମାନେ ମିଳୁ ନାହିଁନ୍ତି । ସରକାରଙ୍କର  ଟଙ୍କିକିଆ ଚାଉଳ ସାଙ୍ଗକୁ ମହାତ୍ମାଗାନ୍ଧି ଜାତିୟ କର୍ମ ନିଯୁକ୍ତି ଯୋଜନା ଭଳି କେତେକ ଉପାର୍ଜ୍ଜନକ୍ଷମ ଯୋଜନାଗୁଡିକ ଯୋଗୁଁ ଏବେ ଚାଷୀମାନଙ୍କ ଚାଷ କାର୍ଯ୍ୟ ପ୍ରତି ଏକ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିଛି ବୋଲି ବରିଷ୍ଠ ଚାଷୀମାନେ ମତପ୍ରକାଶ କରିଛନ୍ତି । ଜଣେ ଚାଷୀଙ୍କ କହିବା ଅନୁଯାୟୀ ବାରି ଘରେ କାମ କରିବା ପାଇଁ ଆଗରୁ ଶ୍ରମିକ ମିଳୁଥିଲେ, ଏବ ମଜୁରୀ ମଧ୍ୟ୩୦୦ଟଙ୍କା ମଧ୍ୟରେ ଥିଲା । ଏବେ ତାହା ବୃଦ୍ଧି ପାଇ ୩୫୦ ରୁ ୪୦୦ ଟଙ୍କାରେ ପହଂଚିଲାଣି । ଚାଷ କାର୍ଯ୍ୟ ,ବାଡ ବୁଜା,ଭଳି ଘରବାରି କାମ କଲେ ଯାହା ନେଉଛନ୍ତି ,ରାଜମିସ୍ତ୍ରୀଙ୍କ ପାଖରେ ରହି କାମ କଲେ ତାହା ଠାରୁ ଅଧିକ ଟଙ୍କା ନେଉଛନ୍ତି । ତେବେ ରାଜମିସ୍ତ୍ରୀଙ୍କ ପାଖରେ ରହି କାମ କରିବାକୁ ଯାହା ଯେମିତି ଶ୍ରମିକ ମିଳି ଯାଉଛନ୍ତି , କିନ୍ତୁ ଚାଷ କାମ କରିବାକୁ ଅଧିକାଂଶ ଶ୍ରମିକ ରାଜି ହେଉ ନାହାଁନ୍ତି । ଯେଉଁଥି ପାଇଁ ଜମି ଥିବା ଲୋକେ ଏବେ ନିଜେ ଚାଷ କରିବା ପାଇଁ ବାଧ୍ୟ ହେଉଛନ୍ତି , ନ ହେଲେ ଜମି ପଡିଆ ପଡିବାର ଆଶଙ୍କା ମଧ୍ୟ ରହିଛି । ଗ୍ରାମାଂଚଳରେ ବେକାର ଲୋକ ମାନଙ୍କ ପାଇଁ ବର୍ଷକୁ ଶହେ ଦିନ ନିଶ୍ଚିତ କର୍ମ ନିଯୁକ୍ତି ସୁଯୋଗ ମଧ୍ୟ କୃଷି କ୍ଷେତ୍ର ପାଇଁ ଅନ୍ତରାୟ ସୃଷ୍ଟି କରିଛି ବୋଲି କେତେକ ଚାଷୀମାନେ ପ୍ରକାଶ କରିଛନ୍ତି । ଏନ୍ଆଇଜିଏସ୍ ହିତାଧିକାରୀମାନେ  ସେମାନଙ୍କର ମଜୁରୀ ପାଇବା ସହିତ ସରକାରଙ୍କର ଟଙ୍କିକିଆ ଚାଉଳ ପାଇ ସନ୍ତୁଷ୍ଟ ରହିଛନ୍ତି । ଜଣେ ମଧ୍ୟବିତ ଶ୍ରେଣୀର ଚାଷୀ ପ୍ରକାଶ କରିଛନ୍ତି ଯେ, ସେମାନେ ଜମିରେ କାମ କରାଇବାକୁ ଶ୍ରମିକଙ୍କୁ ଡାକିଲେ ଆଉ କେହି ପୂର୍ବଭଳି ରାଜି ହେଉ ନାହାଁନ୍ତି । ଯଦି ମଜୁରୀ ଅଧିକ ଦେବାର ଲୋଭ ଦେଖାଯାଉଛି ,ତେବେ ଜଣେ ଦୁଇ ଜଣ ଶ୍ରମିକ ଆସୁଛନ୍ତି ,କିନ୍ତୁ ପରବର୍ତି ସମୟରେ ଏହେି ବର୍ଦ୍ଧିତ ମଜୁରୀକୁ କାର୍ଯ୍ୟକାରୀ କରାଯାଉଛି । ଏ ଭଳି ପରିସ୍ଥିତିରେ ଚାଷୀ ଚାଷ କାର୍ଯ୍ୟ କରାଇବାକୁ ଶ୍ରମିକ ନ ପାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଟ୍ରାକ୍ଟର,ପାୱାରଟିଲର୍ ଜମିକୁ ହଳ କରିଦେବ,କିନ୍ତୁ ହିଡବାଡ ଦେବା,ତଳି ରୋଇବା,ବେଉଷଣ କରିବା. ସାର ଓ କିଟନାଶକ ସିଂଚନ କରିବା, ଫସଲ ଅମଳ କାର୍ଯ୍ୟ ପ୍ରଭୃତି କରିବା ପାଇଁ କୃଷି ଶ୍ରମିକମାନଙ୍କର ଦରକାର ରହିଛି । ଅପରପକ୍ଷରେ ଯେଉଁ କେତେକ ଅର୍ଦ୍ଧଶିକ୍ଷିତ ବେକାର ଯୁବକମାନେ ରହିଲେ ସେମାନେ ଅଧିକ ରୋଜଗାର କରିବା ଲକ୍ଷ୍ୟ ନେଇ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । ଏପରି କ୍ଷେତ୍ରରେ ଆଗାମୀ କିଛି ବର୍ଷ ମଧ୍ୟରେ ଗ୍ରାମାଂଚଳରେ ଚାଷ କରିବା  ପାଇଁ କୃଷି ଶ୍ରମିକମାନଙ୍କର ଘୋର ଅଭାବ ଦେଖାଦେବ ଏବଂ ଚାଷ କରିବା ଅତ୍ୟନ୍ତ କଷ୍ଠକର ହୋଇପଡିବ   । ଓଡ଼ିଶା ସମାଚାର

Patkura

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eight + 14 =