ଓଡ଼ିଶା ସମାଚାର

ବର୍ଷାର ଲୁଚକାଳି ଖେଳ ଅଶା ଅଶଙ୍କାର ଗୋଲାମୁଣ୍ଡା ବ୍ଲକର ଚାଷୀ

ବର୍ଷାର ଲୁଚକାଳି ଖେଳ ଅଶା ଅଶଙ୍କାର ଗୋଲାମୁଣ୍ଡା ବ୍ଲକର ଚାଷୀ

ବର୍ଷାର ଲୁଚକାଳି ଖେଳ ଅଶା ଅଶଙ୍କାର ଗୋଲାମୁଣ୍ଡା ବ୍ଲକର ଚାଷୀ
August 08
19:58 2017

ଗୋଲାମୁଣ୍ଡା, ୦୮/୦୮/୨୦୧୭(ଓଡ଼ିଶା ସମାଚାର / ରମେଶ ଅଗ୍ରୱାଲ)-ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଫେଲ ମାରିଛି ପାଣିପାଗର ସୂଚନା । ଚଳିତ ବର୍ଷ ସ୍ୱଭାବିକରୁ ଅଧିକ ବର୍ଷା ହେବ ବୋଲି ସୂଚନା ଥିବାବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଅଶା ଓ ଆଶଙ୍କାରେ ଅଛନ୍ତି ବ୍ଲକର ଚାଷୀ । ବିଗତ କେତେବର୍ଷ ହେଲା ମରୁଡିର ଶିକାର ହୋଇଥିବା ବ୍ଲକର ଚାଷୀ ପାଣିପାଗ ବିଭାଗର ସୂଚନାକ୍ରମେ ଅନେକ ଆଶା ବାନ୍ଧି ବସିଥିଲେ କିନ୍ତୁ ଆଶାଟି ମଉଳି ଯାଇଛି ଓ ଚାଷୀ ବର୍ତମାନ ମରୁଡି ଆଶଙ୍କାରେ ।
ଗୋଲାମୁଣ୍ଡା ବ୍ଲକର ପ୍ରାୟ ୭୦ ପ୍ରତିଶତ ଜମି ବର୍ଷା ଅଭାବରୁ ଚାଷ କାର୍ଯ୍ୟରେ ପଛାଇ ଯାଇଛି । ପ୍ରାୟତଃ ଜୁନ ମାସର ଶେଷ ଭାଗରେ ବର୍ଷା ହେଲେ ଚାଷୀ ଚାଷକାର୍ଯ୍ୟ ଆରମ୍ଭ କରିଥାଏ କିନ୍ତୁ ଅଗଷ୍ଟମାସ ଆସି ଯାଇଥିଲେ ମଧ୍ୟ ବ୍ଲକର ଅନେକ ଜମି ପଡିଆ ପଡିଛି ଯେତକ ଜମିରେ ଚାଷକାର୍ଯ୍ୟ ହୋଇଯାଇଛି ସେସବୁ ଜମିରେ ପାଣିର ଅଭାବ ଯୋଗୁଁ ଜମି ଫାଟି ଆଁ କଲାଣି । ଗୋଲାମୁଣ୍ଡା ବ୍ଲକର ୨୮ ଟି ପଂଚାୟତରେ ଆବଶ୍ୟକ ଠାରୁ କମ ବର୍ଷା ହେଇଥିବାରୁ  ଚାଷି ମାନେ ଘୋର ଚିନ୍ତରେ । ଚାଷୀ ରୁଆବେଉଶ  ପାଇଁ ଧାନ ତଳି ପକାଇ ଥିବା ସମୟରେ ତଲି ଗୁଡାକ ବର୍ଷା ଅଭାବରୁ  ତାହା ଶୁଖି ଗଲାଣୀ । ଜମିରେ ବୁଣା ଧାନ ମଧ୍ୟ ପାଣି ଅଭାବରୁ ଠିକ ଭବରେ ବଢି ପାରୁନାହିଁ । ବ୍ଲକର ବଡଚେରଗାଁ, ରେଙ୍ଗସପାଲି, ଉଛଲା ସହ କେତେକ ଅଂଚଲରେ  ଉଠାଜଳସେଚନ ବ୍ୟବସ୍ଥାଥିଲେ ମଧ୍ୟ ଲୋ ଭୋଲଟେଜ ସମସ୍ୟା ପାଇଁ ଯନ୍ତ୍ରାସ ଗୁଡିକ ଅଚଳ ହୋଇ ପଡି ରହିଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି  । ଅନ୍ୟ ପକ୍ଷରେ ବ୍ଲକର ରାମଚନ୍ଦ୍ରପୁର,କରଞ୍ଜକୋଟ,ଫରଙ୍ଗ ସହ ଅନ୍ୟସ୍ଥାନ ମାନଙ୍କ ଥିବା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପରେ ଆଶାନୁରୂପ ପାଣି ଅଭାବରୁ ଆଗାମୀ ଦିନରେ ଉକ୍ତ ପ୍ରକଳ୍ପରୁ ଜମିକୁ ପାଣି ମିଳିବା ମୁସ୍କିଲ ହୋଇ ପଡିଛି । ବର୍ତମାନ ସମୟରେ ଚାଷୀ ଋଆବେଉଶଣ କାର୍ଯ୍ୟରେ ମଜି ଜିବା କଥା କିନ୍ତୁ ବର୍ଷା ଅଭାବ ଯୋଗୁଁ ଚାଷୀ କେବଳ ଭସାବାଦଲକୁ ଚାହିଁ ବସିଛି । ଚାଷୀ ଧାର କରଜ କରି ବିହନ ରାସୟନିକ ସାର କିଣିଥିବା ବେଳେ ବାକି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଗାମୀ ଦିନରେ ଏପରି ପରିସ୍ଥିତି ହେଲେ ବିହନ ବାହିବକି ନାହିଁ ତାହା ମୁସ୍କିଲ ହୋଇ ପଡିଛି । ସନ୍ତସନ୍ତିଆ ଅଂଚଳକୁ ଛାଡି ଦେଲେ ବାକି ଅଂଚଳର ଚାଷ ଜମି ଫାଟି ଆଁ କଲାଣି । ଆଗକୁ ପଶ୍ଚମି ଓଡିଶାର ଗଣପର୍ବ ତଥା କୃଷି ଭିତିକ ପର୍ବ ନୂଆଖାଇ ହାତ ଗଣତି କେତେ ଦିନ ଥିବା ବେଳେ ଏହି ପର୍ବ ପାଇଁ ଚାଷୀ ମନରେ ଉସôୁକତା ନଥିବା ଚାଷୀ ମୁହଁରୁ ସ୍ୱଷ୍ଟ ବାରି ହୋଇ ପଡୁଛି । ବର୍ଷା ଦେବ ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବାକୁ ଅନେକ ଅଂଚଳର ଲୋକେ ଇତି ମଧ୍ୟରେ ଇନ୍ଦ୍ରପୂଜା କରି ସାରିଲେଣି । ଆଗାମୀ ଦିନରେ ଠିକ ଅନୁପାତରେ ବର୍ଷା ନହେଲେ ପରିସ୍ଥିତି ଜଟିଳ ହେବା ସହିତ ଘୋର ମରୁଡି ହେଉ ଏଥିରେ ତିଳେ ମାତ୍ର ସଂନ୍ଦେହ ନାହିଁ ।  ଓଡ଼ିଶା ସମାଚାରGolmunda 1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

nineteen − 7 =