ଓଡ଼ିଶା ସମାଚାର

ଆମପାଣି ଜୋନରେ ବିକାଶର ପଦ୍ମ ମଉଲିଯାଉଛି: ବିକଳ୍ପ ଚିନ୍ତା ଘାରିଛି !

ଆମପାଣି ଜୋନରେ ବିକାଶର ପଦ୍ମ ମଉଲିଯାଉଛି: ବିକଳ୍ପ ଚିନ୍ତା ଘାରିଛି !

August 09
06:51 2017

କୋକସରା, ୦୯/୦୮/୨୦୧୭ ( ଓଡ଼ିଶା ସମାଚାର)- ଓଡିଶାର ଜିଲ୍ଲା ମାନଙ୍କ ମଧ୍ୟରେ ପଛୁଆ ଜିଲ୍ଲା କୁହାଯାଉଥିବା କଳାହଣ୍ଡି ର ଭାଗ୍ୟ କେବେ ବଦଲିବ ନା ସ୍ୱପ୍ନ କେବଳ ସ୍ୱପ୍ନ ରେ ରହିଯିବ ସେହିଆଶଙ୍କା ଭିତରେ ଦିନ କାଟୁଛନ୍ତି କଳାହାଣ୍ଡି ବାସୀ । ଏଠି ପ୍ରଶାସନ ଠାରୁ ଜନପ୍ରତିନିଧି ସମସ୍ତେ କେବଳ ନିଜ ସ୍ୱାର୍ଥ ହାସଲରେ  ବ୍ୟସ୍ତ , ସେହିପରି କଳାହାଣ୍ଡି ର ପଛୁଆ ତଥା ଆସୀବାସି ଅଧ୍ୟୁଷିତ କୋକସରା ବ୍ଲକ  କେବେ ଦାଦନ ମୃତଶବ ଗାଁ କୁ ଫେରିବା, ଚାଷୀ ଆତ୍ମହତ୍ୟା, ପ୍ରସ୍ତୁତି ମହିଲା ଙ୍କୁ ଖଟିଆରେ ବୁହାହେବା ଭଲି ଘଟଣା କୁ ନେଇ ବିଭିନ୍ନ ଖବର କାଗଜ ର ମୁଣ୍ଡନ ସାଜିଥାଏ । ବିକାଶ କ’ଣ ଏଠି କାର ଲୋକେ ସ୍ୱାଧିନତାର ୭୦ ବର୍ଷ  ବିତି ଯାଇଥିଲେ ସୁଦ୍ଧା ତାର ସ୍ୱାଦ ଚାଖି ନାହାନ୍ତି । ଦୀର୍ଘ ୩୦ ବର୍ଷ ଧରୀ  ଜୟପାଟଣାର ରାଜ ପରିବାର ଶାସନ ଦ୍ୱାୟୀତ୍ୱ ରହି ଆସୁଛନ୍ତି ପ୍ରଥମେ ମା ରୋସନି ସିଂ ଦେଓ ୨ଥର ବିଧାନ ସଭାକୁ  ନିର୍ବାଚିତ ହୋଇଥିଲେ ଓ ତାଙ୍କ ପୁତ୍ର ପୁଷ୍ପେନ୍ଦ୍ର ସିଂ ଦେଓ ୪ ଥର ବିଧାନ ସଭାକୁ ନିର୍ବାଚିତ ହେବ ଶାସନ ଗାଦୀରେ ଏକଛତ୍ର ବାଦ ଶାସନ ଚଲାଇଛନ୍ତି ।  ଦୁଇ ଦୁଇ ଥର ମନ୍ତ୍ରୀ ମଧ୍ୟ  ରହି ସାରି ଲେଣି ହେଲେ ଧର୍ମଗଡ ବିଧାନସଭା ଅଂଚଳର ଆମପାଣି ଜୋନ ଆଜିବି ଅବହେଲିତ  । ଦିର୍ଘ ଦିନଧରୀ ଶାସନ ଦ୍ୱାୟୀତ୍ୱ ଦେଇଥିଲେ ଜନତା କିନ୍ତୁ ବିକାଶର ରୂପରେଖା ବଦଳାଇ ପାରିନଥିବା ରୁ ଗତ ପଂଚାୟତ ନିର୍ବାଚନରେ ବିକଳ୍ପ  ପାଇଁ ମନବୋଲାଇ ଥିଲେ ଫୁଟିଥିଲା ପଦ୍ମ । ଆମପାଣି ଜୋନ ଠାରୁ ଆରମ୍ଭ  ହୋଇ ସାରା କଳାହାଣ୍ଡି ରେ  ପଦ୍ମ ହିଁ ପଦ୍ମ ଫୁଟିଲା । କିନ୍ତୁ ଯୋଉଁ ଆଶା ରଖି ଲୋକେ ପଦ୍ମ ଫୁଟାଇଥିଲେ ତାହା କିନ୍ତୁ ଆଶା ରେ ହିଁ  ରହିଯିବ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇବାରେ ଲାଗିଲାଣି । ଆମପାଣି ଜୋନ୍ ର ଜିଲ୍ଲା ପରିସଦ ସଭ୍ୟା  ଙ୍କୁ କେବେ ଦେଖିନଥିବା ଲୋକେ କହୁଛନ୍ତି । ଏ ଅଂଚଳରେ ପ୍ରାୟ ୮୦% ପ୍ରତିଶତ ଲୋକ ଗରିବ ଖଟିଖିଆ, ମୁଳଲାଗି ପରିବାର ପ୍ରତିପୋଷଣ କରିଥାନ୍ତି । ଡିଜିଟାଲ୍ ଏଣ୍ଡିଆ କଥା ବା କେମିତି ବୁଝିବେ  ଲୋକଙ୍କ ସମସ୍ୟା ଦୂର କରିବା ଦୁରର କଥା ଟିକଟ ଆଶାୟି  ମାନେ କେବଳ ୱାଟସ୍ ଅପ୍ ,  ଫେସବୁକ  ରେ ବିକାଶ କରୁଥିବା ଏଠି ଦେଖିବାକୁ ମିଲେ । ବିଜେଡି ଏତେ ବର୍ଷ ଶାସନ ରେ  ଥାଇ ବିକାଶ ଆକାଶ ଛୁଆ ହେଲା , ସେଥି ପାଇଁ  ପଂଚାୟତ ନିର୍ବାଚନ ରେ ବିଜେପି କୁ ବହୁମତ ଦେଲୁ କିନ୍ତୁ  ଆସନ୍ତା ସାଧାରଣ ନିର୍ବାଚନ ରେ ବିକଳ୍ପ ପାଇଁ ଆମେ ଚେଷ୍ଠିତବୋଲି ଜନ ସାଧାରଣ ମତପ୍ରକାଶ କରୁଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

nine + eighteen =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...