ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି” ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୧୪/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାରଙ୍କ  ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଏହାର ସଫଳତାର ଅନନ୍ୟ କାହାଣୀକୁ ନେଇ ଝାଡ଼ଖଣ୍ଡରେ ଅବସ୍ଥାନ କରୁଥିବା ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ବାଦଲ ଭୂୟାଁ ଦ୍ବାରା ଲିଖିତ “ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି” ଶୀର୍ଷକ ପୁସ୍ତକ ଆଜିର ଉନ୍ମୋଚିତ ହୋଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ୍ ଏହି ପୁସ୍ତକକୁ ଉନ୍ମୋଚିତ କରି ଓଡ଼ିଶାର ପ୍ରଗତିର ଯାତ୍ରାକୁ ସଠିକ୍ ଓ ସଫଳ ଭାବେ ଏହି ପୁସ୍ତକ ମୂଲ୍ୟାୟନ କରିଛି ବୋଲି ମତବ୍ୟକ୍ତ କରିବା ସହ ଏହାର ପାଠକୀୟ ଆଦୃତି କାମନା  କରିଥିଲେ । ପୁସ୍ତକ ଉନ୍ମୋଚନ ସମୟରେ ବିଶିଷ୍ଟ ସ୍ତମ୍ଭକାର ତଥା ସିଂହଭୂମୀର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବାଦଲ ଭୂୟାଁ, ସାମ୍ବାଦିକ ଶ୍ରୀ ସୁଶାନ୍ତ କୁମାର ଭୂୟାଁ ଓ ସମାଜସେବୀ ତଥା ଉଦ୍ୟୋଗୀ ଶ୍ରୀ ରାମକୃଷ୍ଣ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *