ଓଡ଼ିଶା ସମାଚାର

କେନ୍ଦ୍ରର ଏଲ.ପି.ଜି. ସିଲିଣ୍ଡର ଦର ବୃଦ୍ଧି, ରିହାତି ପ୍ରତ୍ୟାହାର ଓ ପାରାଦୀପ ପ୍ରତି ବୈମାତୃକ ପ୍ରତିବାଦରେ ବିଜେଡିର ବିକ୍ଷୋଭ

କେନ୍ଦ୍ରର ଏଲ.ପି.ଜି. ସିଲିଣ୍ଡର ଦର ବୃଦ୍ଧି, ରିହାତି ପ୍ରତ୍ୟାହାର ଓ ପାରାଦୀପ ପ୍ରତି ବୈମାତୃକ ପ୍ରତିବାଦରେ ବିଜେଡିର ବିକ୍ଷୋଭ

August 09
05:19 2017

ପାରାଦୀପ,୦୯/୦୮/୨୦୧୭ ( ଓଡ଼ିଶା ସମାଚାର)-ବିଜୁ ମହିଳା ଜନତା ଦଳ ଓ ବିଜୁ ଯୁବ ଜନତା ଦଳ, ପାରାଦୀପ ଶାଖା ତରଫରୁ କେନ୍ଦ୍ର ବିଜେପି ସରକାରଙ୍କର ଏଲ.ପି.ଜି ସିଲିଣ୍ଡର ଦର ବୃଦ୍ଧି ଓ ସବସିଡ୍ ପ୍ରତ୍ୟାହାର ତଥା ପାରାଦୀପ ପ୍ରତି କେନ୍ଦ୍ର ବି.ଜେ.ପି ସରକାରଙ୍କର ବୈମାତୁକ ମନୋଭାବ ପ୍ରତିବାଦରେ ଏକ ଆନ୍ଦୋଳନ ଓ ଗଣ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପରିପେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଏକ ବିରାଟ ଶୋଭାଯାତ୍ରା ବଡପଡିଆସ୍ଥିତ ଥାନାଛକରୁ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରିବା ସହ ଓଡିଶା ତଥା ପାରାଦୀପ ପ୍ରଗତିର ବିରୋଧି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହିଷ୍କାର ଦାବୀ କରାଯାଇଥିଲା । ଏହି ଅବସରରେ ମହାମହିମ ରାଷ୍ଟ୍ରପତିଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ବିଶ୍ୱାଳଙ୍କ ମାଧ୍ୟମରେ ଏକ ୯ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାରାଦୀପ ବିଜୁ ଜନତା ଦଳ ସାଭାପତି ସୁମନ୍ତ ବିଶ୍ୱାଳ, ଉପସଭାପତି କୁମର ନାୟକ, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷ ପ୍ରଭାତୀ ନାୟକ, ଯୁବ ଜନତା ଦଳ ସଭାପତି ସୁଶୀଲ ମହାପାତ୍ର, ମହିଳା ଜନତା ଦଳ ସଭାନେତ୍ରୀ ଚପଳା ସ୍ୱାଇଁଙ୍କ ସମେତ ସମସ୍ତ ପାରିଷଦ ଓ ବହୁସଂଖ୍ୟାରେ କର୍ମୀ ଉପସ୍ଥିତ ଥିଲେ । ଓଡ଼ିଶଶ ସମାଚାର

Paradeep BJD

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

two × two =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...