ପେନସନ ପୋକ୍ଟେସନ ଦାବିରେ ସାମ୍ବାଦିକଙ୍କ ପ୍ରତିବାଦ

କେନ୍ଦ୍ରାପଡ଼ା, ୧୫/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ସାମ୍ବାଦିକ ୟୁନିଅନ ଓ.ୟୁ.ଜେ. ନିର୍ଦ୍ଧେଶରେ ସାମ୍ବାଦିକମାନଙ୍କୁ ପେନସନ ଓ ପ୍ରୋକ୍ଟେସନ ଦାବିରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି । ସରକାର ସବୁ ଶ୍ରେଣୀର ଲୋକମାନଙ୍କୁ ସହୟତାର ଯୋଜନା ଉପରେ ଯୋଜନା କରି ଆର୍ଥôକ ସାହାଯ୍ୟ ପ୍ରଦାନ କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଏଥିରୁ ବଂଚିତ ହୋଇଛନ୍ତି । ଏହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲା ସାମ୍ବଦିକ ୟୁନିଅନର ସଦସ୍ୟମାନେ ଆଜି କଳାବ୍ୟାଚ ପରିଧ୍ୟାନ କରି କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ଗାନ୍ଧୀ, ସୁବାସ, ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତି ସମ୍ମୁଖରେ ନିଜର ହକ ପାଇଁ ପ୍ରତିବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୟୁନିଅନର ସଭାପତି ପରେଶ ଦାସ, କେନ୍ଦ୍ରାପଡା ନଗର ଓ ବ୍ଲକ ସଭାପତି ରବି ନାରାୟଣ ପତି, ଗରଦପୁର ବ୍ଲକ ସଭାପତି ସୁବାସ ସାମଲ, ଦୁର୍ଗା ପ୍ରସାଦ ପତି, ସାବିର ଖାନ, ଆଶିଷ ସେନାପତି, ପ୍ରଫୁଲ୍ଲ ସାହୁ, ନିଳାଦ୍ରୀ ଭୂଷଣ ତ୍ରିପାଠୀ, ସେଖ ଅଞ୍ଜନ, ଡେରାବିଶ ବ୍ଲକ ସଭାପତି କରୁଣାକର କର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜ୍ୟୋତିମୟ ଜେନା, ଜିଲା ସଂଗଠନ ସମ୍ପାଦକ ଧିରେନ ମିଶ୍ର, ଲକ୍ଷ୍ମିକାନ୍ତ ନାୟକ ପ୍ରମୁଖ ସାମିଲ ହୋଇ ପ୍ରତିବାଦ କରିଥିଲେ ।

Leave a Reply

Your email address will not be published. Required fields are marked *