ଓଡ଼ିଶା ସମାଚାର

ଦିନକୁଦିନ ହାତୀମାନଙ୍କର ଉପଦ୍ରବ,ପ୍ରଶାସନ ଚୁପ୍ – ଜନ ଅଷନ୍ତୋଷ ବାନ୍ଧିଲାଣି – ଜଗୁଆଳି ମାସକୁ ପାଂଚ ହଜାର ଦୁଇଶହ

ଦିନକୁଦିନ ହାତୀମାନଙ୍କର ଉପଦ୍ରବ,ପ୍ରଶାସନ ଚୁପ୍ – ଜନ ଅଷନ୍ତୋଷ ବାନ୍ଧିଲାଣି – ଜଗୁଆଳି ମାସକୁ ପାଂଚ ହଜାର ଦୁଇଶହ

August 09
06:10 2017

ହରିଚନ୍ଦନପୁର, ୦୯/୦୮/୨୦୧୭ ( ଓଡ଼ିଶା ସମାଚାର)-  ଜଙ୍ଗଲ,ପଶୁ,ପକ୍ଷି ,ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ବନୀକରଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜଙ୍ଗଲ ବିଭାଗରେ ଥିବା କେତେକ ଦୁର୍ନୀତି ଖୋର କର୍ମଚାରି ମାନଙ୍କ ପାଇଁ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ପଶୁ ପକ୍ଷୀ ମାନେ ଖାଦ୍ୟ ଅଭାବରୁ ଏବେ ଗାଁ ମୁହାଁ ହେଉଛନ୍ତି ।  ପ୍ରାକୃତିକ ସମ୍ପଦର ସୁରକ୍ଷା ନିମନ୍ତେ ସରକାର ଫରେଷ୍ଟର,ଗାର୍ଡ  ମାନଙ୍କୁ ସରକାରଙ୍କ ଠାରୁ ମୋଟା ଅଙ୍କରେ ଦରମା ପାଉଥିଲେ ମଧ୍ୟ ତାଙ୍କର ଦାୟୀତ୍ୱ ଭୁଲିଯାଉଛନ୍ତି । ଅନ୍ୟପଟେ  ଜଗୁଆଳୀ ମାନେ ପାଚଂହଜାର ଦୁଇଶହ ଟଙ୍କା ପାଉଥିଲେ ବି ଜଙ୍ଗଲରେ ପ୍ରହରା ଦେବା ପରିବର୍ତେ ରାଜରାସ୍ତାରେ ବୁଲୁଛନ୍ତି ଯାହାଫଳରେ ପିଟାପିଟି ସ୍ଥିତ ଜଙ୍ଗଲ ମଧ୍ୟରେ ଅବାଧରେ ପ୍ରତ୍ୟେକ ଦିନ ଟ୍ରାକ୍ଟର ପ୍ରବେଶ କରି ବାଲି,ପଥର ଟାଣୁ ଥିବାରୁ  ଏଠି କୃତିମ ରାସ୍ତା ସୃଷ୍ଟି ହୋଇ ପ୍ରକୃତିକ ସମ୍ପଦ ଚୋରି ହେବାରେ ଲାଗିଛି । ଜଙ୍ଗଲ ଦିନକୁ ଦିନ ନଷ୍ଟ ହେଉଥିବାରୁ ଖାଦ୍ୟ ଅଭାବରୁ ହାତୀ ଚାଷୀ ମାନଙ୍କ ଧାନ ନଷ୍ଟ କରୁଥିବା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦେଉବନ୍ଧ ରେଞ୍ଜ ଜଙ୍ଗଲ ପିଟାପିଟି ଗ୍ରାମରେ ପ୍ରତ୍ୟେକ ଦିନ ୧୦-୧୫ ହାତୀ ପ୍ରବେଶ କରି ଧାନ ଗଛକୁ ଦଳି ଚକଟି ନଷ୍ଟ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଜଙ୍ଗଲ ବିଭାଗ ହାତୀକୁ ଘଉଡାଇବା ପାଇଁ କୌଣସି ବ୍ୟବସ୍ଥା କରାନଯିବା । ଧାନ ନଷ୍ଟ ହୋଇଥିବା ବିଲର ମାଲିକ ଫରେଷ୍ଟର ଅଫିସକୁ ଯାଇ ଅଭିଯୋଗ କଲେ ଫରେଷ୍ଟର ଆଜି ଯିବି କାଲି ଯିବି କହି ଦିନଗଡାଉଥିବା  ବେଳେ କୃଷକ ଫରେଷ୍ଟରଙ୍କୁ ଅପେକ୍ଷା କରି ଘରକୁ ଫେରୁଛନ୍ତି । ହାତୀକୁ ଘଉଡାଇବା ପାଇଁ ଟର୍ଚ୍ଚ କିମ୍ବା ବାଣ ଯୋଗାଇ ଦିଆଯାଉ ନାହିଁ କି ହାତୀ ବିଷୟରେ ଆମକୁ କୌଣସି ସୁଚନା ଦିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ତମାନ ସୁଦ୍ଧା ୩୦ରୁ ଉର୍ଦ୍ଧ ଲୋକଙ୍କ ଧାନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଯଦି ଏଭଳି ଭାବରେ ହାତି ଉପôାତ ବୃଦ୍ଧି ପାଇବ ତେବେ ଆଗାମୀ ଦିନରେ ଗରିବ ଚାଷୀଟି ଭୁକରେ ରହିବ  ବୋଲି ଅନୁମାନ କରାଯାଉଛି । ଏ ବିଷୟରେ ଆମେ ଘଟଗାଁ  ରେଞ୍ଜର ପ୍ରଦୀପ କୁମାର ପୃଷ୍ଟିଙ୍କୁ ପଚାରିବାରୁ କହିଲେ ହାତୀ ୧୦ରୁ ୧୨ ମଧ୍ୟରେ ବିଲ ମଧ୍ୟରେ ପ୍ରବେଶ କରୁଥିବା ସୂଚନା ଅଛି ଦୁଇଟି ଗାଡି,୧୦-୧୨ଜଣ ହାତୀକୁ ଘଉଡାଇବା  ପାଇଁ କାମରେ ଲାଗିଛନ୍ତି । ୨ଟି ଟର୍ଚ୍ଚ ଦିଆଯାଇଛି ଦେଉବନ୍ଧ ଫରେଷ୍ଟର ଦୁଇଟି ଟର୍ଚ୍ଚ ଏସବୁକୁ ନେଇ ପ୍ରହରା ଦେଉଛନ୍ତି । ଯାହାର ଧାନ ନଷ୍ଟ ହୋଇଛି ସେମାନେ କମ୍ପାଇଡେସନ ଆରାଇ ରିପୋର୍ଟ ଦିଅନ୍ତୁ ଆମେ ହେଡ ଅପିସକୁ ପଠାଇବୁ  ପଇସା ପାଇଁ ସେ ହିସାବ କରିକ୍ଷତି ପୂରଣ ଦିଆଯିବା  ଲାଇଟ ଆମକୁ ସରକାର ଦେଇନି ଆମେ ଗ୍ରାମ ବାସୀଙ୍କୁ କେଉଁଠୁ ଦେବୁ । ସେ ଲୋକଙ୍କୁ ଆଶ୍ୱାଶନା ଦେଇ କହିଥିଲେ ଯେ ସେମାନେ ବ୍ୟସ୍ତ ହୁଅନ୍ତୁନି କାଲି ଫରେଷ୍ଟର ନଷ୍ଟ ହୋଇଥିବା କ୍ଷେତ ଦେଖି ଆସିବେ । ଆଗାମୀ ଦିନରେ ଜଙ୍ଗଳର ସୁରକ୍ଷା ଓ ଫସଲର ସୁରକ୍ଷା ନିମନ୍ତେ ହାତୀକୁ ଘଉଡେଇବା ବ୍ୟବସ୍ଥା କରାନଯାଏ ତେବେ ଜନ ଅସନୋଷ ବୃଦ୍ଧି ପାଇବ ବୋଲି ଗ୍ରାମବାସୀ କହିଛନ୍ତି ।

ସେମାନେ ଯାହା କହନ୍ତି  : satyabadi sahoo

(୧)          ଆମେ ସମସ୍ତେ ଗରିବ ଚାଷୀ ଏଣୁ ଦୁଇ କିଆରିରୁ ଯାହା କିଛି ଅମଳ କରିଥାଉ ତାହା ଖାଇବାଟା ହୋଇଯାଏ । ଯଦି ବର୍ତମାନରୁ ହାତୀ ଏଭଳି ଭାବରେ ଫସଲ ନଷ୍ଟ କରିବେ ତେବେ ଧାନ ଅମଳ କରିବା ଦେଖାଯାଉନି । ଏଣୁ ପ୍ରଶାସନ ଗରିବ ଚାଷୀ ପେଟ ପାଟଣାକୁ ଦୃଷ୍ଟିରେ ରଖି  ହାତୀ ଘଉଡେଇବା  ବ୍ୟବସ୍ଥା କଲେ ହୁଏତ ଚାଷୀ ତାର ବର୍ଷ ତମାମ ପରିଶ୍ରମରୁ କିଛି ଫଳ ପାଇବ ।

                   ସତ୍ୟବାଦୀ ସାହୁ, (କ୍ଷତିଗ୍ରସ୍ଥ ଚାଷୀ)

(୨)          କରଜ କରି  ଚାଷ କରିଥିବା  ବିଲ ଭଲ ଫସଲ ହୋଇଥିଲା ,କିନ୍ତୁ ସୋମବାର ରାତିରେ ହାତୀ ବିଲରେ ପଶିବାରୁ ମାଡି ଦଳି ଧାନଗଛ ଖାଇଦେଇଛନ୍ତି । ଭାବିଥିଲି  ଧାନ ଅମଳ କରି ସୁଜିଦେବି ବର୍ତମାନ କେମିତି କରଜ ସୁଜିବି ତାହା ଚିନ୍ତା ଲାଗୁଛି । ଫରେଷ୍ଟର ବିଭାଗର କୌଣସି କର୍ମଚାରୀ ମାନଙ୍କର ଦେଖାନାହିଁ  କି ଆମକୁ ହାତୀର କୌଣସି ସୂଚନା ଦିଆଯାଉନାହିଁ । ଯାହାଫଳରେ ହାତୀ ମାନେ ଅବାଧରେ ପ୍ରବେଶ କରି ଦାନ ଗଛ ନଷ୍ଟ କରୁଚନ୍ତି । ଏହା ପ୍ରତି ପ୍ରଶାସନ ଦୃଷ୍ଟି ଦେଇ କ୍ଷତିପୂରଣ ପ୍ରଦାନ କଲେ କରଜରୁ ମୁକ୍ତି ମିଳନ୍ତା ।

                                         ଜଗନ୍ନାଥ ନାଏକ (କ୍ଷତିଗ୍ରସ୍ଥ ଚାଷୀ)jagannatha naik

(୩)          ବିଲରେ ମୋର ଭଲ ଧାନ ଗଛ ହୋଇଥିଲା ଭାବିଥିଲି ଏବର୍ଷ ଭଲ ଅମଳ ହେବ କିନ୍ତୁ ହାତୀ ଦୁଇ ଦିନ ମୋ ବିଲରେ ପ୍ରବେଶ କରି ଧାନଗଛ ଖାଇ ଗଛକୁ ମାଟିରେ ମିସେଇ ଦେଇଛନ୍ତି । ଏଣୁ କିଭଳି ଭାବରେ  ପରିବାର ଚଳିବ ଏହାକୁ ନେଇ ଆଜିଠୁଁ ଚିନ୍ତା ବଢିଛି । ହାତୀକୁ ଘଉଡେଇବା ପାଇଁ ଫରେଷ୍ଟର ଜଗୁଆଳୀ ମାନଙ୍କ ଦେଖା ମୁଳୁନି କି କୌଣସି ଲାଇଟର ଓ ବାଣର ବ୍ୟବସ୍ଥା କରାଯାଉନି  ଯାହା ଫଳରେ ହାତୀ ମାନେ ବାରମ୍ବାର ଫସଳ ନଷ୍ଟ କରୁଛନ୍ତି । ଏଣୁ ଲୋକ ମାନଙ୍କୁ ଲାଇଟ ଓ ବାଣ ଯୋଗାଇ ଫରେଷ୍ଟର ବିବାଗ ପ୍ରହରା ଦେବା ଉଚିତ ।

                        ଭୀୀମସେନ ସାହୁ(କ୍ଷତିଗ୍ରସ୍ଥ ଚାଷୀ)bhimsen sahoo

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

twenty + eleven =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...