ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନ କାର୍ଯ୍ୟ କ୍ରମ

କେସିଙ୍ଗା ,୧୪/୦୩/୨୦୨୪ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ କେସିଙ୍ଗା ବନ୍ୟାଞ୍ଚଳ ମୁଖ୍ୟ ଅଧିକାରିଣୀ ସୁଶ୍ରୀ ପ୍ରଭାତୀ ସେଠ୍ ( ACF) ଙ୍କ ତତ୍ତ୍ଵାବଧାନରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ନିମନ୍ତେ  ସଚେତନତା ପଦଯାତ୍ରା କରାଯାଇଥିଲା । କେସିଙ୍ଗା ବନ୍ୟାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ କେସିଙ୍ଗା ମୁଖ୍ୟରାସ୍ତା ମଧ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସଚେତନତା ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା ହୋଇଥିଲା ।ଏଥିରେ ବନ ବିଭାଗର ସମସ୍ତ କର୍ମଚାରୀ ତଥା ବନପାଳ, ବନରକ୍ଷୀ,ଆମ ଜଙ୍ଗଲ ଯୋଜନା ପ୍ରକଳ୍ପର କର୍ମକର୍ତ୍ତା, ତଥା ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାଗଣ ଏବଂ ବନ ସୁରକ୍ଷା ସମିତି ର ସଭାପତି ତଥା ସଭ୍ୟା ସଭ୍ୟା ଏବଂ ଏସ ଏଚ୍ ଜି ମହିଳାମାନେ ଏମିତି ୫୦ ରୁ ଅଧିକ ଏହି ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *