ହଜ ନିକଟରେ ଜଂକିଆ ପୋଲିସ ବ୍ଲକିଂ ଓ ଚେକିଂ

ନିରାକାରପୁର, ୧୫/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଂକିଆ ପୋଲିସ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଙ୍କ ନେତୃତ୍ୱରେ ଆଜି   ସନ୍ଧ୍ୟାରୁ ନୂଆ ଜଗନ୍ନାଥ ସଡ଼କ ର ହଜ ନିକଟରେ ଯାଉଥିବା ବିଭିନ୍ନ ଯାନବାହାନ କୁ ଅଟକାଇ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ସମୟରେ ପୋଲିସ ଗାଡ଼ିର କାଗଜପତ୍ର ଓ ଗାଡ଼ିରେ କଣ ସାମଗ୍ରୀ ଯାଉଛି ତାହାକୁ ଦେଖିଥିଲେ। ଚୋରି ଜିନିଷ ଓ ଅବକାରୀ ଦ୍ରବ୍ୟ ଚାଲାଣ କୁ ରୋକିବା ପାଇଁ ଜଂକିଆ ପୋଲିସ ଏହି ପରି ଚଢ଼ାଉ ସନ୍ଧ୍ୟାରୁ ଚାଲିଥିଲା। ଏହି ବ୍ଲକିଂ ଓ ଚେକିଙ୍ଗ କାର୍ଯ୍ୟରେ ସ ଆଇ ଭାଗ୍ୟଶ୍ରୀ ବେହେରା ଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *