ବେଆଇନ ବନ୍ଧୁକ କାରବାର କରୁଥିବା ତିନି ଯୁବକ ଗିରଫ, ୩ ଯୁବକ ଗିରଫ , ୩ ପିସ୍ତଲ ଓ ଗୋଟିଏ ରିଭଲଭର , ୧୨ଟି ଜୀବନ୍ତ ଗୁଳି ,୨ ମୋଟରସାଇକେଲ ଓ ୩ ମୋବାଇଲ ଜବତ

କଟକ, ୧୧/୦୩/୨୦୨୪ (ଓଡ଼ିଶା ସମାଚାର/ଦେବାଶିଷ ରଥ)-ଜଗତପୁର ଥାନା ପୋଲିସ ବେଆଇନ ବନ୍ଧୁକ କାରବାର କରୁଥିବା ତିନି ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ତିନୋଟି ପିସ୍ତଲ ଓ ଗୋଟିଏ ରିଭଲଭର ସହ ୧୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଏଥି ସହ ସେମାନେ ବ୍ୟବହାର କରୁଥିବା ଦୁଇଟି ମୋଟରସାଇକେଲ ଓ ତିନୋଟି ମୋବାଇଲକୁ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ଲାଲ୍ବାଗ ଥାନା ସେକ୍ ବଜାରର ପ୍ରକାଶ ବେହେରା ଓରଫ ବାବୁଆ (୪୨), ତିର୍ତ୍ତୋଲ ଥାନା ମଙ୍ଗୁଳା ସାହିର ପ୍ୟାରୀମୋହନ ଦାଶ ଓରଫ ପିଣ୍ଟୁ (୪୧) ଓ ତିର୍ତ୍ତୋଲ ଥାନା ଦୟଳପୁର କୁଟିଲ ଗ୍ରାମର ମିହିର କୁମାର ରାୟ (୩୯)। ଅଭିଯୁକ୍ତମାନେ ବିହାରର ମୁଙ୍ଗେର ଅଞ୍ଚଳରୁ ବନ୍ଧୁକ ଓ ଗୁଳିଗୋଳା ଆମଦାନୀ କରୁଥିଲେ। ଆଗାମୀ ଦିନରେ ଏଟିଏମ୍ ଟଙ୍କା ପରିବହନ କରୁଥିବା ଯାନରୁ ଟଙ୍କା ଲୁଟ୍ ପାଇଁ ଯୋଜନା କରୁଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି । ଏମାନଙ୍କୁ ରିମାଣ୍ଡ ରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ପୁଲିସ ପ୍ରକାଶ କରିଛି । ପ୍ରକାଶ ବେହେରା ଓରଫ ବାବୁଆ ନାମରେ କଟକ ଲାଲବାଗ, ମଙ୍ଗଳାବାଗ, ମର୍କତ ନଗର, କ୍ୟାନଟନମେଂଟ, ଜଗତସିଂହପୁର, ଚୌଦ୍ୱାର ଓ ମାଲଗୋଦମ ଥାନାରେ ୧୦ଟି ଆର୍ମସ ଆକ୍ଟ ରେ ମାମଲା ରହିଥିବାବେଳେ ପ୍ୟାରୀମୋହନ ଦାଶ ଓରଫ ପିଣ୍ଟୁ ନାମରେ ଜଗତସିଂହପୁର ଜିଲାର ତିର୍ତୋଲ, ଏରସମା, ପାରାଦୀପ ଓ କଟକ ଚାଉଳିଆଗଂଜ ଥାନାରେ ଆର୍ମସ ଆକ୍ଟ ରେ ୧୯ ଟି ମାମଲା ରହିଥିବା ନେଇ ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *