ଓଡ଼ିଶା ସମାଚାର

ସୁଚିସ୍ମିତା ମନ୍ତ୍ରୀଙ୍କୁ ଅଭିଲେଖାଗାରର ଅତିରିକ୍ତ ଦାୟିତ୍ୱ

ସୁଚିସ୍ମିତା ମନ୍ତ୍ରୀଙ୍କୁ ଅଭିଲେଖାଗାରର ଅତିରିକ୍ତ ଦାୟିତ୍ୱ

August 02
18:49 2017

ଭୁବନେଶ୍ୱର, ୦୨/୦୮/୨୦୧୭(ଓଡ଼ିଶା ସମାଚାର)-ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ କୁ୍ୟରେଟର ଭାବରେ କାର୍ଯ୍ୟରତ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀଙ୍କୁ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଭାବରେ ଦାୟିତ୍ୱ ଦିଆଯାଇଛି । ଶ୍ରୀମତୀ ମନ୍ତ୍ରୀ ସଂଗ୍ରହାଳୟରେ ତାଙ୍କ ନିଜ ଦାୟିତ୍ୱ ସହିତ ଉପରୋକ୍ତ କାର୍ଯ୍ୟ ତୁଲାଇବେ । ଅଭିଲେଖାଗାରର ଭାରପ୍ରାପ୍ତ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲଙ୍କୁ ସେଠାରୁ ସ୍ଥାନାନ୍ତରିତ କରାଯାଇ ତାଙ୍କ ମୂଳପଦବୀ ରାଜ୍ୟ ସଂଗ୍ରହାଳୟରେ କୁ୍ୟରେଟର ଭାବରେ ଅବସ୍ଥାପିତ କରାଯାଇଛି । ସଂସ୍କୃତି ବିଭାଗ ପକ୍ଷରୁ ଏହି ମର୍ମରେ ନିର୍ଦ୍ଧେଶନାମା ଜାରି କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୮ ତାରିଖରେ ରାଜ୍ୟ ଅଭିଲେଖାଗାରର କର୍ମଚାରୀମାନେ ଭାରପ୍ରାପ୍ତ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲଙ୍କୁ ବିଭିନ୍ନ କାରଣରୁ ସ୍ଥାନାନ୍ତରିତ କରବାକୁ ଦାବି କରିଥିଲେ । ଅନ୍ୟ ପକ୍ଷରେ ଶ୍ରୀମତୀ ମଲ୍ଲ ମଧ୍ୟ ନିଜ ତରଫରୁ ଲିଖିତ ଆକାରରେ ଜଣାଇ ଅଭିଲେଖାଗାର ଦାୟିତ୍ୱରୁ ତାଙ୍କୁ ଅବ୍ୟାହତି ଦେବାକୁ ଅନୁରୋଧ କରିଥିଲେ । ଓଡ଼ିଶା ସମାଚାରMeuseum

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

1 × 4 =