ଜଗତସିଂହପୁର ରେ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପ୍ରଶିକ୍ଷଣ ଅନୁଷ୍ଠିତ

ଜଗତସିଂହପୁର, ୧୩/୦୩/୨୦୨୪ (ଓଡ଼ିଶା ସମାଚାର)- ସାଧାରଣ ନିର୍ବାଚନ ୨୦୨୪ କୁ ସ୍ଵଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ନିମନ୍ତେ ଆଜି ଜିଲ୍ଲାପାଳ ଙ୍କ କାର୍ୟ୍ୟଳୟର ସଦ୍ଭାବନା ସଭାଗୃହରେ ଡି ଏଲ୍ ଏମ୍ ଟି ଓ ଏ ଏଲ୍ ଏମ୍ ଟି ମାନଙ୍କର ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା କହିଲେ ଯେ, ନିର୍ବାଚନ ର ପ୍ରକ୍ରିୟା ରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କ ଦାୟିତ୍ଵ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ପ୍ରତ୍ୟେକ ଭଲଭାବରେ ନିଜ ନିଜର ଦାୟିତ୍ଵ ବୁଝିବା ଆବଶ୍ୟକ। ପୋଲିଂ ଅଫିସର ମାନଙ୍କ ପ୍ରଶିକ୍ଷଣ ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ ତେଣୁ ଦ୍ଵିତୀୟ ପର୍ୟ୍ୟାୟ ପ୍ରଶିକ୍ଷଣ ପରେ ପ୍ରତ୍ୟେକ ଗ୍ରୁପ ର ସଦସ୍ୟ ମାନେ ପରସ୍ପର କୁ ଚିହ୍ନିବା ସହ ନିଜ ଭିତରେ ସମନ୍ଵୟ ରକ୍ଷା କରି କାର୍ୟ୍ୟ କରିବେ ବୋଲି ସେ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବୁଥ ର ପ୍ରିଜାଇଡିଂ ଅଫିସର ନିଜ ବୁଥ ର ପୋଲିଂ ଅଫିସର ତଥା ଅନ୍ୟ ସଦସ୍ୟ ମାନଙ୍କ ସହ ଯୋଗାଯୋଗ କରିବେ। ପୂର୍ବରୁ ବି ଏଲ୍ ଓ ମାନଙ୍କ ଦ୍ଵାରା ପ୍ରତ୍ୟେକ ଘରେ ଭୋଟର ମାର୍ଗଦର୍ଶିକା ବଣ୍ଟନ କରାଯିବ , ଯାହା ଫଳରେ ଭୋଟର ମାନେ ଭୋଟ ଦେବାପାଇଁ ନିଜ କୁ ପ୍ରସ୍ତୁତ କରି ଆସିବେ। ଶ୍ରୀ ବେହେରା ପ୍ରିଜାଇଡିଂ ଅଫିସର ମାନଙ୍କ ସମସ୍ତ ଦାୟିତ୍ଵ ଓ କାର୍ୟ୍ୟକାରିତା ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ୱୀପ) ଶ୍ରୀ ଲଲିତ ମୋହନ ବେହେରା ଓ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଆଲୋଚନା ରେ ଭାଗନେଇ ସମସ୍ତ ଅଧିକାରୀ ମାନଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ। ଡି ଏଲ୍ ଏମ୍ ଟି ଓ ଏ ଏଲ୍ ଏମ୍ ଟି ମାନଙ୍କୁ ନିଜର ସମସ୍ତ ସନ୍ଦେହ ଦୂରକରି କାର୍ୟ୍ୟକାରିତା ସମ୍ପର୍କରେ ଭଲଭାବରେ ବୁଝିବା ପାଇଁ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଆସନ୍ତା ୧୫ ତାରିଖ ରୁ ବ୍ଲକ୍ ସ୍ତରରେ ଆରମ୍ଭ ହେବାକୁ ଯାଉଥିବା ପ୍ରଶିକ୍ଷଣ କାର୍ୟ୍ୟକ୍ରମ ରେ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମାନଙ୍କୁ ନିର୍ଭୁଲ ଭାବରେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଆଜିର କାର୍ୟ୍ୟକ୍ରମ ରେ ପି ପି ଟି ମାଧ୍ୟମ ରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଥିଲା ।ପରେ ରିସୋର୍ସ ପର୍ସନ ମାନେ ଇଭିଏମ ଭି ଭି ପାଟ ର ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ପାରାଦ୍ଵୀପ ମୁନିସିପାଲିଟି ର ନିର୍ବାହୀ ଅଧିକାରୀ, ଜିଲ୍ଲା ର ସମସ୍ତ ବି ଡି ଓ, ତହସିଲଦାର, ଡି ଏଲ୍ ଏମ୍ ଟି ଓ ଏ ଏଲ୍ ଏମ୍ ଟି ମାନେ ଉପସ୍ଥିତ ଥିଲେ।ଡେପୁଟି କଲେକ୍ଟର( ନିର୍ବାଚନ) କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *